ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ମନ୍ଦିରରେ ଏକାଠି ନଜର ଆସିଲେ ରାଜ-ଶିଳ୍ପା


ଅଶ୍ଳୀଳ ଭିଡିଓ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା କିଛି ଦିନ ପୂର୍ବରୁ ଜେଲରୁ ମୁକ୍ତ ହୋଇଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ଗଣମାଧ୍ୟମ ଆଖିରୁ ନିଜକୁ ଦୂରେଇ ରଖିଥିଲେ। ଯଦିଓ ଖୁବ୍ ଶୀଘ୍ର ସେ ପାପାରାଜିଙ୍କ ସାମ୍ନାରେ ହାଜର ହେବାକୁ ଲାଗିଲେ କିନ୍ତୁ ରାଜ ସର୍ବସାଧାରଣରେ ଦେଖାଯାଇ ନଥିଲା। ଜେଲରୁ ମୁକୁଳିବା ପରେ ତାଙ୍କୁ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ତାଙ୍କ ସହ ଶିଳ୍ପା ଶେଟ୍ଟୀ ମଧ୍ୟ ନଜର ଆସିଛନ୍ତି। ଉଭୟ ପୂଜା କରିବା ପାଇଁ ଧମର୍ଶାଳାର ଏକ ମନ୍ଦିରରେ ପହଞ୍ଚିଛନ୍ତି। ଶିଳ୍ପା ବର୍ତ୍ତମାନ ତାଙ୍କ ପରିବାର ସହିତ ହିମାଚଳ ପ୍ରଦେଶରେ ଅଛନ୍ତି। ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଅନେକ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଫଟୋରେ ଶିଳ୍ପା ଶକ୍ତିପୀଠ ମା ଜ୍ୱାଳାମୁଖୀ ମନ୍ଦିରର ସିଡ଼ି ଆଡକୁ ନିର୍ଦ୍ଦେଶ କରୁଛନ୍ତି। ଭିଡିଓରେ ସେ ମନ୍ଦିର ବାହାରର ଦୃଶ୍ୟ ଦେଖାଇଛନ୍ତି। ଶିଳ୍ପା ରାଜଙ୍କ ସହ କୌଣସି ଫଟୋ ସେୟାର କରିନାହାଁନ୍ତି କିନ୍ତୁ ତାଙ୍କ ପ୍ରଶଂସକମାନେ ଉଭୟଙ୍କ ଏକାଠି ଫଟୋ ଲିକ୍ କରିଛନ୍ତି। ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରାଜ ଏବଂ ଶିଳ୍ପା ହାତ ଧରା ଧରି ହୋଇ ଚାଲୁଥିବା ଦେଖାଯାଇଛି। ଗୋଟିଏ ଫଟୋରେ ଶିଳ୍ପା ଏବଂ ରାଜ ମନ୍ଦିରର ପୁରୋହିତଙ୍କ ସହିତ ଠିଆ ହୋଇଛନ୍ତି। ଏହି ସମୟରେ ଶିଳ୍ପା ହଳଦିଆ ସାଲୱାର ସୁଟ ପିନ୍ଧିଥିବା ବେଳେ ରାଜ ହଳଦିଆ କୁର୍ତ୍ତା ଏବଂ ଧଳା ପାଇଜାମା ପିନ୍ଧିଥିବାର ନଜର ଆସିଛନ୍ତି।


Share It

Comments are closed.