କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟଗୁଡ଼ିକୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟରେ ସାହାଯ୍ୟ କରୁଛି ଫୋନ୍‌ପେ ପେମେଂଟ ଗେଟ୍‌ୱେ


ଭୁବନେଶ୍ୱର: ଫୋନପେ ପକ୍ଷରୁ ଏହା ଘୋଷଣା କରାଯାଇଛି ଯେ ଏହାର ପେମେଂଟ ଗେଟୱେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟଗୁଡ଼ିକୁ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିବାରେ ସକ୍ଷମ କରୁଛି । ଅଧିକାଂଶ ପେମେଂଟ ଗେଟୱେଗୁଡ଼ିକ ଏକ ଷ୍ଟାଣ୍ଡାର୍ଡ ଟ୍ରାଞ୍ଜାକ୍ସନ ଫି ହିସାବରେ ୨% ଚାର୍ଜ କରୁଥିବାବେଳେ, ଫୋନପେ ପେମେଂଟ ଗେଟୱେରେ ନୂତନ ବ୍ୟବସାୟୀମାନଙ୍କ ପାଇଁ ମାଗଣାରେ ଅନବୋର୍ଡ କରିବା ଲାଗି ଏକ ନୂଆ ଅଫର ରହିଛି । ଏଥିରେ କୌଣସି ଲୁକାୟିତ ଫି, ସେଟଅପ ଫି, କିମ୍ବା ବାର୍ଷିକ ମେେଂଟନାନ୍ସ ଫି ରହିନଥାଏ । ଉଦାହରଣ ସ୍ୱରୂପ ଯଦି ମାସିକ ୧ କୋଟି ଟଙ୍କାର ବିକ୍ରୟ କରୁଥିବା ବ୍ୟବସାୟୀମାନେ ଫୋନପେ ପେମେଂଟ ଗେଟୱେକୁ ମାଗଣାରେ ଚୟନ କରିଥାନ୍ତି ତେବେ ସେମାନେ ପ୍ରତି ମାସରେ ୨ ଲକ୍ଷ ଟଙ୍କାର ସଂଚୟ କରିପାରିବେ । ଫୋନପେ ପେମେଂଟ ଗେଟୱେର ଏହି ସୀମିତ ଅବଧିର ଅଫର ସହିତ ସାରା ଭାରତରୁ ଏହି ପ୍ଲାଟଫର୍ମରେ ଯୋଗ ଦେଉଥିବା ବ୍ୟବସାୟଗୁଡ଼ିକ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ଏହି ସିଧାସରଳ ଏବଂ ପାରଦର୍ଶି ମୂଲ୍ୟ ବ୍ୟବସାୟୀମାନଙ୍କୁ ସେମାନଙ୍କ ପେମେଂଟ ଅନୁଭୂତିକୁ ଉନ୍ନତ କରିବାରେ ସହାୟତା କରେ, ଯାହାଦ୍ୱାରା ସେମାନେ ଅନବୋର୍ଡିଂ ଖର୍ଚ୍ଚରୁ ସଂଚୟ କରିଥିବା ଅର୍ଥକୁ ନିଜ ବ୍ୟବସାୟ ବୃଦ୍ଧିରେ ବିନିଯୋଗ କରିପାରିବେ ।

ଫୋନପେ ପୂର୍ବରୁ ହିଁ ୟୁପିଆଇ ରେ ୫୦%ରୁ ଅଧିକ ମାର୍କେଟ ଶେୟାର ସହିତ ଶୀର୍ଷ ସ୍ଥାନରେ ପହଂଚିସାରିଛି । ବୃହତ ଆକାରରେ ଟ୍ରାଞ୍ଜାକ୍ସନ ପରିଚାଳନା କରିବାର କ୍ଷମତା ଏବଂ ପ୍ଲାଟଫର୍ମରେ ଗ୍ରାହକଙ୍କ ଦୃଢ଼ ଆତ୍ମବିଶ୍ୱାସ ଫୋନପେକୁ ନିଜର ପେମେଂଟ ଗେଟୱେ ବ୍ୟବସାୟ ଆରମ୍ଭ କରିବାକୁ ଉତ୍ସାହିତ କରିଛି ଏବଂ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ସମାନ ଭାବରେ ସର୍ବୋତମ ପେମେଂଟ ଅଭିଜ୍ଞତା ପ୍ରଦାନ କରିବା ହେଉଛି ଏହାର ଲକ୍ଷ୍ୟ । ଫୋନପେ ପେମେଂଟ ଗେଟୱେ ଭରସାଯୋଗ୍ୟ ଅଟେ ଏବଂ ବ୍ୟବସାୟୀମାନଙ୍କ ପାଇଁ ୧୦୦% ଅପଟାଇମ ସୁନିଶ୍ଚିତ କରିଥାଏ ଯେବେକି ଉଦ୍ୟୋଗର ସର୍ବଶ୍ରେଷ୍ଠ ସଫଳତା ହାର ପ୍ରଦାନ କରିଥାଏ । ଏହା ଏକ ବାଧାମୁକ୍ତ, ନୋ- କୋଡ ସେଟଅପ ସହିତ ଆସିଥାଏ । ଫୋନପେ ଏହାର ପାର୍ଟନର ଏବଂ ବ୍ୟବସାୟଗୁଡ଼ିକୁ ଆଣ୍ଡ୍ରଏଡ, ଆଇଓଏସ, ମୋବାଇଲ ୱେବ, ଏବଂ ଡେସ୍କଟପରେ ଅନଲାଇନ ପେମେଂଟ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ ।

ଫୋନପେ ପେମେଂଟ ଗେଟୱେର ବାସ୍ତବିକ ସମ୍ଭାବନାଗୁଡ଼ିକୁ ଆଲୋକପାତ କରି ଫ୍ଲାୱର ଔରା ଏବଂ ବ୍ୟାକିଙ୍ଗୋର ସହ-ପ୍ରତିଷ୍ଠାତା ସୁମନ ପାତ୍ର କହିଛନ୍ତି ଯେ, “ଏକ ଇ-କମର୍ସ ବ୍ୟବସାୟ ଭାବେ ଏକ ଭରସାଯୋଗ୍ୟ ପେମେଂଟ ସହଯୋଗୀ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସେମାନଙ୍କର ନୈତିକତା ଏବଂ ଅଭିଜ୍ଞତା କାରଣରୁ ଫୋନ୍‌ପେ ପେମେଂଟ ଗେଟୱେକୁ ଆମ ବିକାଶ ସହଯୋଗୀ ଭାବେ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ । ଫୋନପେ ଆମକୁ ଗ୍ରାହକ ଅଭିଜ୍ଞତା ଉନ୍ନତ କରିବା, ଡ୍ରପ -ଅଫ ହ୍ରାସ କରିବା, ଏବଂ ପେମେଂଟର ସାମଗ୍ରିକ ସଫଳତା ହାର ବୃଦ୍ଧି କରିବାରେ ସାହାଯ୍ୟ କରିଛି । ଫୋନପେର ସହଜ ଅନବୋର୍ଡି ପ୍ରକ୍ରିୟା ଏବଂ ଉନ୍ନତ ମର୍ଚ୍ଚାଂଟ ସମର୍ଥନ ଏହା ସହିତ କାର୍ଯ୍ୟ ଜାରି ରଖିବାର ଏକ ପ୍ରମୁଖ କାରକ ଭାବେ ରହିଆସିଛି ।” ସେହିଭଳି ନିଶ୍ଚୟ ଏଜି, ସହ-ପ୍ରତିଷ୍ଠାତା ଏବଂ ସିଇଓ ଜାର ସେୟାର ନିଜ ଅନୁଭୂତି ବାଂଟି କହିଛନ୍ତି ଯେ, “ଆମେ ଜାର୍ ଆରମ୍ଭ କରିବା ଦିନ ଠାରୁ ଆମେ ଫୋନପେ କୁ ଏହାର ପହଂଚ ଓ ପ୍ରତିକ୍ରିୟାଶୀଳତା ପାଇଁ ଆମର ପେମେଂଟ ପାର୍ଟନର କରିବା ପାଇଁ ସ୍ପଷ୍ଟ ଥିଲୁ । ଫୋନପେ ର ବିଶାଳ ବିତରଣ ନେଟୱର୍କ ଏହାକୁ ଆମ ପାଇଁ ଅଧିକ ସହଜ କରିଛି କାରଣ ଗ୍ରାହକମାନେ ପୂର୍ବରୁ ୟପୁିଆଇ ବ୍ୟବହାର କରୁଛନ୍ତି । ଫୋନପେର ପେମେଂଟ ଗେଟୱେ ଟିମ ବହୁତ ସହଯୋଗୀ ଏବଂ ସମଗ୍ର ପ୍ରଣାଳୀରେ ଉନ୍ନତି ପାଇଁ ଏକତ୍ର କାର୍ଯ୍ୟ କରୁଛନ୍ତି, ଯାହାକି ଆମ ପାଇଁ ଉଚ୍ଚ ସଫଳତା ହାର ଆଣିଦେଇଛି ।”


Share It

Comments are closed.