କ୍ରିକେଟ ପରେ ଏବେ ଟେନିସରେ ନିଜ ଜଲୱା ଦେଖାଇଲେ ଧୋନି


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଏମ.ଏସ ଧୋନି ପୂର୍ବରୁ କ୍ରିକେଟରେ ନିଜର ସଫଳ କୃତିତ୍ୱ ଦେଖାଇସାରାଇଥିବାବେଳେ ଏବେ ବ୍ୟାଟମିଣ୍ଟନ କ୍ଷେତ୍ରରେ ନିଜକୁ ସଫଳ ପ୍ରତିପାଦନ କରିପାରିଛନ୍ତି । ସେ ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ହେଉଥିବା ଏକ ଟେନିସ ପ୍ରତିଯୋଗିତାରେ ବିଜେତା ଘୋଷିତ ହୋଇଛନ୍ତି । ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏକ ଟେନିସ ପ୍ରତିଯୋଗିତାରେ ଧୋନି ବିଜେତା ଘୋଷିତ ହୋଇଛନ୍ତି । ସେ ‘ଜେଏସସିଏ କଣ୍ଟ୍ରି କ୍ରିକେଟ କ୍ଲବ ଟେନିସ ଚାମ୍ପିଆନସିପ’ ଟାଇଟେଲକୁ ନିଜ ନାମରେ କରିଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟର ମେନ୍ସ ଡବ୍ଲୁ ଫାଇନାଲ ପ୍ରତିଯୋଗିତାରେ ଧୋନି ନିଜର ପ୍ରତିପକ୍ଷକୁ ୬-୩, ୬-୩ ପଏଣ୍ଟରେ ମାତ ଦେଇଛନ୍ତି ।
ଏହି ଅବସରରେ ଖେଳ ଦେଖିବାକୁ ଆସିଥିବା ଧୋନିଙ୍କ ଜଣେ ପ୍ରସଂଶକ କହିଛନ୍ତି ଯେ, ‘ଧୋନି ନିଜେ ହେଉଛନ୍ତି ଏକ ସଫଳ କ୍ରିଡାବିତ , ଯିଏକି କ୍ରିକେଟ ଛଡା ଅନ୍ୟ ଖେଳକୁ ମଧ୍ୟ ଖେଳିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ’
ଏହି ଟୁର୍ଣ୍ଣାମେଣ୍ଟ ୨୭ ନଭେମ୍ବରରୁ ଆରମ୍ଭ ହୋଇ ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିଥିଲା, ଯେଉଁଥିରେ ଧୋନି ଏହା ପ୍ରମାଣ କରିଦେଲେ ଯେ, କ୍ରିକେଟ ସହିତ ଟେନିସ କୋର୍ଟରେ ନିଜର ଆଧିପତ୍ୟ ବିସ୍ତାର କରିପାରିବେ । ପ୍ରଥମ ଥର ପାଇଁ ଧୋନିଙ୍କୁ ରାଞ୍ଚିରେ ଟେନିସ ଖେଳିବାର ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ତାଙ୍କୁ ଫୁଟବଲ ଖେଳୁଥିବାର ନଜର ଆସିଥିଲା । ଧୋନି କ୍ରିକେଟ ପୂର୍ବରୁ ଜଣେ ଫୁଟବଲ ପ୍ରେମି ଥିଲେ ।


Share It

Comments are closed.