ରୁଙ୍ଗ୍‌ଟା ପକ୍ଷରୁ କୋଲକାତାରେ ଡିଲର ସମ୍ମିଳନୀ ଆୟୋଜନ ସହ ପୂର୍ବ ଭାରତରେ ଉପସ୍ଥିତି ସୁଦୃଢ଼


ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ ଏବଂ ଟିଏମଟି ବାର ଉତ୍ପାଦନକାରୀ ରୁଙ୍ଗଟା ଷ୍ଟିଲ କୋଲକାତାର ବେଦିକ ରିସୋର୍ଟସ୍ ଆଣ୍ଡ୍ ସ୍ପାରେ ସଫଳତାର ସହ ଏକ ଡିଲର ସମ୍ମିଳନୀ ଆୟୋଜନ କରିଥିଲା । ଶ୍ରୀ ନାରାୟଣ ବିଲଡର୍ସ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଡିଲର ସମ୍ପର୍କକୁ ସୁଦୃଢ଼ କରିବା ଏବଂ ପୂର୍ବ ଭାରତରେ କମ୍ପାନିର ଉପସ୍ଥିତି ସୁଦୃଢ଼ କରିବା ।
ଏହି କାର୍ଯ୍ୟକ୍ରମରେ ରୁଙ୍ଗଟା ଷ୍ଟିଲର ମୂଲ୍ୟବାନ ସହଯୋଗୀ ଓ ଏହି ଅଂଚଳର ଅଗ୍ରଣୀ ଡିଲରମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ନିଜର ବ୍ୟାପକ ଉତ୍ପାଦ ବର୍ଗମାଳାକୁ ପ୍ରଦର୍ଶିତ କରିବା ଏବଂ ବ୍ୟବସାୟ ଅଭିବୃଦ୍ଧି ଓ ପାରସ୍ପରିକ ସଫଳତା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ଲାଗି ଏହି କାର୍ଯ୍ୟକ୍ରମ ଏକ ମଂଚ ପ୍ରଦାନ କରିଥିଲା ।
ରୁଙ୍ଗଟା ଷ୍ଟିଲ୍‌ର ଏଭିପି ତଥା ସେଲ୍ସ ଆଣ୍ଡ ମାର୍କେଟିଂ ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି ଯେ, “ଉଲ୍ଲାସର ସହର କୋଲକାତାରେ ଆମେ ଆମ କ୍ରମାଗତ ସମ୍ମିଳନୀକୁ ସଫଳତାର ସହ ଆୟୋଜନ କରିଥିବାରୁ ଅତ୍ୟନ୍ତ ଅନନ୍ଦିତ । ଆମ ଅଂଶୀଦାରଙ୍କ ସହ ଯୋଡ଼ି ହେବା ଏବଂ ଗତିକୁ ବଜାୟ ରଖିବା ସର୍ବଦା ଆନନ୍ଦଦାୟକ । ଏହି ସହଯୋଗ ଓ ବିଶ୍ୱାସ ଆମକୁ ନୂତନ ମାଇଲଖୁଂଟ ହାସଲ କରିବା ଏବଂ ଆଶାଠାରୁ ଅଧିକ ପ୍ରଦର୍ଶନ କରିବାରେ ସଶକ୍ତ କରିଛି ।
ଶ୍ରୀ କୁମାର କହିଛନ୍ତି ଯେ,“ଆମ ମୂଲ୍ୟବାନ ଡିଲରମାନେ ପ୍ରଦାନ କରିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ସେମାନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ସହଯୋଗୀ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସହଯୋଗିତାର ଅଭିବୃଦ୍ଧିକୁ ବଢ଼ାଇବାରେ ଆମ ପ୍ରତିବଦ୍ଧତାକୁ ଦୋହରାଉଛି ।”
ନିୟମିତ ବ୍ୟବଧାନରେ ଡିଲର ସମ୍ମିଳନୀ ଆୟୋଜନ କରିବା ଡିଲର ନେଟ୍‌ୱର୍କରେ ଉନ୍ନତି ଏବଂ ସହଯୋଗୀମାନଙ୍କ ସହ ସକାରାତ୍ମକ ସମ୍ପର୍କକୁ ସମୃଦ୍ଧ କରିବାରେ ରୁଙ୍ଗଟା ଷ୍ଟିଲ୍‌ର ପ୍ରତିବଦ୍ଧତା ଓ ସମର୍ପଣ ଭାବକୁ ଦର୍ଶାଉଥିବା ବେଳେ ଉଭୟ ପୂର୍ବ ଭାରତ ଓ ସର୍ବଭାରତୀୟ ସ୍ତରରେ ଏକ ଭସରଯୋଗ୍ୟ ଓ ପସନ୍ଦର ଇସ୍ପାତ ଯୋଗାଣକାରୀ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରୁଛି ।


Share It

Comments are closed.