ଆପଣ ଜାଣିଛନ୍ତି କି ସଲମାନ କାହିଁକି ଭେଟିଲେ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କୁ !


ବଲିଉଡ ସୁପରଷ୍ଟାର ସଲମାନ ଖାନ ରେସ ୩ର ସୁଟିଙ୍ଗ ପାଇଁ କାଶ୍ମୀରରେ ପହଞ୍ଚିଛନ୍ତି । ଦୁଇ ଦିନିଆ ସୁଟିଙ୍ଗ ପାଇଁ ସମ୍ପୂର୍ଣ୍ଣ ରେସ ୩ ସଦସ୍ୟ ସୋମବାର ଦିନ ସେଠାରେ ପହଞ୍ଚିଯାଇଛନ୍ତି । ସଲମାନ ଖାନ ସୁଟିଙ୍ଗକୁ ଯିବା ପୂର୍ବରୁ ଶ୍ରୀନଗରରେ କାଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବ। ମୁଫ୍ତିଙ୍କୁ ସାକ୍ଷାତ୍ କରିଥିଲେ ।
ରେସ ୩ର ସମସ୍ତ କ୍ରିଉ ପ୍ରଥମେ ଶ୍ରୀନଗରରେ ପହଞ୍ଚିବା ପରେ କାଶ୍ମୀର ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ।  ଏହା ପରେ ସଲମାନ ଖାନ, ଅନ୍ୟାନ୍ୟ ସଦସ୍ୟମାନଙ୍କ ସହିତ ପାଖା ପାଖି ୧ ଘଣ୍ଟା ବିତାଇଥିଲେ ଏବଂ ପରେ ସୁଟିଙ୍ଗ ପାଇଁ ସୋନମାର୍ଗ ଅଭିମୁଖେ ଯାତ୍ରା କରିଥିଲେ । କବିର ଖାନଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ ପରେ କାଶ୍ମିରୀକୁ ହେଉଛିି ସଲମାନଙ୍କ ଏହା ଦ୍ୱିତୀୟ ଯାତ୍ରା । ସଲମାନଙ୍କ ସହିତ କାଶ୍ମୀରରେ ତାଙ୍କ ସହ-ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଅନିଲ କପୁର, ବବି ଦେଓଲ, ଡେଜି ସାହା ଏବଂ ସକିବ ସଲିମ ପ୍ରମୁଖ ଅନ୍ୟାନ୍ୟ ଭୂମିକାରେ ନଜର ଆସିବେ ।
ରେମୋ ଡିସୋଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ ପ୍ୟାକଡ ଥ୍ରିଲର ଚଳିତ ଇଦ୍ ତଥା ୧୫ ଜୁନରେ ପରଦାକୁ ଆସିବ ।


Share It

Comments are closed.