‘ଆରଆରଆର-୨’କୁ ନେଇ ଆସିଲା ବଡ଼ ଅପଡେଟ: ଏହି ସ୍ଥାନରେ ସୁଟିଂ ହେବ ଫିଲ୍ମ


ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏବଂ ରାମ ଚରଣ-ଜୁନିୟର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆରଆରଆର’ ବେଶ୍ ହିଟ୍ ହୋଇଥିଲା। ଓସ୍କାର ରେ ମଧ୍ୟ ଏହି ଫିଲ୍ମର ଯାଦୁ ଖେଳିଯାଇଥିଲା । ଏହି ବ୍ଲକବଷ୍ଟର ଫିଲ୍ମର ସଫଳତା ଦେଖିବା ପରେ ନିର୍ମାତା ଏହାର ସିକ୍ୱେଲ ଘୋଷଣା କରିଛନ୍ତି । ସିକ୍ୱେଲ ବିଷୟରେ ସୂଚନା ମିଳିବା ପରେ ପ୍ରଶଂସକଙ୍କ ଖୁସିର ସୀମା ରହୁ ନାହିଁ ଏବଂ ସେମାନେ ଏହାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏବେ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅପଡେଟ୍ ଆସିଛି ।

ମିଡିଆ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ‘ଆରଆରଆର-୨’ର ସ୍କ୍ରିପ୍ଟ ଉପରେ କାମ ଜାରି ରହିଛି। ଫିଲ୍ମର ସୁଟିଂ ଆଫ୍ରିକାରେ ହେବ । ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏସଏସ ରାଜମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ କହିଛନ୍ତି ଯେ ଫିଲ୍ମର ସିକ୍ୱେଲର କାହାଣୀ ଆଫ୍ରିକାରେ ଜାରି ରହିବ । ‘ଆରଆରଆର’ ରିଲିଜ୍ ହେବା ପରେ ମୁଁ ଏକ ସିକ୍ୱେଲ୍ ନିର୍ମାଣ କରିବାର ଧାରଣା ବାଣ୍ଟିଲି ଯେଉଁଥିରେ ସୀତାରାମ ରାଜୁ (ରାମ ଚରଣ) ଏବଂ କୋମାରାମ ଭୀମ (ଏନଟିଆର ଜୁନିୟର)ଙ୍କ ସହ ଆଫ୍ରିକାରେ କାହାଣୀ ପ୍ରଦର୍ଶିତ ହେବ ।

ବିଜୟେନ୍ଦ୍ର ପ୍ରସାଦ ଆହୁରି କହିଛନ୍ତି ଯେ ତାଙ୍କ ପୁଅଏହି ଧାରଣାକୁ ପସନ୍ଦ କରିଥିଲେ ଏବଂ ଏହାକୁ ଏକ ସମ୍ପୂର୍ଣ୍ଣ ସ୍କ୍ରିପ୍ଟରେ ବିକଶିତ କରିବାକୁ କହିଥିଲେ। କଥାବାର୍ତ୍ତା ସମୟରେ ବିଜୟେନ୍ଦ୍ର ପ୍ରସାଦ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପୁଅ ତଥା ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ବର୍ତ୍ତମାନ ମହେଶ ବାବୁଙ୍କ ସହ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏହାର କାମ ସରିବା ପରେ ହିଁ ସେ ଆରଆରଆର-୨ର କାମ ଆରମ୍ଭ କରିବେ।

“ମୁଁ ମୋ ପୁଅର ସ୍ୱଭାବ ଜାଣିଛି, ମହେଶଙ୍କ ସହ ଫିଲ୍ମ ଶେଷ ନ ହେବା ପର୍ଯ୍ୟନ୍ତ ସେ ସିକ୍ୱେଲ ଉପରେ କୌଣସି ଧ୍ୟାନ ଦେବେ ନାହିଁ । ଏହାପରେ ଯଦି ତାଙ୍କୁ ମୋ ସ୍କ୍ରିପ୍ଟ ପସନ୍ଦ ଆସିବ ଏବଂ ଉଭୟ ହିରୋଙ୍କୁ ସ୍କ୍ରିପ୍ଟ ପସନ୍ଦ ଆସିବ ଏବଂ ସେମାନଙ୍କ ପାଖରେ ସମୟ ଅଛି ତେବେ ସିକ୍ୱେଲ ଉପରେ କାମ ଆରମ୍ଭ ହେବ । ‘

ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ ଏସଏସ ରାଜମୌଲି ମଧ୍ୟ ‘ଆରଆରଆର ୨’ର କାମ ଚାଲିଛି ବୋଲି ନିଶ୍ଚିତ କରିଥିଲେ। ମୋ ବାପା ମୋର ସବୁ ଫିଲ୍ମର କାହାଣୀକାର। ଆମେ ଆରଆରଆର ୨ ବିଷୟରେ ଆଲୋଚନା କରିଛୁ ଏବଂ ସେ କାହାଣୀ ଉପରେ କାମ କରୁଛନ୍ତି ।


Share It

Comments are closed.