ଦେଶର ଚୌକିଦାର ହେଉଛନ୍ତି ଚୋର – ରାହୁଲ


ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି ରାହୁଲ ତୁଙ୍ଗରପୁରର ସଗୱାଡାସ୍ଥିତ ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବନ୍ଧିତ କରିବାକୁ ପାଇଁ ସେଠାରେ ପହଞ୍ଚିଥିଲେ । ସେଠାରେ ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିବା ସହ ‘ଗଲି ଗଲି ସୋର ହେ ହିନ୍ଦୁସ୍ଥାନକା ଚୌକିଦାର ଚୋର ହେ’ ବୋଲି ସିଧାସଳଖ ଆକ୍ଷେପ ମଧ୍ୟ କରି କହିଛନ୍ତି ।
ସେଠାରେ ରାହୁଲ କିଙ୍ଗଫିସର କମ୍ପାନୀ ମାଲିକ ବିଜୟ ମାଲ୍ୟାଙ୍କ ପ୍ରସଙ୍ଗ ଉଠାଇ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏଭଳି ମନ୍ତବ୍ୟ ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଭାରତରେ ବହୁତ ଲୋକଙ୍କ ପାଇଁ ଅଚ୍ଛେଦିନ ଆସିଯିବଣି କାରଣ ବିଜୟ ମାଲ୍ୟାଙ୍କ ଭଳି ଚୋର ବ୍ୟାଙ୍କମାନଙ୍କରୁ ଆପଣମାନେ ଜମା ରଖିଥିବା ଟଙ୍କା ମଧ୍ୟରୁ ୯ ହଜାର କୋଟି ଲୁଟି ନେଇ ଫେରାର ହୋଇଯାଇଛନ୍ତି । ସେ କହିଥିଲେ ଯେ, ମାଲ୍ୟା ଭାରତ ଛାଡି ପଳାୟନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ଏହି ସଂପର୍କରେ ଆଲୋଚନା କରିବା ସହ ଭାରତ ଛାଡି ପଳାଏନ କରିବା ସୂଚନା ମଧ୍ୟ ଦେଇଥିଲେ ।
ରାହୁଲ ଗାନ୍ଧୀ ରାଫେଲ ଦୁର୍ନିତୀ ସଂପର୍କରେ ଲୋକମାନଙ୍କୁ ମୋଦି ସରକାରଙ୍କ ପ୍ରତି ବିଷ ଓଗଲାଇବା ସହ ଗବର ସିଂହ ଟ୍ୟାକ୍ସ (ଜିଏସଟି) ଦ୍ୱାରା କିପରି ବ୍ୟବସାୟୀମାନେ ଜର୍ଜରିତ ହେଉଛନ୍ତି ତା ସଂପର୍କରେ ମଧ୍ୟ ଅବଗତ କରାଇଥିଲେ । ସେ ଆହୁରୀ ମଧ୍ୟ କହିଥିଲେ ମୋଦି କେବଳ ୫ ରୁ ୭ ହଜାର ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ବୁଲେଟ ଟ୍ରେନ ଆଣିପାରନ୍ତି ।
ଏହି ଅବସରରେ ରାହୁଲ ଗାନ୍ଧୀ ରାଜସ୍ଥାନର ବିଜେପି ନେତୃତ୍ୱାଧୀନ ସରକାର ବହୁନ୍ଧରା ରାଜ ସରକାରଙ୍କୁ ମଧ୍ୟ କଡା ସମାଲୋଚନା ମଧ୍ୟ କରିଥିଲେ । ସରକାର ଦୁର୍ନିତୀରେ ବୁଡି ରହିଛନ୍ତି ଏବଂ ଲୋକମାନଙ୍କ ଟିକସରେ ଦଳୀୟ କାର୍ଯ୍ୟକ୍ରମରେ ହେଉଛି ବୋଲି କହିଥିଲେ ।


Share It

Comments are closed.