ରିଲିଜ ପୂର୍ବରୁ ବାହୁବଲୀକୁ ପଛରେ ପକାଇଲା ୨.୦


ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ୨.୦ ଦୀର୍ଘ ସମୟ ହେବ ଚର୍ଚ୍ଚାରେ ରହି ଆସୁଛି । ଏହି ଫିଲ୍ମଟି ହେଉଛି ରୋବଟର ସିକ୍ୱେଏଲ। ଏହି ଫିଲ୍ମରେ ରଜନୀକାନ୍ତ ହିରୋ ଭୂମିକାରେ ଅଭିନୟ କରୁଥିବାବେଳେ ଅକ୍ଷୟ କୁମାର ନେଗେଟିଭ ଭୂମିକାରେ ନଜର ଆସିବେ । ପୂର୍ବରୁ ଅକ୍ଷୟ କୁମାର ନିଜ ଟ୍ୱିଟରରେ ଏହି ଫିଲ୍ମର ପୋଷ୍ଟାର ରିଲିଜ କରିସାରିଥିବାବେଳେ ଏବେ ତା’ର ଟିଜର ରିଲିଜ ହୋଇଛି ।
ରୋବଟ ୨.୦ ଭାରତର ସବୁଠାରୁ ବିଗ ବଜେଟ ଫିଲ୍ମ ବୋଲି କଳନା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଫିଲ୍ମଟି ରିଲିଜ ପୂର୍ବରୁ ବାହୁବଲୀର ସମସ୍ତ ରେକର୍ଡକୁ ପଛରେ ପକାଇଦେଇଛି । ଏହି ଫିଲ୍ମଟି ୫୪୫ କୋଟିରେ ପ୍ରସ୍ତୁତ ହୋଇଥିବାବେଳେ ଏହାର ଟିଜର ରିଲିଜ ପୂର୍ବରୁ ଏହା ବାହୁବଲୀର ସମସ୍ତ ରେକର୍ଡ କାଟି ଦେଇଛି ବୋଲି ସୂଚନା ମିଳିଛି ।
ବର୍ତ୍ତମାନ ସୁଧା ବାହୁବଲୀ ଭାରତର ସବୁଠାରୁ ଦାମିକିଆ ଫିଲ୍ମ ହୋଇଥିବାବେଳେ ଏହାର କଲେକ୍ସନ ମଧ୍ୟ ସବୁଠାରୁ ଅଧିକ ରହିଥିଲା ।

ଫିଲ୍ମର ଟିଜର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଏହି ଫିଲ୍ମର ରିଲିଜ ତାରିଖ ବହୁ ବାର ଘୁଞ୍ôଚ ସାରିଥିବାବେଳେ ବର୍ତ୍ତମାନ ଏହା ୨୯ ସେପ୍ଟେମ୍ବରରେ ରିଲିଜ ହେବ ବୋଲି ଚୂଡାନ୍ତ କରାଯାଇଛି ।
ଫିଲ୍ମକୁ ନେଇକରି ଲୋକଙ୍କ ମନରେ ଏତେ ଉତ୍କଣ୍ଠା ଭରି ରହିଛି ଯେ, ଏହାର ପୋଷ୍ଟର ରିଲିଜ ହେବା ପରେ ପ୍ରଶଂସକ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କୁ ଅନେକ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ଏହି ଫିଲ୍ମଟି ବାହୁବଲୀ ଭଳି ଅଲ ଟାଇମ ବ୍ଲକ ବଷ୍ଟର ରହିବାର ଅନେକ ଆଶା କରାଯାଉଛି ।


Share It

Comments are closed.