ସ୍ମାର୍ଟ ସ୍ପିକରରେ ଓଡ଼ିଆ ଭାଷାରେ ଉପଲବ୍ଧ ହେବ ଭଏସ୍ ପେମେଂଟ୍ ନୋଟିଫିକେସନ


ଭୁବନେଶ୍ୱର: ଫୋନପେ ସ୍ମାର୍ଟ ସ୍ପିକର ଖୁବ୍ ଶୀଘ୍ର ଓଡ଼ିଆ ଭାଷାରେ ପେମେଂଟର ଭଏସ୍ ନୋଟିଫିକେସନ ଆରମ୍ଭ କରିବ । ଓଡ଼ିଆରେ ପେମେଂଟର ଭଏସ୍ ନୋଟିଫିକେସନ ଆସିବା ଦ୍ୱାରା, ସାରା ରାଜ୍ୟର ବ୍ୟବସାୟୀମାନେ ବର୍ତମାନ ଫୋନପେ ଫର ବିଜନେସ୍ ଆପ୍ ଭିତରେ ନିଜ ପସନ୍ଦର ଭାଷାରେ ଫୋନପେ ସ୍ମାର୍ଟ ସ୍ପିକର ଆକ୍ସେସ କରିପାରିବେ । ବ୍ୟବସାୟୀମାନେ ଗ୍ରାହକଙ୍କ ଫୋନ୍ ସ୍କ୍ରିନ ଯାଂଚ ନକରି କିମ୍ବା ବ୍ୟାଙ୍କରୁ ପେମେଂଟ କନଫର୍ମେସନ ଏସଏମଏସ ପାଇଁ ଅପେକ୍ଷା ନକରି, ବିଶେଷ କରି ବ୍ୟସ୍ତ ବ୍ୟବସାୟ ସମୟରେ ଓଡ଼ିଆରେ ତତ୍‌କ୍ଷଣାତ ଗ୍ରାହକଙ୍କ ପେମେଂଟକୁ ବୈଧ କରିପାରିବେ ।

ଏହି ଡିଭାଇସରେ କିଛି ଫିଚର ରହିଛି ଯାହା ମାର୍କେଟରେ ସମସ୍ତଙ୍କର ଧ୍ୟାନ ଆକର୍ଷିତ କରୁଛି ତାହା ହେଉଛି ଏହାକୁ ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବା ଆଣିବା କରିବା, ସର୍ବଶ୍ରେଷ୍ଠ ବ୍ୟାଟେରୀ, କୋଳାହଳପୂର୍ଣ୍ଣ ପରିବେଶରେ ମଧ୍ୟ ଅଡିଓ ସ୍ପଷ୍ଟତା ଏବଂ କମ୍ପାକ୍ଟ ଏବଂ ବହୁମୁଖୀ ଫର୍ମ ଫ୍ୟାକ୍ଟର୍ ଅନ୍ତର୍ଭୁକ୍ତ । ଯାହା ବ୍ୟବସାୟୀମାନଙ୍କୁ ବହୁତ କମ୍ ଜାଗା ଥିବା କାଉଂଟରରେ ମଧ୍ୟ ବ୍ୟବହାର କରିବାର ଅନୁମତି ଦେଇଥାଏ । ଫିଚର ଫୋନ୍ ବ୍ୟବହାର କରୁଥିବା ବ୍ୟବସାୟୀମାନେ ପୂର୍ବରୁ ଏସଏମସ ଉପରେ ଅଧିକ ନିର୍ଭର କରୁଥିଲେ, କିନ୍ତୁ ବର୍ତମାନ ଫୋନପେ ସ୍ମାର୍ଟ ସ୍ପିକର ସହିତ ସେମାନଙ୍କର ପେମେଂଟ ବୈଧତା ଅଭିଜ୍ଞତା ଯଥେଷ୍ଟ ସହଜ ହୋଇଯାଇଛି । ଫୋନପେ ସ୍ମାର୍ଟ ସ୍ପିକର, ୪ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ, ଡାଟା କନେକ୍ଟିଭିଟି, ବ୍ୟବହାରର ସହଜତା ପାଇଁ ଏକ ଡେଡିକେଟେଡ ବ୍ୟାଟେରୀ ସ୍ତରର ଏଲଇଡି ସୂଚକ, କମ୍ ବ୍ୟାଟେରୀ ସ୍ତର ପାଇଁ ଅଡିଓ ଆଲର୍ଟ ଏବଂ ଶେଷ ଟ୍ରାଞ୍ଜାକସନ ପାଇଁ ଏକ ରିପ୍ଲେ ବଟନ୍ ସହିତ ଆସୁଛି ।

ବର୍ତମାନ ୧୯,୦୦୦ ପିନ୍ କୋଡ (ଦେଶର ୯୦%ରୁ ଅଧିକକୁ କର୍ଭ କରି) ରେ ବ୍ୟବସାୟୀ ପାର୍ଟନରଙ୍କ ଦ୍ୱାରା ଫୋନପେ ସ୍ମାର୍ଟ ସ୍ପିକରର ବ୍ୟବହାର କରାଯାଉଛି । ଦୋକାନରେ ନିର୍ଭରଯୋଗ୍ୟ ଏବଂ ସୁବିଧାଜନକ ପେମେଂଟ ଟ୍ରାକିଂ ଯୋଗାଇବା ପାଇଁ କମ୍ପାନୀ ଗତ ବର୍ଷ ସ୍ମାର୍ଟ ସ୍ପିକର ଲଂଚ କରିଥିଲା । ଅଳ୍ପ ସମୟ ମଧ୍ୟରେ, ଫୋନପେ ସାରା ଦେଶରେ ଚାରି ମିଲିୟନ ସ୍ମାର୍ଟ ସ୍ପିକର ନିୟୋଜିତ କରି ସବୁଠାରୁ ଅଧିକ ରେକର୍ଡ ହାସଲ କରିବା ଦେଖାଯାଇଛି । ଏହା ସାରା ଦେଶରେ ଅଫଲାଇନ ବ୍ୟବସାୟୀଙ୍କ ମଧ୍ୟରେ ଏହି ଧରଣର ଉପକରଣକୁ ନେଇ ଦେଖାଯାଉଥିବା ସବୁଠାରୁ ଦ୍ରୁତ ବୃଦ୍ଧି ଅଟେ ।


Share It

Comments are closed.