୮୨ ବର୍ଷରେ ମୃତ୍ୟୁବରଣ କଲେ ଲୋକପ୍ରିୟ ଗଜଲ ଗାୟକ ଭୂପିନ୍ଦର ସିଂହ


ବଲିଉଡର ଲୋକପ୍ରିୟ ଗଜଲ ଗାୟକ ଭୂପିନ୍ଦର ସିଂହ ସୋମବାର ଦିନ ମୃତ୍ୟୁବରଣ କରିଛନ୍ତି । ତାଙ୍କୁ ମୃତ୍ୟୁ ବୋଳକୁ ୮୨ ବର୍ଷ ହୋଇଥିଲା । ସେ ପୂର୍ବରୁ କୋଲନ କ୍ୟାନସରରେ ପିଡୀତ ଥିଲେ ଏବଂ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ସେ କୋଭିଡ-୧୯ ସଂକ୍ରମଣରେ ପିଡୀତ ଥିଲେ ବୋଲି ଜଣାପଡିଥିଲା ।  ଏହିପରି ସମସ୍ୟା ମଧ୍ୟରେ ସୋମବାର ଦିନ ରାତି ୭.୪୫ରେ ସେ ମୃତ୍ୟୁ ବରଣ କରିଥିଲେ ।

୧୯୪୦ରେ ପଞ୍ଜାବର ଅମୃତସର ଠାରେ ଜନ୍ମଗ୍ରହଣ କରିଥିବା ଭୂପିନ୍ଦର ନିଜର ଗାୟନ ପ୍ରଥମେ ଦିଲ୍ଲୀ ଅଲ ଇଣ୍ଡିଆ ରେଡିଓରୁ ପ୍ରାରମ୍ଭ କରିଥିଲେ । ତାଙ୍କର ଗୀତ ମଧ୍ୟରେ ଦିଲ ଧୁଣ୍ଡତା ହେ, ନାମ ଗୁମ ଜାଏଗା, ଏକ ଏକେଲା ଇସ ସହର ମେ, କିଶି ନଜର କୋ ତେରା ଇନ୍ତଜାର ଆଜ ଭି ହେ ଇତ୍ୟାଦି ପ୍ରମୁଖ ଅଟେ । ୧୯୮୦ରେ ସେ ବାଲାଂଦେଶୀ ଗାୟିକା ମିତାଲି ମୁଖାର୍ଜୀଙ୍କୁ ବିବାହ କରିବା ପରେ ବହୁ ଆଲବମ ଏବଂ ଜଗଲ ମିଳିତ ଭାବେ ଗାନ କରିଥିଲେ ।

ସେ ବଲିଉଡର ବହୁ ଗୀତ ଯେପରିକି ଦମ ମାରୋ ଦମ, ଚୁରା ଲିୟା ହେ, ଚିଙ୍ଗାରି କୋଇ ଭଡକେ, ମେହବୁବା ଓ ମେହବୁବା ପରି ଗୀତରେ ଗିଟାରିଷ୍ଟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟର କରି ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ବଲିଉଡର ବହୁ ଲୋକପ୍ରିୟ ସଂଗୀତକାର ଏବଂ ଗାୟକମାନେ ଶୋକ ବ୍ୟକ୍ତ କରିଛନ୍ତି ।

 


Share It

Comments are closed.