ଫାଇନାଲ ପରାଜୟ ପରେ ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତ ପରାସ୍ତ ହୋଇଛି। କଙ୍ଗାରୁମାନେ ଭାରତକୁ ୬ ୱିକେଟରେ ପରାସ୍ତ କରିଥିଲେ। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମ୍ କୁ ଯାଇ ଭାବପ୍ରବଣ ଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ରୋହିତ ଶର୍ମା, ମହମ୍ମଦ ସିରାଜ ଓ ବିରାଟ କୋହଲିଙ୍କ ସମେତ ସମସ୍ତ ଖେଳାଳି ଭାବପ୍ରବଣ ଦେଖାଯାଉଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଡ୍ରେସିଂ ରୁମରେ ଭାରତୀୟ କ୍ରିକେଟରଙ୍କୁ ଭେଟିଥିଲେ। ଯାହାର ଫଟୋ ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି।
We had a great tournament but we ended up short yesterday. We are all heartbroken but the support of our people is keeping us going. PM @narendramodi’s visit to the dressing room yesterday was special and very motivating. pic.twitter.com/q0la2X5wfU
— Ravindrasinh jadeja (@imjadeja) November 20, 2023
ଜାଡେଜା ଫଟୋ ସେୟାର କରିଛନ୍ତି
ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଡ୍ରେସିଂ ରୁମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିବାର ଏକ ଫଟୋ ସେୟାର କରିଛନ୍ତି । ଆମର ଟୁର୍ଣ୍ଣାମେଣ୍ଟ ବହୁତ ଭଲ ଥିଲା, କିନ୍ତୁ ଆମେ ଫାଇନାଲରେ ହାରିଯାଇଥିଲୁ। ଆମେ ସମସ୍ତେ ଦୁଃଖିତ, କିନ୍ତୁ ଆମ ଦେଶର ଲୋକଙ୍କ ସମର୍ଥନ ଆମକୁ ଆଗକୁ ବଢ଼ାଉଛି। ଡ୍ରେସିଂ ରୁମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଏହି ଗସ୍ତ ବିଶେଷ ଓ ପ୍ରେରଣାଦାୟକ ଥିଲା।
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବାକୁ ଅନେକ ବଡ଼ ବଡ଼ ସେଲିବ୍ରିଟି ଆସିଥିଲେ। ଦ୍ୱିତୀୟ ଇନିଂସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ନଜର ଆସିଥିଲେ ଗୃହମନ୍ତ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଫାଇନାଲ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିଲେ। ଷ୍ଟାଡିୟମରେ ଶାହାରୁଖ ଖାନ, ଗୌରୀ ଖାନ, ଆଶା ଭୋସଲେ, ଅନୁଷ୍କା ଶର୍ମା, ଆଥିୟା ସେଟ୍ଟୀ ଙ୍କ ସମେତ ବହୁ ଭେଟେରାନ ଖେଳାଳି ଉପସ୍ଥିତ ଥିଲେ।
Comments are closed.