ଭାରତରେ ଦୁଇଚକିଆ ଡିଜିଟାଲ ବୀମା କ୍ଷେତ୍ରରେ ଫୋନପେର ଉଲ୍ଲେଖନୀୟ ବୃଦ୍ଧି


ଭୁବନେଶ୍ୱର : ଫୋନପେ ପକ୍ଷରୁ ଘୋଷଣା କରାଯାଇଛି ଯେ କମ୍ପାନୀ ଗତ ଦୁଇବର୍ଷ ମଧ୍ୟରେ ଭାରତରେ ଦୁଇଚକିଆ ଯାନର ଡିଜିଟାଲ ବୀମା କ୍ଷେତ୍ରରେ ୬୫%ରୁ ଅଧିକ ଅଭିବୃଦ୍ଧିରେ ଯୋଗଦାନ ଦେଇଛି । କଂପାନି ୭୫ ନିୟୁତରୁ ଅଧିକ ଯାନ ବୀମା ମୂଲ୍ୟ ଏବଂ ବୀମା ଉତ୍ପାଦଗୁଡ଼ିକରେ ୪୦୦ ନିୟୁତ ମୂଲ୍ୟ ସୁବିଧା ମଧ୍ୟ ପ୍ରଦାନ କରିଛି । ଫୋନପେ ସେପ୍ଟେମ୍ବର ୨୦୨୧ରେ ନିଜ ପ୍ଲାଟଫର୍ମରେ ବୀମା ପ୍ରଦାନ କରିବା ଆରମ୍ଭ କରିଥିଲା ଏବଂ ସେହି ପରଠାରୁ ୯ ନିୟୁତରୁ ଅଧିକ ସାମଗ୍ରିକ ପଲିସି ବିକ୍ରି ହୋଇସାରିଛି । ଯେଉଁଥିରୁ ଗତବର୍ଷ ହିଁ କେବଳ ୪ ନିୟୁତ ବିକ୍ରି ହୋଇଛି । ଡିଜିଟାଲ ବଜାର ୨୪% ସିଏଜିଆରରେ ବୃଦ୍ଧି କରୁଛି ଏବଂ ଏହି ବୃଦ୍ଧିର ଏକ ବୃହତ ଅଂଶ ଫୋନପେରୁ ଆସୁଛି । ଫୋନପେ ନୀକଟରେ ସ୍ୱାସ୍ଥ୍ୟବୀମା ପାଇଁ ଏକ ସ୍ୱତନ୍ତ୍ର ମାସିକ ପ୍ରିମିୟମ ଯୋଜନାର ଉନ୍ମୋଚନ କରିଛି । ଏହି ଉଦ୍ୟମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ଯଥା ମାସିକ ଦେୟର ସୁବିଧା, କ୍ରେଡିଟ କାର୍ଡ/ଇଏମଆଇ ଉପଭୋକ୍ତାଙ୍କ ବ୍ୟତୀତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରୁଛି । ଏକକାଳୀନ ଦେୟରୁ ବାହାରି ବାସ୍ତବ ମାସିକ ଦେୟ ରହିବା ଫଳରେ ଏହାର ଉପଭୋକ୍ତାଙ୍କ ପାଇଁ ଆର୍ôଥକ ବୋଝ ହ୍ରାସ ପାଇଥାଏ । ଏହା ଉପଭୋକ୍ତାମାନଙ୍କୁ ସଂଚୟ ଉପରେ ଆପୋଷ ବୁଝାମଣା ନକରି, ବର୍ଦ୍ଧିତ ସୁଲଭତା କାରଣରୁ ଅଧିକ ବ୍ୟାପକ ବୀମା କଭରେଜ୍ ଚୟନ କରିବାକୁ ମଧ୍ୟ ସଶକ୍ତ କରିଥାଏ । ଏହାବ୍ୟତୀତ, ଉପଯୁକ୍ତ କଭରେଜ୍ ଚୟନ କରିବାରେ ସ୍ୱଚ୍ଛତା ହାରାହାରି ଟ୍ରାଞ୍ଜାକସନ୍ ଆକାର (ଏଟିଏସ୍‌) ରେ ପ୍ରତିଫଳିତ ହୋଇଛି ।

ଏହି ମାଇଲଖୁଂଟ ବିଷୟରେ ମନ୍ତବ୍ୟ ଦେଇ ଫୋନପେ ଇନ୍ସୁରାନ୍ସର ସିଇଓ ବିଶାଲ ଗୁପ୍ତା କହିଛନ୍ତି, “ଫୋନପେର ଅଭିନବ ଦୃଷ୍ଟିକୋଣ ଏବଂ ଗ୍ରାହକ କେନ୍ଦ୍ରିତ ସମାଧାନ ଡିଜିଟାଲ ବୀମା କ୍ଷେତ୍ରର ଦୃଶ୍ୟକୁ ନୂଆ ଆକାର ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଫୋନପେ ଭାରତରେ ବୀମା କ୍ରୟ ଅଭିଜ୍ଞତାକୁ ପରିବର୍ତନ କରୁଛି । ସ୍ୱାସ୍ଥ୍ୟ ବୀମା ପାଇଁ ଆମର ମାସିକ ପ୍ରିମିୟମ ପ୍ଲାନ ହେଉଛି ଅଭିନବ, ଗ୍ରାହକ-ଅନୁକୂଳ ସମାଧାନ ପ୍ରଦାନ ପାଇଁ ଆମର ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ ଯାହା ଆଧୁନିକ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ପ୍ରକୃତରେ ପୂରଣ କରେ । ଫୋନପେକୁ ଯାହା ଅଲଗା କରିଥାଏ ତାହା ହେଉଛି ଶିଳ୍ପ ନେତୃବୃନ୍ଦଙ୍କ ସହ ଏହାର ରଣନୈତିକ ଭାଗିଦାରୀ, ଯାହା ଏହାର ବିସ୍ତାରିତ ଗ୍ରାହକ ଭିତିଭୂମି ପାଇଁ ସହ-ନିର୍ମିତ ଅଫର ସୃଷ୍ଟି କରିବା ପାଇଁ ଗଭୀର ଦକ୍ଷତା ଆଣିଥାଏ । ଏହି ଭାଗିଦାରୀ କେବଳ ଫୋନପେ ଉପରେ ଶିଳ୍ପର ବିଶ୍ୱାସକୁ ପ୍ରତିଫଳିତ କରେ ନାହିଁ ବରଂ ଗ୍ରାହକଙ୍କ ଯାତ୍ରାକୁ ବଢ଼ାଇବା ଏବଂ ସରଳ କରିବା ଦିଗରେ ଏହା କରିଥିବା ପ୍ରୟାସକୁ ମଧ୍ୟ ସୂଚାଉଛି ।”


Share It

Comments are closed.