ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନର ନୂଆ ସଙ୍ଗୀତ ‘ହାଥ୍ ଧୋନା କୁଲ୍ ହୈ’


ଭୁବନେଶ୍ୱର : ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ‘ହାଥ୍ ଧୋନା କୁଲ୍ ହୈ’ ନାମକ ଏକ ସଙ୍ଗୀତ ଉପସ୍ଥାପନ କରିବା ଲାଗି ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟର ପ୍ରତିଭାଶାଳୀ ପିଲାମାନଙ୍କୁ ଓ ଲୋକପ୍ରିୟ ରାପ୍ କଳାକାର ଏମିୱେ ବଂଟାଇଙ୍କୁ ଏକତ୍ରିତ କରିଛି । ଏହା ହେଉଛି ଏକ ସଙ୍ଗୀତ ଯାହା ଭାରତର ପିଲାମାନଙ୍କ ମଧ୍ୟରେ ହାତ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ହିପ୍‌ହପ୍ ସଂସ୍କୃତିରୁ ପ୍ରସ୍ତୁତ ହୋଇଛି । ‘ହାତ ଧୋଇବା ରୋଗଗୁଡିକର ସଂକ୍ରମଣ ଓ ବିସ୍ତାରକୁ ରୋକିବା ପାଇଁ ଏକ ସାର୍ବଜନିନ ଅଭ୍ୟାସ ଅଟେ’ ଏହି ବାର୍ତାକୁ ବ୍ୟାପକ କରିବା ପାଇଁ ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ, ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟ ସହିତ ନିଜର ପ୍ରଥମ ସହଭାଗିତାରେ ସେମାନଙ୍କର ପିଲାମାନଙ୍କୁ କମ୍ୟୁନିଟି ଚେଞ୍ଜ ଆମ୍ବାସାଡର୍ ଭାବେ ପ୍ରୋତ୍ସାହିତ ଓ ସଶକ୍ତ କରିଛି । ମୁମ୍ବାଇର ଏକ ଅଣଲାଭକାରୀ ସଂସ୍ଥା ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟ ଆଫ୍ଟର ସ୍କୁଲ୍ ଅଫ୍ ହିପ୍‌-ହପ୍ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ, ମେଂଟରସିପ୍ ଓ ସମୁଦାୟ ଯୋଗଦାନ ମାଧ୍ୟମରେ ମୁମ୍ବାଇର ଧାରାବିରେ ବାସ କରୁଥିବା ପିଲାମାନଙ୍କୁ ସହଯୋଗ କରୁଛି । କିଙ୍ଗ୍ ଅଫ୍ ଦ ଷ୍ଟ୍ରିଟ୍‌ସ ଭାବେ ପରିଚିତ ଏମିୱେ ବଂଟାଇ ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ପାଇଁ ଏହି ହ୍ୟାଣ୍ଡୱାଶ ଆନ୍ଥେମ୍‌କୁ ଲେଖିଛନ୍ତି ଓ ପ୍ରସ୍ତୁତ କରିଛନ୍ତି । ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ଆଜିର ଯୁବପିଢିଙ୍କ ସାଂସ୍କୃତିକ ବାସ୍ତବତା କ୍ଷେତ୍ରରେ ନିଜର ଅଭିନବ ଯୋଗାଯୋଗକୁ ନିମଜ୍ଜିତ କରିଥିବାରୁ, ଏମିୱେ ବଂଟାଇଜ୍ ଓ ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟର ନୂଆ ଟ୍ରାକ୍ ହାଥ୍ ଧୋନା କୁଲ୍ ହୈକୁ ଦେଖନ୍ତୁ ଓ ସେଥିରେ ଝୁମନ୍ତୁ ।’

ଏହି କ୍ୟାମ୍ପେନ୍ ସମ୍ପର୍କରେ ଆଇଟିସି ଲିମିଟେଡ୍‌ର ପର୍ସନାଲ କେୟାର ପ୍ରଡକ୍ଟସ ବିଜ୍‌ନେସ୍‌ର ବିଭାଗୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଶତପଥୀ କହିଛନ୍ତି, ‘ହାଥ୍ ଧୋନା କୁଲ୍ ହୈ’ ସଙ୍ଗୀତ ସହିତ ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ବିଶ୍ୱବ୍ୟାପୀ ରାପ୍ କଳାକାରମାନଙ୍କ ହ୍ୟାଣ୍ଡ୍ ରବ୍ ବା ହାତ ଘଷିବାର ସରଳ ତଥାପି ଗୁରୁତ୍ୱପୂର୍ଣ୍ଣ ଷ୍ଟାଇଲ୍‌କୁ ହାତ ଧୋଇବାର ଏକ ରୋଚକପୂର୍ଣ୍ଣ ଓ ପ୍ରାସଙ୍ଗିକ ପ୍ରତୀକରେ ପରିଣତ କରିବା ପାଇଁ ଆଜିର ଯୁବପିଢିଙ୍କ ସାଂସ୍କୃତିକ ସତ୍ୟକୁ ଉପଯୋଗ କରିଛି । ଆଇକୋନିକ୍ ରାପ୍ ଷ୍ଟାର୍ ଏମିୱେ ବଂଟାଇ୍‌୍ କହିଛନ୍ତି, ‘ଏହା ଖୁବ୍ ଚତୁର ଅଟେ । ମୁଁ କେବେ ବି ଥରେ ଭାବିନଥିଲି ଯେ, ହାତ ଘଷିବାର ରାପ୍ ଷ୍ଟାଇଲ୍‌ର ଆହୁରି ଅନେକ କିଛି ଅର୍ଥ ହୋଇପାରିବ । ମୁଁ ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ସହିତ ଏହି ସହଭାଗିତା ପାଇଁ ଉତ୍ସାହିତ ରହିଛି କାରଣ ଏହା କଳ୍ପନା ବାହାରେ ଅଟେ ଏବଂ ମୁଁ ନିଶ୍ଚିତ ରୂପେ କହିପାରିବି ଯେ, ଥରେ ଆପଣ ଏହାକୁ ଦେଖିବା ପରେ, ଆପଣ ସବୁବେଳେ ଏହାକୁ ହାତ ଧୋଇବା ସହ କନେକ୍ଟ କରିପାରିବେ ।’

ଦ ଧାରାବି ଡ୍ରିମ୍ ପ୍ରୋଜେକ୍ଟ ଟିମ୍ ପକ୍ଷରୁ କୁହାଯାଇଛି ଯେ, ହାତ ସ୍ୱଚ୍ଛତା ସମାଜର ସମସ୍ତ ବୟସ ବର୍ଗର ଲୋକମାନଙ୍କ ପାଇଁ ଏକ ନିଶ୍ଚିତ ଅଭ୍ୟାସ ଅଟେ । ଆମେ ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପର ଏକ ଅଂଶ ହୋଇ ଏବଂ ସାଭ୍‌ଲନ୍ ସ୍ୱସ୍ଥ ଇଣ୍ଡିଆ ମିଶନ ପାଇଁ ଆକର୍ଷଣୀୟ ରାପ୍ ଆନ୍ଥେମ୍ ମାଧ୍ୟମରେ ଏମିୱେଙ୍କ ସହ ଆମର ଦୃଷ୍ଟିକୋଣକୁ ବ୍ୟକ୍ତ କରିବା ଲାଗି ଏକ ପ୍ଲାଟ୍‌ଫର୍ମ ପାଇଥିବାରୁ ଖୁବ୍ ଖୁସି ଅନୁଭବ କରୁଛୁ । ବାସ୍ତବରେ ହାଥ୍ ଧୋନା କୁଲ୍ ହୈ!


Share It

Comments are closed.