ମିସ୍ ଓଡିଶା ବିୟୁଟି ପ୍ରତିଯୋଗିତା ପାଇଁ ପଞ୍ଜିକରଣ ଆରମ୍ଭ


ମିସ୍ ଓଡିଶା ବିୟୁଟି ପ୍ରତିଯୋଗିତା ପ୍ରଥମ ସଂସ୍କରଣର ସଫଳତା ପରେ ଏହା ଆହୁରି ଅଧିକ ଉତ୍ସାହପୂର୍ଣ୍ଣ ସହିତ ପୁଣିଥରେ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟରେ ଥିବା ଅଣଦେଖା ପ୍ରତିଭାମାନଙ୍କୁ ଆଗକୁ ଆଣିବା ଲକ୍ଷ୍ୟରେ ଡ୍ରିମ ମେକର୍ସଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଡ୍ରିମ ମେକର୍ସ ପକ୍ଷରୁ ଏହାର ନିର୍ଦ୍ଦେଶକ, ଶ୍ରୀଯୁକ୍ତ ମୁକେଶ ରାମ କହିଛନ୍ତି ଯେ, “ଏହାର ପ୍ରଥମ ସଂସ୍କରଣର ଅହେତୁକ ସଫଳତା ଦେଖି ଆମ୍ଭେମାନେ ଖୁବ ଉତ୍ସାହିତ ଯେଉଁଥିରେ ରାଜ୍ୟର ବିଭିନ୍ନ ପ୍ରତିଯୋଗୀମାନଙ୍କର ଅଂଶଗ୍ରହଣ ଏବଂ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ପ୍ରତିଯୋଗିତା ମାଧ୍ୟମରେ ଆମ୍ଭେମାନେ ଏପରି ପ୍ରତିଭାକୁ ଆବିଷ୍କାର କରିବାକୁ ଚାହୁଁଛୁ ଯେଉଁମାନେ ନିଜର ଦେଖିବାକୁ ଆଧୁନିକ ହେଲେ ମଧ୍ୟ ହୃଦୟରେ ଓଡିଆ ପରମ୍ପରା ରଖିଥାନ୍ତି ।”
ଏହି ପ୍ରକିୟାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଶ୍ରୀଯୁକ୍ତ ପିୟୁସ ପିପାସୁ କହିଛନ୍ତି ଯେ, “ଏହି ପ୍ରତିଯୋଗିତାର ରେଜିଷ୍ଟ୍ରେସନ ୧୫ ଏପ୍ରିଲ ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିଯୋଗୀମାନେ ଉଭୟ ଅନ୍ଲାଇନ କିମ୍ବା ଅଫଲାଇନ୍ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ଏହାର ଦୁଇଟି ରାଉଣ୍ଡ ରହିବ, ପ୍ରଥମଟିରେ ସମସ୍ତ ପ୍ରତିଯୋଗୀମାନେ ଏକ ସିଟି ରାଉଣ୍ଡ ଅଡିସନ ରହିବ । ଉକ୍ତ ଚୟନ ତିନୋଟି ରାଉଣ୍ଡ ତଥା ନୃତ୍ୟ, ଅଭିନୟ ଏବଂ କୁଇଜ ମାଧ୍ୟମରେ କରାଯିବ । ସମସ୍ତ ଚୟନିତ ପ୍ରତିଯୋଗୀ ଭୁବନେଶ୍ୱରରେ ଡିସେମ୍ବର ମାସର ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିବେ ।”
ଏହି ଅବସରରେ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଭୁବନେଶ୍ୱର ଏମପି ଶ୍ରୀ ପ୍ରସନ୍ନ ପାଟ୍ଟଶାହାଣୀ, ଫ୍ୟାସନ ଡିଜାଇନର ନିବେଦିତା ପଣ୍ଡା, ଓଲିଉଡ ଅଭିନେତ୍ରୀ ନିହାରିକା ଦାସ, ପିୟୁସ ପିପାସୁ ଦାସ, ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ସଂଗୀତର ତାଳେତାଳେ ଏକ ର୍ୟାମ୍ପ ସୋରେ ଚାଲି ନିଜର ପ୍ରତିଭାର ପ୍ରଦର୍ଶନ କରିଛନ୍ତି ।


Share It

Comments are closed.