ବଲିଉଡ୍ ତାରକା ସଲ୍‌ମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ତଥା ଚର୍ଚ୍ଚିତ ଫେସନ୍ ଡିଜାଇନର ଆସ୍‌ଲେ ରେବେଲୋଙ୍କ ଆଇଏନ୍‌ଆଇଏଫ୍‌ଡି ପରିଦର୍ଶନ


ଭୁବନେଶ୍ୱର: ଚର୍ଚ୍ଚିତ ଫେସନ୍ ଡିଜାଇନ୍ ଏବଂ ବଲିଉଡ୍ ତାରକା ସଲମାନ ଖାନ୍‌ଙ୍କ ଷ୍ଟାଇଲିଷ୍ଟ୍ ଆସ୍‌ଲେ ରେବେଲୋ ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର ପରିଦର୍ଶନ କରି ଏକ ସ୍ୱତନ୍ତ୍ର ଡିଜାଇନ୍ କର୍ମଶାଳାରେ ଅଂଶଗ୍ରହଣ କରିବା ସହ ଆଇଏନ୍‌ଆଇଏଫ୍‌ଡିର ଡିଜାଇନ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ।
ଆଇଏନ୍‌ଆଇଏଫ୍‌ଡିର ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ଦେଖି ଅତ୍ୟନ୍ତ ପ୍ରଭାବିତ ହୋଇଥିବା ରେବେଲୋ କହିଛନ୍ତି ଯେ ବିଶ୍ୱ ସ୍ତରୀୟ ମଂଚରେ ଆଇଏନଆଇଏଫ୍‌ଡି ଛାତ୍ରଛାତ୍ରୀମାନଙ୍କ ପ୍ରତିନିଧିତ୍ୱ ଦେଖି ମୁଁ ଅତ୍ୟନ୍ତ ଉଲ୍ଲସିତ । ନ୍ୟୁୟର୍କ ଫେସନ ୱିନ୍‌ଠାରୁ ଆରମ୍ଭ କରି ଲଣ୍ଡନ ଫେସନ ୱିକ ଏବଂ ଲାକମେ ଫେସନ ୱିକ୍‌ରେ ଛାତ୍ରଛାତ୍ରୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଡିଜାଇନ ଦୁନିଆକୁ ନିଜର ପ୍ରତିଭା ଦେଖାଇଛନ୍ତି । ମୁଁ ନିଶ୍ଚିତ ଯେ ଆଜିର ଏହି ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କ ଜାତୀୟ ଓ ଆନ୍ତର୍ଜାତିକ ଫେସନ ୱିକ ଲାଗି କରୁଥିବା ପ୍ରସ୍ତୁତି ପାଇଁ ବିଶେଷ ଭାବେ ଉପକୃତ ହେବେ ।’’
ଆଇଏନ୍‌ଆଇଫ୍‌ଡିର ମୁଖ୍ୟ ମେଂଟର ଶ୍ରୀ ରେବେଲୋ ନିଜର ବିଭିନ୍ନ ପ୍ରକଳ୍ପର ଡିଜାଇନ ସମ୍ପର୍କରେ ଏହି ଅବସରରେ ଆଲୋଚନା କରିଥିଲେ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ତାଙ୍କର ବଡ଼ ଯୋଗଦାନ ରହିଛି । ଶ୍ରେଷ୍ଠ ସେଲିବ୍ରିଟି ଡିଜାଇନର ହେବା ଲାଗି ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରୁଛନ୍ତି । ସେ ଫେସନ ଡିଜାଇନିଂର କଳା ଏବଂ ବିବିଧତା ବିଷୟରେ ବର୍ଣ୍ଣନା କରିଛନ୍ତି । ବର୍ଜ୍ୟ ବସ୍ତୁ ଏବଂ ଅବ୍ୟବହୃତ ପୋଷାକରୁ ପ୍ରସ୍ତୁତ ଉତ୍ପାଦକୁ ନେଇ ଆଇଏନଆଇଏଫ୍‌ଡିର ଛାତ୍ରଛାତ୍ରୀମାନେ ଏକ ଫେସନ ସୋ’ ଆୟୋଜନ କରିଥିଲେ ।
ଶ୍ରୀଯୁକ୍ତ ରେବେଲୋ ସଲମାନ ଖାନଙ୍କ ପାଇଁ ଟାଇଗର ଜିନ୍ଦା ହୈ ୩ ଏବଂ ତାଙ୍କ ଆଗାମୀ ଫିଲ୍ମ କିସି କା ଭାଇ କିସି କି ଜାନ୍ ଏବଂ କିକ୍ ୨ ଭଳି ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି । ବିଗ୍‌ବସ୍ ୧୬ରେ ସଲମାନ୍ ଖାନଙ୍କ ପାଇଁ ମଧ୍ୟ ସେ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି ।
ଆଇଏନଆଇଏଫ୍‌ଡିର ଛାତ୍ରଛାତ୍ରୀମାନେ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଇଟେଂରିୟର ଡିଜାଇନର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ ରାଉତ ଲାକ୍‌ମେ ଫେସନ୍ ୱିକ୍‌ର ସିଜନ ୩ ଡିଜାଇନ ଫେଷ୍ଟିଭାଲର ବିଜେତା ହୋଇଥିଲେ । ସେହିପରି ତୁଳସୀ ହେମ୍ବ୍ରମ୍ ଲାକ୍‌ମେ ଫେସନ ୱିକ୍‌ର ଲାକ୍‌ମେ ଲଂଚପ୍ୟାଡ୍‌ରେ ସିଧାସଳଖ ପ୍ରବେଶ କରିବାର ସୁଯୋଗ ପାଇଥିଲେ । କାଜଲ ସାହୁ ଏବଂ ସାଇ ଅର୍ପିତା ଦାସ ଡିଜାଇନ ଫେଷ୍ଟିଭାଲର ସିଜନ ୭ ପାଇଁ ମନୋନୀତ ହୋଇଛନ୍ତି ।


Share It

Comments are closed.