ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ରାକ୍ଷୀ ସାୱନ୍ତ


ବଲିଉଡରେ ବର୍ତ୍ତମାନ ବିବାହ ଋତୁ ଚାଲିଛି । ନିକଟ କିଛି ଦିନ ତଳେ ଦୀପିକା ଏବଂ ରଣବୀରଙ୍କର ବିବାହ ସମ୍ପନ୍ନ ହୋଇଥିବାବେଳେ ଏବେ ଖୁବ ଶୀଘ୍ର ପ୍ରିୟଙ୍କା ଏବଂ ନିକଙ୍କ ବିବାହ ହେବାକୁ ଯାଉଛି । କେବଳ ଏତିକି ନୁହେଁ ଟି.ଭି ପରଦାର ଚର୍ଚ୍ଚିତ କମେଡିଆନ କପିଲ ଶର୍ମା ତାଙ୍କ ବିବାହର ନମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ସେୟାର କରିଥିବାବେଳେ ଏବେ କଣ୍ଟରଭର୍ସୀ କୁଇନ ରାକ୍ଷୀ ସାୱନ୍ତ ମଧ୍ୟ ନିଜ ବିବାହର କାର୍ଡ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେ ପୁଣି ଥରେ ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ରାକ୍ଷୀ ନିଜ ବିବାହ ନିମନ୍ତ୍ରଣର କାର୍ଡ ଇନଷ୍ଟାଗ୍ରାମରେ ସେୟାର କରିବା ସହ ସେ ଦୀପକ କଲାଲଙ୍କୁ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି । କାର୍ଡରେ ଲେଖାଯାଇଛି ଯେ, ତାଙ୍କ ବିବାହ ୩୧ ଡିସେମ୍ବରରେ ଲସ ଆଞ୍ଜେଲସରେ ହେବାକୁ ଯାଉଛି । ରାକ୍ଷୀଙ୍କ ସହ ଦୀପକା କଲାଲ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି ନିମନ୍ତ୍ରଣ କାର୍ଡ ସେୟାର କରିଛନ୍ତି ।
ଦୀପକ କଲାଲ ହେଉଛନ୍ତି ସୋସିଆଲ ମିଡିଆରେ ଜଣେ ଚର୍ଚ୍ଚିତ ଚେହେରା । ନିକଟ କିଛି ଦିନ ତଳେ ତାଙ୍କୁ ‘ଇଣ୍ଡିଆଜ ଗଟ ଟାଲେଣ୍ଟ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ରାକ୍ଷୀଙ୍କର କିଛି ଦିନ ତଳେ ତନୁଶ୍ରୀଙ୍କ ସହ ବିବାଦ ଏବଂ ରେସଲିଙ୍ଗ ରିଙ୍ଗରେ ମହିଳା ଯୋଦ୍ଧାଙ୍କ ସହ ହୋଇଥିବା ମାଡଗୋଡିକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଏବେ ସେ ନିଜ ବିବାହ ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ସେୟାର କରି ଖୁବ ଚର୍ଚ୍ଚାରେ ରହିଛନ୍ତି ।

ବିବାହର କାର୍ଡ ସେୟାର କରି ରାକ୍ଷୀ ଲେଖିଛନ୍ତି ଯେ, ‘ଆପଣ ସଭିଙ୍କୁ ଏହି ବିବାହରେ ନିମନ୍ତ୍ରଣ ରହିଲା ଏବଂ ଗୋଟିଏ ନିବେଦନ ରହିଛି ଯେ, ବିବାହରେ ଆସିବା ସମୟରେ କେହି ଗିଫ୍ଟ ଆଣିବେ ନାହିଁ । ’


Share It

Comments are closed.