ସ୍ୱପ୍ନରେ ଖେଳର ପ୍ରତିଟି ବଲକୁ ଅନୁଧ୍ୟାନ କରୁଥିଲେ ଶାସ୍ତ୍ରୀ, କହିଲେ କିପରି ଏପରି


ଭାରତୀୟ କ୍ରିକେଟ ଦଳର ପ୍ରମୁଖ କୋଚ ରବି ଶାସ୍ତ୍ରୀ ସୋସିଆଲ ମିଡିଆରେ ସର୍ବଦା ସମାଲୋଚନା ଶୀକାର ହୋଇ ଆସୁଥିବାବେଳେ ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କ ହାତରେ ଥିବା ବିୟର ବୋତଲର ଦୃଶ୍ୟକୁ ନେଇ ସେ ୟୁଜର୍ସ ଠାରୁ ଖୁବ ସମାଲୋଚିତ ମଧ୍ୟ ହୋଇଥିଲେ । କେବଳ ଏତିକି ନୁହେଁ ୱେଷ୍ଟଇଣ୍ଡିଜ ଗସ୍ତ ସମୟରେ ସେଠାକାର ବେଳାଭୂମିରେ ତାଙ୍କ ଫଟୋସେସନ ଦୃଶ୍ୟକୁ ନେଇ ମଧ୍ୟ ଅନେକ ୟଜର୍ସ ତାଙ୍କୁ ସମାଲୋଚନା କରିବା ପାଇଁ ମଧ୍ୟ ପଛେଇ ନଥିଲେ ।
ଏହି ମଧ୍ୟରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଶାସ୍ତ୍ରୀଙ୍କର ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ କ୍ରିକେଟ ପ୍ରେମୀ ଠାରୁ ଆରମ୍ଭ କରି ଅନେକ ୟଜର୍ସ ମଧ୍ୟ ସମାଲୋଚନା କରିବା ଆରମ୍ଭ କରିଦେଲେଣି । ଭାଇରାଲ ଫଟୋଟିରେ ସେ ଶୋଇ ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଏହା ପରେ ୟଜର୍ସମାନେ ରବିଙ୍କୁ, କ’ଣ ଖାଲି ଶୋଇ ରହିବା ପାଇଁ ୧୦ ନେଉଛ ? ବୋଲି ପ୍ରଶ୍ନ କରିଥିଲେ । ଏହା ପରେ ଶାସ୍ତ୍ରୀ ନିଜ ସମାଲୋଚନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ସେ ଏଭଳି କମେଣ୍ଟ ଉପରେ ଖୁବ ଅଳ୍ପ ଚିନ୍ତିତ ହୋଇଥାନ୍ତି ।” ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ସେ ଗୋଟିଏ ବଲ ବି ଦେଖିବାରୁ ବଞ୍ଚିତ ହୋଇ ନଥାନ୍ତି । ମୁଁ ଶୋଇ ନଥିଲି ଏବଂ ଖେଳକୁ ଖୁବ ଉପଭୋଗ କରୁଥିଲି । ସେଥିପାଇଁ କିଏ କ’ଣ ଭାବୁଛି ମୋର ଯାଏ ଆସେ ନାହିଁ । ”


Share It

Comments are closed.