ସନ୍ତାନର ବ୍ରାଣ୍ଡ ଆମ୍ବାସାଡର୍ ନିଯୁକ୍ତହେଲେ ଓଲିଉଡ଼୍ ଅଭିନେତ୍ରୀ ଅନୁ ଚୌଧୁରୀ

ଏଆଇ ସକ୍ଷମ ଫର୍ଟିଲିଟି କେୟାର ପାଇଁ ଜାତୀୟ ସମ୍ପ୍ରସାରଣ ଯୋଜନା ଉନ୍ମୋଚିତ


ଭୁବନେଶ୍ୱର:  ସନ୍ତାନ ଫର୍ଟିଲିଟି କ୍ଲିନିକ୍ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ସନ୍ତାନ) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ,ଏହା ଜାତୀୟ ପୁରସ୍କାର ବିଜେତା ଓଲିଉଡ୍ ଅଭିନେତ୍ରୀ  ଅନୁ ଚୌଧୁରୀଙ୍କୁ ଏହାର ନୂଆ ବ୍ରାଣ୍ଡ ଆମ୍ବାସାଡର୍ ଭାବେ ନିଯୁକ୍ତ କରିଛି । ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ୱରର ହୋଟେଲ୍ ନ୍ୟୁ ମାରିୟନଠାରେ ଆୟୋଜିତ ଏକ ସମାରୋହରେ ଅନୁ ଚୌଧୁରୀଙ୍କ ଅଭିନୀତ ନୂଆ ଅଡିଓ ଭିଜୁଆଲ  କମର୍ସିଆଲର ଶୁଭାରମ୍ଭ କରାଯାଇଥିଲା ।

ଏହି ଅବସରରେ ଅଭିନେତ୍ରୀ ଅନୁ ଚୌଧୁରୀ କହିଛନ୍ତି, ‘ସନ୍ତାନ ଭଳି ଏକ ବ୍ରାଣ୍ଡ ସହଜ ଜଡିତ ହେବା ମୋ ପାଇଁ ଗର୍ବର ବିଷୟ । ଗତ ୭ ବର୍ଷ ମଧ୍ୟରେ ସନ୍ତାନ ଏହାର ‘ସାଇନ୍ସ ଫର୍ ସ୍ମାଇଲ୍‌ସ’  ଅଭିଯାନ ମାଧ୍ୟମରେ ଏକ ସମାନୁଭୂତି ଶୈଳୀରେ ସର୍ବୋତମ ଟେକ୍ନୋଲୋଜି (ବିଜ୍ଞାନ)ର ବ୍ୟବହାର କରି ଓଡିଶାର ୭୦୦୦ରୁ ଅଧିକ ଦମ୍ପତିଙ୍କ ଜୀବନରେ ଖୁସି ଆଣିପାରିଛି । ମୁଁ ବନ୍ଧ୍ୟାପଣକୁ ନେଇ ରହିଥିବା ଗୁଜବ ଓ ଅପପ୍ରଚାରଗୁଡିକୁ ଦୂର କରିବା ପାଇଁ ଗ୍ରହଣ କରିଥିବା ରୋଗୀ ସଚେତନ କାର୍ଯ୍ୟକ୍ରମ ଦ୍ୱାରା ଖୁବ୍ ଅନୁପ୍ରାଣିତ ହୋଇଛି ଯାହା ମହିଳମାନଙ୍କୁ ସମସ୍ୟାକୁ ବୁଝିବା ଏବଂ ନିଜ ପରିବାରକୁ ପୂରଣ କରିବା ପାଇଁ ସେବାଗୁଡିକୁ ବ୍ୟବହାର କରିବାରେ ସାହାଯ୍ୟ କରିଛି । ମୁଁ ସନ୍ତାନର ଅଭିନବ ବୈଜ୍ଞାନିକ ସମାଧାନଗୁଡିକର ବ୍ୟବହାର ମାଧ୍ୟମରେ ମହିଳା ଓ ସେମାନଙ୍କ ପରିବାରକୁ ସଶକ୍ତ କରିବାର ମହତ୍ୱପୂର୍ଣ୍ଣ ଲକ୍ଷ୍ୟର ଅଂଶ ହେବା ପାଇଁ ଉତ୍ସାହିତ ରହିଛି ।

ଏହି ଅବସରରେ ସନ୍ତାନର ସିଇଓ ରାଘବ ପଣ୍ଡା କହିଛନ୍ତି, ‘ଆମେ ବିଭିନ୍ନ ସ୍ଥାନରୁ ଲୋକଙ୍କ ଆଗ୍ରହ ପାଇଛୁ ଏବଂ ଆମେ ସମ୍ପ୍ରସାରଣର ଉକ୍ତ ସୁଯୋଗଗୁଡିକୁ ଏବେ ମୂଲ୍ୟାଙ୍କନ କରୁଛୁ ।’ ସନ୍ତାନର ସହପ୍ରତିଷ୍ଠାତା ଓ କ୍ଲିନିକାଲ ଡାଇରେକ୍ଟର ଡଃ ଦୀପିକା କେଏନ୍ ପାଢୀ କହିଛନ୍ତି, ‘ଯେତେବେଳେ ବ୍ରହ୍ମପୁରରେ ପ୍ରଥମ ସେଂଟର୍ ସହିତ ଆମେ ଆରମ୍ଭ କରିଥିଲୁ, ସେତେବେଳେ  ଏହାର ସମ୍ଭାବ୍ୟତା ଉପରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା । ଆମେ ନୂତନ ଟେକ୍ନୋଲୋଜି ଓ ଆବଶ୍ୟକ ସେବାକୁ ନେଇ ଆମର ନିଷ୍ପତି ଉପରେ ସ୍ଥିର ରହିଥିଲୁ ଯାହାକୁ ମୋର ହୋମ୍‌ଟାଉନ୍‌ରେ ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ଥିଲୁ । ମୁଁ ବହୁତ ଖୁସି ଅନୁଭବ କରୁଛି ଯେ, ଆମର ମଡେଲ୍ ବିଭିନ୍ନ ସ୍ଥାନକୁ ଯାଉଛି ଏବଂ ଅଧିକରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି ।’

ସେହିପରି ସନ୍ତାନ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଶନ୍ସର ପ୍ରତିଷ୍ଠାତା ଡଃ ସତିଶ ପ୍ରସାଦ ରଥ କହିଛନ୍ତି, ‘ଆମେ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ସ୍ୱାସ୍ଥ୍ୟସେବାକୁ ଅଧିକ ପହଂଚଯୋଗ୍ୟ ଓ ସୁଲଭ କରିପାରିବା । ଏହା ହିଁ ମୋ ଜୀବନର ଲକ୍ଷ୍ୟ ଅଟେ । ଆମେ ଆରମ୍ଭରେ ଆମ ସେବାକୁ ଓଡିଶାରେ ଆରମ୍ଭ କରିଥିଲୁ କାରଣ ଏହା ଆମର ଘରୋଇ ରାଜ୍ୟ ଅଟେ ଏବଂ ଆମେ ଏକ ହସ ସହିତ ସ୍ୱାସ୍ଥ୍ୟସେବାକୁ ପହଂଚଯୋଗ୍ୟ କରିବାରେ ଟେକ୍ନୋଲୋଜିର ସକାରାତ୍ମକ ଶକ୍ତିରେ ବିଶ୍ୱାସ କରୁ ।’

ରାଜ୍ୟରେ (ବ୍ରହ୍ମପୁର ଓ ଭୁବନେଶ୍ୱର) ସ୍ଥିରତାର ପ୍ରଥମ ପର୍ଯ୍ୟାୟ ପରେ ସନ୍ତାନ ଏବେ ଏହାର ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରୁଛି । ସନ୍ତାନ ପକ୍ଷରୁ ବେଙ୍ଗାଲୁରୁ, କର୍ଣ୍ଣାଟକ, ଅମ୍ବୁର, ତାମିଲନାଡୁରେ ନୂଆ ସେଂଟର୍‌ଗୁଡିକର ଶୁଭାରମ୍ଭ କରାଯାଇଛି । ସନ୍ତାନ  ଅନୁଗୁଳ ଓ ପଶ୍ଚିମ ଓଡିଶା ସମେତ ଦକ୍ଷିଣ ଓଡିଶାରେ ମଧ୍ୟ ନୂଆ ସେଂଟର ସ୍ଥାପନ କରିବାକୁ ଯାଉଛି ।

ସନ୍ତାନର ‘ ସି ଆଣ୍ଡ୍ ହର୍‌’  ହେଉଛି ଏକ ସ୍ୱତନ୍ତ୍ର ପ୍ରତିଷେଧମୂଳକ ସେବା ଯାହା ମହିଳାମାନଙ୍କ ଗ୍ରୁମିଙ୍ଗ୍‌ଠାରୁ ଆରମ୍ଭ କରି ମାସିକ ଋତୁସ୍ରାବ ବନ୍ଦ ହେବା ପରର ପର୍ଯ୍ୟାୟ ପର୍ଯ୍ୟନ୍ତ ଯତ୍ନ ନେଇଥାଏ । ଯଦିଓ ମହିଳାମାନେ ପରିବାର ଓ ସମାଜର ମୂଳଦୁଆ ଅଟନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କର ସ୍ୱାସ୍ଥ୍ୟକୁ ଅଣଦେଖା କରାଯାଇଥାଏ । ମହିଳାଙ୍କ ସ୍ୱାସ୍ଥ୍ୟ ବିକାଶର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ, ସେମାନେ ଯୌବନାବସ୍ଥାରେ ପ୍ରବେଶ କରିବାଠାରୁ  ପୋଷ୍ଟ-ମେନୋପଜାଲ ଷ୍ଟେଟ୍ ବା ଋତୁସ୍ରାବ ବନ୍ଦ ହେବା ବୟସ ପର୍ଯ୍ୟନ୍ତ, ପ୍ରତ୍ୟେକ ପର୍ଯ୍ୟାୟରେ  ଏକ ପର୍ସନାଲାଇଜ୍‌ଡ ସ୍କ୍ରିନିଙ୍ଗ୍‌ର ଆବଶ୍ୟକ କରିଥାନ୍ତି ଯାହାଫଳରେ ସେମାନେ ସୁସ୍ଥ ରହିପାରିବେ ଓ ସମାଜକୁ ସୁସ୍ଥ କରିପାରିବେ । ଏହି ସ୍ୱତନ୍ତ୍ର ସେବାରେ ପିସିଓସି, କିଶୋର ଅବସ୍ଥା ଓ ନାରୀତ୍ୱ ମାନସିକ ସ୍ୱାସ୍ଥ୍ୟ ସମସ୍ୟା, ପରିବାର ନିୟୋଜନ, କଂଟ୍ରାସେପ୍ଟିଭ୍ ସର୍ଭିସ୍‌, ଫର୍ଟିଲିଟି ପ୍ଲାନିଙ୍ଗ, ଡିଜିଟାଲ ଆଂଟେ ନାଟାଲ ସ୍କ୍ରିନିଙ୍ଗ୍‌, ପ୍ରିନାଟାଲ ଜେନେଟିକ୍ ସ୍କ୍ରିନିଙ୍ଗ୍ ଓ ମହିଳାମାନଙ୍କ ହର୍‌ମୋନ ସମସ୍ୟା ଭଳି ସ୍ଥିତି ସାମିଲ ରହିବ ।

ଏହି ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଆମେ ମହିଳାମାନଙ୍କ କ୍ୟାନ୍‌ସର ସ୍କ୍ରିନିଙ୍ଗ୍‌ର ଗୁରୁତ୍ୱପୂର୍ଣ୍ଣ ଯତ୍ନ ନେବୁ । ଅଧିକାଂଶ ମହିଳା ବ୍ରେଷ୍ଟ୍ କ୍ୟାନ୍‌ସର ଓ ସର୍ଭିକାଲ କ୍ୟାନ୍‌ସରର ବିଳମ୍ବରେ ଚିହ୍ନଟ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପ୍ରଥମ ଥର ପାଇଁ ସନ୍ତାନ ପକ୍ଷରୁ ଏଆଇ ପରିଚାଳିତ କ୍ୟାନ୍‌ସର ସ୍କ୍ରିନିଙ୍ଗ୍‌ର ଶୁଭାରମ୍ଭ କରାଯାଇଛି ଯାହାକି ସଠିକ୍‌, ସ୍ପର୍ଶବିହୀନ, ତତ୍କାଳ ଓ ସୁଲଭ ଅଟେ । ଆମେ ଏହାର ପହଂଚ ବୃଦ୍ଧି କରିବା ପାଇଁ ସରକାର, ଏନ୍‌ଜିଓ, କର୍ପୋରେଟ୍ ଓ ସିଏସ୍‌ଆର୍ ସମୁଦାୟଗୁଡିକ ସହ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛୁ ।

ଆମେ ଏଆଇ ପରିଚାଳିତ ଟେକ୍ନୋଲୋଜିର ବ୍ୟବହାର କରୁଛୁ ଯାହାକି ଦ୍ରୁତ, ସଠିକ୍‌, ଅଣ ଅନୁପ୍ରବେଶକାରୀ ଓ ସୁଲଭ ଅଟେ । ମହିଳାମାନେ ସବୁବେଳେ ସମୟର ଅଭାବ ଓ ଯନ୍ତ୍ରଣା ଭୟ କିମ୍ବା ଖର୍ଚ୍ଚର ବାହାନା କରି ନିଜ ସ୍ୱାସ୍ଥ୍ୟର ସ୍କ୍ରିନିଂରେ ବିଳମ୍ବ କରିଥାନ୍ତି । ଏହି ଆହ୍ୱାନଗୁଡିକୁ ଦୃଷ୍ଟିରେ ରଖି ଆମେ ଆମର ରିସର୍ଚ୍ଚ ଟିମ୍‌ଠାରୁ ଏକ ସ୍ୱତନ୍ତ୍ର ଅଫରିଙ୍ଗ୍‌କୁ ପ୍ରସ୍ତୁତ କରିଛୁ ବୋଲି ସନ୍ତାନ ଏକାଡେମି ଆଣ୍ଡ ରିସର୍ଚ୍ଚର ମୁଖ୍ୟ ଏବଂ ସିଆଣ୍ଡହର୍‌ର ମୁଖ୍ୟ ଡଃ କାନିନିକା ପଣ୍ଡା କହିଛନ୍ତି ।

ସନ୍ତାନ ହେଉଛି ଦେଶର ଏକମାତ୍ର ଫର୍ଟିଲିଟି ଇନ୍‌ଷ୍ଟିଚ୍ୟୁଟ୍ ଯାହାର ନିଜସ୍ୱ ଉତ୍ସର୍ଗୀକୃତ ରିସର୍ଚ୍ଚ ୟୁନିଟ୍ ରହିଛି ଯାହାକୁ ସନ୍ତାନର ପାଣ୍ଠିରେ ପରିଚାଳନା କରାଯାଉଛି । ଆଇଭିଏଫ୍‌ରେ ବ୍ୟବହାର କରାଯାଉଥିବା ଅଧିକାଂଶ ଟେକ୍ନୋଲୋଜିଗୁଡିକୁ ବିଦେଶରୁ ଆମଦାନୀ କରାଯାଉଥିବା ବେଳେ ସେଗୁଡିକୁ ଭାରତ ବାହାରର ଲୋକମାନଙ୍କ ପାଇଁ ନିର୍ମାଣ କରାଯାଇଛି । ଏହା ହେଉଛି ଆଇଭିଏଫ୍ ଅଧିକ ବ୍ୟୟବହୁଳ ହେବା ଓ ଭାରତୀୟ ଜନତାଙ୍କ ପାଇଁ ଅନୁକୂଳ ନହେବାର ମୁଖ୍ୟ କାରଣ । ସନ୍ତାନ ରିସର୍ଚ୍ଚ ଆଣ୍ଡ ଏକାଡେମିରେ ଆମେ ନୂଆ ଉଦ୍ଭାବନ ସୃଷ୍ଟି କରୁଛି ଯାହା ବର୍ତମାନ ସମୟର ଆବଶ୍ୟକତା ଅଟେ ଯାହା ଆମକୁ ଆମ ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ଭାବେ ଚିକିତ୍ସା କରିବାରେ ସାହାଯ୍ୟ କରିବ ।

ଏହି ସମାନ କାରଣ ଯୋଗୁଁ ଆମେ ଏମ୍ବ୍ରାୟୋଲୋଜିଷ୍ଟମାନଙ୍କ ପାଇଁ ଏକ ଟ୍ରେନିଂ ସେଂଟର୍ ସ୍ଥାପନ କରିଛୁ । ଆମେ ଏହା ଘୋଷଣା କରି ଆନନ୍ଦିତ ଯେ, ଆମର ଗ୍ରାଜୁଏଟ୍‌ମାନଙ୍କୁ (୧୫୦ରୁ ଅଧିକ) ଭାରତ ଓ ବିଦେଶରେ ନିଯୁକ୍ତି ଦିଆଯାଇଛି । ନିମ୍ନରେ ସନ୍ତାନ ରିସର୍ଚ୍ଚ ଆଣ୍ଡ ଏକାଡେମିରେ ବିକଶିତ ହୋଇଥିବା କିଛି ଉଦ୍ଭାବନଗୁଡିକୁ ଉଲ୍ଲେଖ କରାଯାଇଛି ।

ସନ୍ତାନ, ଆଇଆଇଟି ହାଇଦ୍ରାବାଦ ସହ ସହଭାଗିତାରେ ପରବର୍ତୀ ପିଢିର ଏମ୍ବ୍ରାୟୋସ୍କୋପର ନିର୍ମାଣ କରିଛି । ଆଇଭିଏଫ୍ ସମୟରେ ସର୍ବୋତମ ଭୃଣର ଚୟନ କରିବା ସଫଳତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ବର୍ତମାନର ବିଦ୍ୟମାନ ସିଷ୍ଟମ (ଇମ୍ପୋର୍ଟେଡ୍‌)ଗୁଡିକ ଅତ୍ୟଧିକ ମହଙ୍ଗା ଅଟେ । ଆମର ରସର୍ଚ୍ଚ ଟିମ ବିଶ୍ୱର ପ୍ରଥମ ମୋବାଇଲ ଏମ୍ବ୍ରାୟୋସ୍କୋପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଯାହା  ୩ଡି ପ୍ରିଂଟିଙ୍ଗ୍‌, ଆଇଓଟି,ଏଆଇ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିଗୁଡିକର ବ୍ୟବହାର କରି ସୁଲଭ (ଫଳପ୍ରଦ ଉଦ୍ଭାବନ) ଓ ସଠିକ୍ ହେବ । ସନ୍ତାନକୁ  ଏଥିପାଇଁ ଭାରତ ସରକାର୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ବହୁ ପ୍ରଶଂସିତ ରିସର୍ଚ୍ଚ ଅନୁଦାନରେ ସମ୍ମାନିତ କରାଯାଇଛି ।

ଶିଳ୍ପରେ ପ୍ରଥମ ଥର ପାଇଁ ସନ୍ତାନ ଆଇଭିଏଫ୍ ଲ୍ୟାବ୍ ଓ ବାୟୋଲଜିକାଲ ମିଡିଆ ପାଇଁ ଏକ ଏଆଇ ସକ୍ଷମ,ଆଇଓଟି ଆଧାରିତ କ୍ୱାଲିଟି ମନିଟରିଂ ସିଷ୍ଟମ ବିକଶିତ କରିଛି ।  ଏହା ଆମକୁ ଦୂରରେ ରହି ଗୁଣବତାକୁ ତଦାରଖ କରିବା ଓ ଉତମ ଫଳାଫଳ ସୁନିଶ୍ଚିତ କରିବା ପାଇଁ ସକ୍ଷମ କରୁଛି । ଫର୍ଟିଲିଟି ଯାତ୍ରା ଆଧାରିତ ଆଚରଣ ମଡେଲ: ଫର୍ଟିଲିଟି ରୋଗୀମାନେ ଚାପଗ୍ରସ୍ତ ହେବା ସହିତ ବାସ୍ତବ ସମ୍ଭାବନା ସମ୍ପର୍କରେ ଅଜ୍ଞ ଥାଆନ୍ତି । ଆମେ ଏକ ସ୍ୱତନ୍ତ୍ର ଆଚରଣ ମଡେଲ ବିକଶିତ କରିଛୁ ଯାହା ରୋଗୀମାନଙ୍କୁ ସେମାନଙ୍କର ସ୍ଥିତିକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା,ସେମାନଙ୍କୁ ସମ୍ଭାବନା ଦେଖିବା ଏବଂ ଉତମ ଫଳାଫଳ ପାଇଁ ଆଶା କରିବାରେ  ସାହାଯ୍ୟ କରିବା ଲାଗି ପରାମର୍ଶ ଦେଇଥାଏ, ଯାହା ହେଉଛି ଆମର ସାଇନ୍ସ ଫର୍ ସ୍ମାଇଲ୍‌ସ ।


Share It

Comments are closed.