ମାନ୍ଦାବସ୍ଥା ସତ୍ୱେ ବଜାୟ ରହିବ ଗ୍ୟାଲାକ୍ସି ଏସ୍‌୨୩ ସିରିଜ୍ ଭଳି ଫୋନ୍‌ଗୁଡିକର ଚାହିଦା


ଭୁବନେଶ୍ୱର: ଅର୍ଥନୈତିକ ମନ୍ଥରତା ସତ୍ୱେ ଭାରତରେ ପ୍ରିମିୟମ ସ୍ମାର୍ଟଫୋନ୍ ବଜାରରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସର ମୋବାଇଲ ଏକ୍ସପେରିଏନ୍ସ ବିଜ୍‌ନେସ୍‌ର ଅଧ୍ୟକ୍ଷ ଓ ମୁଖ୍ୟ ଡା. ଟିଏମ୍ ରୋ । ଡା. ରୋ’ଙ୍କ ମତରେ, ‘ଭାରତରେ ୪୦୦ ଡଲାର୍ ରୁ ଅଧିକ ମୂଲ୍ୟର ପ୍ରାଇସ୍ ଟ୍ୟାଗ୍ ସହିତ ପ୍ରିମିୟମ ସ୍ମାର୍ଟଫୋନ୍‌ଗୁଡିକ ପାଇଁ ଚାହିଦା ଦ୍ରୁତ ବେଗରେ ବୃଦ୍ଧି ପାଉଛି କାରଣ ଏଠାରେ ୫ଜି ନେଟ୍‌ୱର୍କ ସମ୍ପ୍ରସାରିତ ହେଉଛି । ଭାରତର ୫ଜି ସ୍ମାର୍ଟଫୋନ୍ ବଜାର ୨୦୨୩ରେ ୬୦%ରୁ ଅଧିକ ବୃଦ୍ଧି ହେବ ବୋଲି ଆଶା କରାଯାଉଥିବା ବେଳେ ପ୍ରିମିୟମ ସ୍ମାର୍ଟଫୋନ୍ ବଜାର ୩୦%ରୁ ଅଧିକ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି ।

ନିକଟରେ ସାମ୍‌ସଙ୍ଗ ପକ୍ଷରୁ କୁହାଯାଇଥିଲା ଯେ, କମ୍ପାନୀ ଭାରତରେ କେବଳ ୨୪ ଘଂଟାରେ ଏହାର ପ୍ରିମିୟମ ଗ୍ୟାଲାକ୍ସି ଏସ୍‌୨୩ ସିରିଜ୍ ପାଇଁ ୧୪୦,୦୦୦ରୁ ଅଧିକ ପ୍ରି-ବୁକିଙ୍ଗ୍ ହାସଲ କରିଥିଲା, ଯାହାକି ଗତବର୍ଷ ଗ୍ୟାଲାକ୍ସି ଏସ୍‌୨୨ ସିରିଜ୍ ପାଇଁ ଏହା ହାସଲ କରିଥିବା ପ୍ରି-ବୁକିଂ ସଂଖ୍ୟା ତୁଳନାରେ ଦୁଇଗୁଣ ଅଧିକ । ବିଶେଷ କରି ଗ୍ରୀନ୍ କଲର୍‌ର ଗ୍ୟାଲାକ୍ସି ଏସ୍‌୨୩ ଅଲ୍‌ଟ୍ରାକୁ ଭାରତୀୟ ଉପଭୋକ୍ତାମନେ ଖୁବ୍ ଭଲ ଭାବରେ ଗ୍ରହଣ କରୁଛନ୍ତି । ସାମ୍‌ସଙ୍ଗରେ ନିଯୁକ୍ତ ହୋଇଥିବା ସବୁଠାରୁ କନିଷ୍ଠ ଅଧ୍ୟକ୍ଷ ଡା. ରୋ’ଙ୍କ କହିବା ଅନୁସାରେ, ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଅଭିବୃଦ୍ଧି ଜାରି ରହିବ ଏବଂ ସେଠାରେ ସାମ୍‌ସଙ୍ଗ ଏଥିପାଇଁ ଉପସ୍ଥିତ ରହିବ ।’

ବିଶ୍ଳେଷକଙ୍କ ମତରେ, ଭାରତରେ ୨୦୨୬ ସୁଦ୍ଧା ପ୍ରାୟ ୧ ବିଲିୟନ ବା ୧୦୦ କୋଟି ସ୍ମାର୍ଟଫୋନ୍ ଉପଭୋକ୍ତା ରହିବେ, ଯାହା ଯୁବ ଉପଭୋକ୍ତାଙ୍କ କ୍ଷେତ୍ରରେ ସ୍ମାର୍ଟଫୋନ୍‌ଗୁଡିକର ଦ୍ରୁତ ଗ୍ରହଣୀୟତା ଦ୍ୱାରା ପରିଚାଳିତ ହେବ । ଭାରତରେ ୬୦୦ ମିଲିୟନରୁ ଅଧିକ ଜେନ୍ ଏମ୍‌ଜେଡ୍ ଉପଭୋକ୍ତା ରହିଛନ୍ତି ଯାହା ସମଗ୍ର ବିଶ୍ୱରେ ସର୍ବବୃହତ୍ ଅଟେ । ଡା. ରୋ’ କହିଛନ୍ତି, ‘ସାମ୍‌ସଙ୍ଗ ଭାରତରେ ଏହାର ଆର୍‌ଆଣ୍ଡ୍‌ଡି ସେଂଟର୍‌ରେ ନିବେଶ ଜାରି ରଖିବ ଏବଂ ଭାରତରେ ଥିବା ଏହାର ମାନୁଫ୍ୟାକ୍‌ଚରିଂ ସେଂଟର୍‌ରେ ସ୍ମାର୍ଟ ଫ୍ୟାକ୍‌ଟ୍ରି ଟେକ୍ନୋଲୋଜିକୁ ଅତ୍ୟାଧୁନିକ କରିବ । ୨୦୨୩ ଭାରତ ଓ କୋରିଆର କୂଟନୈତିକ ସମ୍ପର୍କର ୫୦ତମ ବାର୍ଷିକୀକୁ ଚିହ୍ନିତ କରୁଛି ।


Share It

Comments are closed.