ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ôଚଲା ସହିଦ ଯବାନ ମନୋରଞ୍ଜନ ଲେଙ୍କାଙ୍କ ପାର୍ଥିବ ଶରୀର


ଭୁବନେଶ୍ୱର – ଛତିଶଗଡ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନ ମନୋରଞ୍ଜନ ଲେଙ୍କାଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱର ବଜୁ ପଚ୍ଚନାୟକ ବିମାନ ବନ୍ଦରରେ ଆସି ପହଞ୍ଚିôଛି । ସେଠାରେ ରାଜ୍ୟ ସରାକରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ ପରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଏବଂ ସାଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସହିଦ ଲେଙ୍କାଙ୍କ ପାର୍ଥିବ ଶରୀରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଛନ୍ତି ।
ଗତ କାଲି ମିଳିଥିବା ସୂଚନା ଅନୁଯାଇ ସୁକୁମା ଜିଲ୍ଲାରେ ଲାଗି ଲାଗି ୩ଟି ଆଇଇଡି ବିସ୍ପୋରଣରେ ଆଣ୍ଟି ଲ୍ୟାଣ୍ଡ ମାଇନ୍ସ ଗାଡି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଉଥିଲା । ଏହି ଆତ୍ମଘାତି ବିସ୍ପୋରଣରେ ୯ ଜଣ ଯବାନ ସହିଦ ହୋଇଥିବା ବେଳେ । ସେହି ସୁରକ୍ଷା କର୍ମୀମାନଙ୍କ ମଧ୍ୟରେ ବ୍ରହ୍ମଗିରି ଥାନା ରେବଣା ନୂଆଗାଁ ଗ୍ରାମର ମନୋରଞ୍ଜନ ଲେଙ୍ଗା ସହିଦ ହୋଇଥିଲେ


Share It

Comments are closed.