ଆଜି ସନ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ


କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି। ଦେଶରେ କରୋନାର ଦ୍ଵିତୀୟ ଲହରୀ ଦୁର୍ବଳ ହେବାରେ ଲାଗିଛି। ଏବେ ବିଭିନ୍ନ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ।ତେବେ ମୋଦି ଅନଲକ ପ୍ରକ୍ରିୟାକୁ ନେଇ ଦେଶବାସୀଙ୍କୁ ସଚେତନ କରିପାରନ୍ତି। ସାବଧାନତା ରକ୍ଷା କରିବାକୁ ଅପିଲ କରିପାରନ୍ତି ବୋଲି ଆକଳନ କରାଯାଉଛି। ଏହା ସହ ଟିକାକରଣକୁ ନେଇ ମଧ୍ୟ ବାର୍ତ୍ତା ଦେଇପାରନ୍ତି।


Share It

Comments are closed.