ପାର୍ଲେ ପକ୍ଷରୁ ୟୁ ଆର୍ ମାଇଁ ପାର୍ଲେ-ଜି ଅଭିଯାନର ଶୁଭାରମ୍ଭ


ଭାରତର ଅଗ୍ରଣୀ ବିସ୍କୁଟ୍ ଓ ମିଷ୍ଟାନ୍ନ ଉତ୍ପାଦନକାରୀ ସଂସ୍ଥା ପାର୍ଲେ ପ୍ରଡକ୍ଟସ ପକ୍ଷରୁ ‘ୟୁ ଆର୍ ମାଇଁ ପାର୍ଲେ-ଜି’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ବର୍ଷ ବର୍ଷ ଧରି ସମସ୍ତଙ୍କ ଜୀବନରେ ପାର୍ଲେ ଜି ପକାଉଥିବା ମହତ୍ୱ ଓ ଗୁରୁତ୍ୱପୂର୍ଣ୍ଣତାକୁ ପୁନଃ ସ୍ଥାପନ କରିବା ପାଇଁ ଏକ ଉତ୍ତମ ମାଧ୍ୟମ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୧୮ ସମୟରେ ପ୍ୟାନ୍ ଇଣ୍ଡିଆ ଅଭିଯାନର ଆରମ୍ଭ ହୋଇଥିଲା, ଯେଉଁଥିରେ ପାର୍ଲେ ପ୍ରଡକ୍ଟସ ମଧ୍ୟ ଏକ ସହଯୋଗୀ ପ୍ରାୟୋଜକ ।
ଏହି ଅଭିଯାନ ସମ୍ପର୍କରେ ମାୟାଙ୍କ ଶାହା, କାଟାଗୋରୀ ମୂଖ୍ୟ, ପାର୍ଲେ ପ୍ରଡକ୍ଟସ କହିଛନ୍ତିଯେ, “ଆମେ କରିଥିବା ଏକ ଗ୍ରାହକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ପାର୍ଲେ ଜି ଏକ ମୂଖ୍ୟ ଉତ୍ପାଦ ବା ଅଭ୍ୟାସ ଥାଇ ବହୁ ଉଦ୍ଧ୍ୱର୍କୁ ଯାଇଛି ଏବଂ ଏହା ଏକ ଭାବନାଠାରୁ ଅଧିକ । ଏହି ଅଭିଯାନ ମାଧ୍ୟମରେ ଆମେ ପାର୍ଲେ ଜି ସହ ଜଣେ ଗ୍ରାହକର ଥିବା ସମ୍ପର୍କ ଓ ଭାବନାକୁ ପାଳନ କରିବାକୁ ଚାହୁଁଛୁ ।”
ଟ୍ୟାପରୁଟ୍ ଡେଣ୍ଟସୁ ଦ୍ୱାରା ଚିତ୍ରିତ ଏହି ଅଭିଯାନ ପାଞ୍ଚଟି ଟିଭିସିକୁ ବୈଶିଷ୍ଟ୍ୟ ପ୍ରଦାନ କରୁଛି । ଏହି ଫିଲ୍ମଗୁଡ଼ିକ ଭାରତୀୟମାନଙ୍କର ଦୈନଦିନ ଜୀବନର ଏକ ସୁନ୍ଦରତା ଓ ଭାବନାତ୍ମକ ଉପରେ ଆଧାରିତ । ପଲ୍ଲବୀ ଚକ୍ରବର୍ତ୍ତୀ, ଏକ୍ସିକ୍ୟୁଟିଭ୍ କ୍ରିଏଟିଭ୍ ନିର୍ଦ୍ଦେଶକ, ଟ୍ୟାପରୁଟ୍ ଡେଣ୍ଟସୁ ମୂମ୍ବାଇ କହିଛନ୍ତିଯେ, “ପାର୍ଲେ ଜି ସମସ୍ତଙ୍କ ଜୀବନ ସହ ସଂପୃକ୍ତ । ଏହି ଅଭିଯାନ ଏକ ସମ୍ପର୍କର ଉତ୍ସବ, ଯାହା ଆମେ କ୍ୱଚିତ ପ୍ରାପ୍ତ କରିଥାଉ, କିନ୍ତୁ ଏହା ବିନା ଜୀବନ ଅସମ୍ପୂର୍ଣ୍ଣ ।”


Share It

Comments are closed.