‘ଟାଇମ୍‌ସ ୱମେନ୍ ଆଚିଭର୍ସ ଅଫ ଓଡିଶା-୨୦୨୪’ରେ ସମ୍ମାନିତ ହୋଇଛନ୍ତି ପ୍ରଫେସର ଡଃ ରେଖା ଦାସ


ଭୁବନେଶ୍ୱର: ଆଚାର୍ଯ୍ୟ ହରିହର ପିଜିଆଇ କ୍ୟାନ୍‌ସର ହସ୍ପିଟାଲରେ ମେଡିକାଲ ସୁପରିନ୍‌ଟେଣ୍ଡେଂଟ୍ ଓ ଆଇସିୟୁ ଇନ୍‌ଚାର୍ଜ ଏବଂ ଶାନ୍ତି ମେମୋରିଆଲ ହସ୍ପିଟାଲର ନିର୍ଦ୍ଦେଶିକା ପ୍ରଫେସର ଡଃ ରେଖା ଦାସଙ୍କୁ  ଗତ ମାର୍ଚ୍ଚ ୭ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ପ୍ରତିଷ୍ଠିତ କାର୍ଯ୍ୟକ୍ରମ- ‘ଟାଇମ୍‌ସ ୱମେନ ଆଚିଭର୍ସ ଅଫ୍ ଓଡିଶା ୨୦୨୪’ରେ ସମ୍ମାନିତ କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ଦ ଟାଇମ୍‌ସ ଗ୍ରୁପ୍ ପକ୍ଷରୁ  ଭିନ୍ନ ଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସଫଳତାକୁ ସ୍ୱୀକୃତି ପ୍ରଦାନ କରିବା ଓ ସମ୍ମାନିତ କରିବା ପାଇଁ ଆୟୋଜନ କରାଯାଇଛି । ଡଃ ରେଖା ଦାସଙ୍କୁ କ୍ରିଟିକାଲ କେୟାର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଦତାଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଡଃ ରେଖା ଦାସ ଏହି କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆଲୋଚନାରେ ଜଣେ ପ୍ୟାନେଲିଷ୍ଟ ଭାବେ ମଧ୍ୟ ଯୋଗ ଦେଇଥିଲେ ।

ପ୍ରଫେସର ଡଃ ରେଖା ଦାସ ଜଣେ ଇନ୍‌ଟେନ୍‌ସିଭ କେୟାର ଏକ୍ସପର୍ଟ ଅଟନ୍ତି ଯାହାଙ୍କର ଏହି କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି ।ଇଣ୍ଡିଆନ ସୋସାଇଟି ଅଫ୍ ଆନାସ୍ଥେସିଓଲୋଜିଷ୍ଟର ପୂର୍ବତନ ଅଧ୍ୟକ୍ଷା ଏବଂ ଆଇଏସ୍‌ଏ ନ୍ୟାଶନାଲର ବର୍ତମାନର ଗଭର୍ଣ୍ଣିଂ କାଉନ୍ସିଲ ମେମ୍ବର ଥିବା ଡଃ ରେଖା ଦାସ ଦ ଇଣ୍ଡିଆନ ସୋସାଇଟି ଅଫ୍ କ୍ରିଟିକାଲ କେୟାର ମେଡିସିନର କଟକ ଶାଖାର ପ୍ରତିଷ୍ଠାତା ଓ ପୂର୍ବତନ ସଚିବ ଅଟନ୍ତି ।  ସୂଚିତ ଜର୍ଣ୍ଣାଲ ଓ ପୁସ୍ତକଗୁଡିକରେ ତାଙ୍କର ଅନେକ ପ୍ରକାଶନ ରହିଛି । ଶାନ୍ତି ମେମୋରିଆଲ ହସ୍ପିଟାଲରେ ଏଥିକ୍ସ କମିଟିର କ୍ଲିନିକାଲ ମେମ୍ବର ଥିବା ଡଃ ରେଖା ଦାସ ହେଉଛନ୍ତି  ଗଭୀର ଜ୍ଞାନ ଓ ଅଧ୍ୟବସାୟର  ଜଣେ ମହିଳା । ସେ  ଇନ୍‌ଟେଂସିଭ କେୟାର କ୍ଷେତ୍ର ଓ ଏହାର ଦକ୍ଷତାକୁ ଉନ୍ନତ କରିବା ଦିଗରେ ନିରନ୍ତର ଭାବେ କାର୍ଯ୍ୟ କରୁଛନ୍ତି ।


Share It

Comments are closed.