ରିକି ବ୍ରାବେକ୍ ଜିତିଲେ ୨୦୨୪ ଡାକାର୍ ରାଲି


ଭୁବନେଶ୍ୱର: ସାଉଦି ଆରବରେ ୨୦୨୪ ଡାକାର ରାଲି ଶେଷ ହୋଇଛି । ୭୯୬୭ କିଲୋମିଟର ଅତିକ୍ରମ କରି ମନଷ୍ଟର ଏନର୍ଜି ହୋଣ୍ଡା ଟିମ୍‌ର ରିକି ବ୍ରାବେକ୍ ଦ୍ୱିତୀୟ ଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଏକମାତ୍ର ଆମେରିକୀୟ ଭାବେ ସେ ଏହି ସଫଳତା ହାସଲ କରିଛନ୍ତି ।
ଅଗ୍ରଣୀ ଚାଳକମାନଙ୍କ ସହ ଅଧିକ ସମୟ ବିତାଇଲା ପରେ ୨୦୨୦ରେ ଜିତିଥିବା ରିକି ୧୧ ମିନିଟ୍ ହାତରେ ରଖି ପ୍ରଥମ ସ୍ଥାନରେ ରହିଥିଲେ । ଏହା ସେହ ସେ ନିଜ ବିଜୟ ସଂଖ୍ୟାକୁ ୧୦ରେ ପହଂଚାଇପାରିଛନ୍ତି ।
ଫ୍ରାନ୍ସର ଚାଳକ ଆଡ୍ରିଏନ୍ ଭାନ୍ ବେଭେରେନ୍ ନିଜର ନବମ ଉଦ୍ୟମରେ ପୋଡିୟମ୍ ହାସଲ କରିଛନ୍ତି । ଗତ କିଛି ବର୍ଷ ହେଲାଣି ସେ କଠିନ ୪୮ ଘଂଟିଆ କ୍ରୋନୋ ସ୍ତର ବିଜୟ ପାଇଁ ଉଦ୍ୟମ କରୁଥିଲେ । ବାଲିରେ ଗାଡ଼ି ଚଲାଇବାରେ ମାହିର ଥିବା ଏହି ଚାଳକ ଜଣକ ଦ୍ୱିତୀୟ ସପ୍ତାହରେ ଲୟ ଫେରିପାଇଥିଲେ । ପୋଡିୟମ୍ ପାଇଁ ସେ ରସ୍ ବ୍ରାଂଚ୍ ଓ ଦଳୀୟ ସାଥୀ ଜୋସ୍ ଇଗ୍‌ନାସିଓ କ୍ରୋଞ୍ଜଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ମନଷ୍ଟର ଏନର୍ଜି ହୋଣ୍ଡା ଟିମ୍‌ର ଚାଳକ ନାଚୋ କ୍ରୋାଞ୍ଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ଷଷ୍ଠ ସ୍ଥାନ ହାସ କରିଛନ୍ତି । ସେହିପରି ପାବ୍‌ଲୋ କ୍ୱିଂଟାଲା ଡାକାର ରାଲିରେ ଦୁଇ ଥର ଉପ ବିଜେତା ହୋଇଥିଲେ । ସେ ନିଜର ଦ୍ୱାଦଶ ଅଂଶଗ୍ରହଣକୁ ବିଜୟର ସହ ଶେଷ କରିବାକୁ ବ୍ୟଗ୍ର ଥିଲେ । ଗାଡ଼ିରେ ଇନ୍ଧନ ସମସ୍ୟା ଯୋଗୁଁ ଦୁର୍ଭାଗ୍ୟବସତଃ ସେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ ନିଜ ଟିମ୍ ପାଇଁ ମହତ୍ୱପୂର୍ଣ୍ଣ ପଏଂଟ୍ ଜିତିଥିଲେ ।
ଟିମ୍‌ର ମହାପ୍ରବନ୍ଧକ ରୁବେନ୍ ଫାରିଆ କହିଛନ୍ତି ଯେ, “ଆଜି ଆମର ଗୋଟିଏ ଗୋଲ୍ ରିକିଙ୍କ ସହ ଡାକାର ରାଲି ଜିତିବା । ଆମେ ତାଙ୍କ ପାଇଁ ବହୁତ ଖୁସି କାରଣ ସେ ଏହି କଠିନ ଡାକାର ରାଲିରେ ବିଜୟ ହାସଲ କରିବା ପାଇଁ ଏକ ଚମତ୍କାର କାର୍ଯ୍ୟ କରିଥିଲେ । ଆଜିର ପର୍ଯ୍ୟାୟ ଆରମ୍ଭରେ ତାଙ୍କ ପାଇଁ ସଫଳତା ହାସଲ କରିବା ସମ୍ଭବ ହୋଇଥିବାରୁ ଆଡ୍ରିଏନ୍ ଦ୍ୱିତୀୟ ସ୍ଥାନ ହାସଲ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ । ଯଦିଓ ସେ ଏଥିରୁ ବଚିଂତ ହୋଇଥିଲେ, ତଥାପି ଆମେ ମଧ୍ୟ ଖୁସି ଯେ ସେ ପୋଡିୟମରେ ପହଂଚିଛନ୍ତି । ତିନି ଦିନ ତଳେ ପୋଡିୟମ ପାଇଁ ଲଢ଼େଇ କରୁଥିବା ନାଚୋଙ୍କ ପାଇଁ ଇନ୍ଧନ ଲାଇନ୍ ସମସ୍ୟା ତାଙ୍କୁ ରିକି ଏବଂ ଆଡ୍ରିନଙ୍କ ସହ ଲଢ଼େଇରେ ସାମିଲ ହେବାରୁ ଅଟକାଇ ଦେଇଥିଲା । ସେ ଚମତ୍କାର ଗତି ଏବଂ ନେଭିଗେସନ୍ ଦକ୍ଷତା ଦେଖାଇଥିଲେ ଯାହା ତାଙ୍କ ଷଷ୍ଠ ସ୍ଥାନ ତୁଳନାରେ ବହୁତ ଭଲ ଫଳାଫଳ ପାଇବାକୁ ଯୋଗ୍ୟ ଥିଲା ।”
ରିକି ବ୍ରାବେକ୍ କହିଛନ୍ତି ଯେ, “ବିଜୟ ସହ ବର୍ଷ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଅନୁଭୂବ । ଏହା ସହଜ ନଥିଲା କାରଣ ର‌୍ୟାଲି ପ୍ରକୃତରେ କଠିନ ଓ ପ୍ରତଦିଦ୍ୱନ୍ଦ୍ୱିତାପୂର୍ଣ୍ଣ ଥିଲା । ମୁଁ ପ୍ରକୃତରେ ଖୁସି ଯେ ଆମେ ସମସ୍ତେ ଏଠାରେ ଅଛୁ ଏବଂ ସମସ୍ତେ ସୁରକ୍ଷିତ ଅଛୁ ଏବଂ ଆମେ ଘରକୁ ଯାଇପାରିବା । ଏହି ସମୟ ଟିକିଏ ଭିନ୍ନ ଥିଲା କାରଣ ମୁଁ ଅନୁଭବ କରେ ଯେ ଏହା ବହୁତ କଷ୍ଟକର ଥିଲା ।”


Share It

Comments are closed.