ଅଲଟିମେଟ ଖୋ ଖୋ ସିଜିନ-୨ : ମୁମ୍ବାଇ ଖିଲାଡିଙ୍କୁ ହରାଇ ଚେନ୍ନାଇ କ୍ୱିକ ଗନ୍ସର ତୃତୀୟ ବିଜୟ ହାସଲ


କଟକ, ୩୦ ଡିସେମ୍ବର, ୨୦୨୩: ଅଲ୍ଟିମେଟ୍ ଖୋ ଖୋ ସିଜିନ-୨ରେ ପୁଣି ଥରେ ନିଜର ଅଲରାଉଣ୍ଡ ପ୍ରତିଭା ପ୍ରଦର୍ଶନ କରିଛନ୍ତି ରାମଜୀ କଶ୍ୟପ । କଟକର ଜୱାହରଲାଲ ନେହେରୁ ଷ୍ଟାଡିୟମରେ ଶନିବାର ଚାଲିଥିବା ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍‌ସ ୩୬-୩୧ ପଏଂଟରେ ମୁମ୍ବାଇ ଖିଲାଡିଙ୍କୁ ପରାସ୍ତ କରିଛି । ଆଟାକ ସମୟରେ କଶ୍ୟପ ୩ଟି ସ୍କାଏଡାଇଭ୍ ସହ ୧୦ ପଏଂଟ ହାସଲ କରିବା ସହ ୪ ମିନିଟରୁ ଅଧିକ ସମୟ ମ୍ୟାଟରେ ରହି ବିଜୟୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଡ୍ରିମ ରନ ବୋନସ ପଏଂଟ ହାସଲ କରିଥିଲେ । ପ୍ରଥମେ ଆରମ୍ଭ କରିଥିବା ଟିମ ମୁମ୍ବାଇ ଖିଲାଡିସ ମୋଟ ୧୬ ପଏଂଟ ହାସଲ କରିଥିଲା । ତେବେ ଚେନ୍ନାଇ ମଧ୍ୟ ଡ୍ରିମ୍ ରନ୍ ବୋନସ୍ ପଏଂଟ ହାସଲ କରିବାରେ ସଫଳ ହୋଇଥିଲା, ଯାହା ପରବର୍ତୀ ମୁହୁର୍ତରେ ଅଗ୍ରଣୀ ରହିବାରେ ସହାୟକ ହୋଇଥିଲା । ଦ୍ୱିତୀୟ ପାଳିରେ ୬ ପଏଂଟ ଜିତି ଦଳକୁ ସହଜ ସ୍ଥିତିରେ ପହଂଚାଇଥିବା କଶ୍ୟପଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ଇନିଂସ୍ ଶେଷ ହେବା ପୂର୍ବରୁ ସେମାନେ ୧୮ ପଏଂଟ ହାସଲ କରିଥିଲେ । ସୁଭାଶିଷ ସାନ୍ତ୍ରା ଓ ହୃଷିକେଶ ମୁରଚାୱାଡେ ତୃତୀୟ ପାଳିରେ ଆକ୍ରମଣ କରି ୮ ପଏଂଟ ହାସଲ କରିଥିବା ବେଳେ ମୁମ୍ବାଇ ଖିଲାଡି୧୪ ପଏଂଟ ପାଇ ଦଳ ମଧ୍ୟରେ ବ୍ୟବଧାନ ବଢ଼ାଇଥିଲେ । ତେବେ ଚେନ୍ନାଇ ଶେଷ ପାଳିରେ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ଲିଗରେ ତୃତୀୟ ବିଜୟ ହାସଲ କରିଛି । ରବିବାର ମ୍ୟାଚରେ ତେଲୁଗୁ ଯୋଦ୍ଧାସ୍ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସକୁ ଭେଟିବ ଏବଂ ରାଜସ୍ଥାନ ୱାରିୟର୍ସ ମୁମ୍ବାଇ ଖିଲାଡିକୁ ଭେଟିବ ।

ଆଜିର ମ୍ୟାଚ ପୂର୍ବରୁ ଚୌଦ୍ୱାର କଟକର ଓଡ଼ିଶା ବିଧାନସଭା ସଦସ୍ୟ ଶ୍ରୀ ସୌଭିକ ବିଶ୍ୱାଳ କଏନ ଟସ କରିଥିଲେ ଏବଂ ଖେଳାଳିମାନଙ୍କୁ ଲିଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ଉତ୍ସାହିତ କରିଥିଲେ । “ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷ ନେତୃତ୍ୱରେ ଓଡ଼ିଶା ଦେଶର କ୍ରୀଡ଼ା ହବ୍ ଭାବେ ଉଭା ହେଉଛି । ଓଡ଼ିଶା ଜଗରନଟ୍ସ ତା\’ର ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରୁଛି, ମୁଁ ଆଶା କରୁଛି ଯେ ଦଳ ଏଥର ମଧ୍ୟ ବିଜୟ ଧାରା ଜାରି ରଖିବ ଏବଂ ଟ୍ରଫି ଜିତିବ ।,” ବୋଲି ଶ୍ରୀ ସୌଭିକ ବିଶ୍ୱାଳ କହିଛନ୍ତି ।

ଖୋ ଖୋ ଫେଡେରେଶନ ଅଫ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ ଅଣ-କ୍ରିକେଟ ଲିଗ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।  ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ ନେଟୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।


Share It

Comments are closed.