ବିଚାକୁଣ୍ଡି ଅଂଚଳରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପଦକ୍ଷେପ ଦ୍ୱାରା ୪୦୦ରୁ ଉର୍ଦ୍ଧ୍ୱ ଜଣ ସ୍ୱାବଲମ୍ବୀ


ପିଇବା ପାଣି, ଶୌଚାଳୟ, ନେତୃତ୍ୱ ଶିବିର ଏବଂ ପ୍ରଶିକ୍ଷଣ ଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପ୍ରାୟ ୧୨୦୦ ଲୋକ ଉପକୃତ


ଯୋଡ଼ା: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବିଚାକୁଣ୍ଡି (ୱାର୍ଡ ନଂ-୧୪) ଅଂଚଳରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ହାତକୁ ନିଆଯାଇ ସେଗୁଡ଼ିକର ସଫଳ ରୂପାୟନ କରାଯାଇ ପାରିଛି ।

ଛତୁ ଚାଷ ଏବଂ ବତକ ପାଳନ କରି ମୁଣ୍ଡା ବସ୍ତି ଓ କାଳି ବସ୍ତି ଅଂଚଳର ୧୩୦ ଜଣ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ୟକ୍ତିଗତ ସହାୟତା ହିସାବରେ ୧୦ଟି ଛତୁ ଚାଷ ପ୍ରକଳ୍ପ ଘର ଏବଂ ୧୦ଟି ବତକ ପାଳନ ଘର ନିର୍ମାଣ କରାଯାଇଛି, ଯାହାକି ଲୋକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବା ସହ ସେମାନଙ୍କ ସାମାଜିକ ସ୍ଥିତି ଓ ଚାଲିଚଳନରେ ବେଶ ପରିବର୍ତନ ଆଣି ପାରିଛି ।

ସ୍ଥାନୀୟ ଲୋକଙ୍କର ଜୀବନୀଜୀବିକାରେ ଉନ୍ନତି ଆଣିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ବାୟୋ ଫ୍ଲୋକ୍ ମାଛ ଚାଷ କରାଯାଇଛିି ଯାହାଦ୍ୱାରା ତିନି ଜଣ ଉପକୃତ ହୋଇଛନ୍ତି ଏବଂ ଆଗକୁ ଏହାକୁ ବିସ୍ତାର କରିବା ପାଇଁ ମଧ୍ୟ ଯୋଜନା ରଖାଯାଇଛି ।

ସେହିପରି, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସାବୁନ ତିଆରି ତାଲିମ ପାଇଁ ୨୫ ଜଣ ଉପକୃତ ହୋଇ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି ।

ହଦଳୀ ଏବଂ ଅଦା ଭଳି ଅର୍ଥକାରୀ ଫସଲକୁ ପ୍ରୋତ୍ସାହିତ କରାଯାଇଛି ଯାହାଦ୍ୱାରା ଅଦ୍ୟାବଧି ୨୦ ଜଣ ଚାଷୀ ଉପକୃତ ହୋଇଛନ୍ତି ।

ପୁଷ୍ଟିକର କିଚେନ୍ ଗାର୍ଡେନ୍‌ରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ୨୧୧ ଜଣ ଉପକୃତ ହୋଇଛନ୍ତି । ଏହାଦ୍ୱାରା ସେମାନେ ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହ ବଜାରରେ ମଧ୍ୟ ବିକ୍ରି କରିପାରୁଛନ୍ତି ।

ଟିଏସ୍‌ଏଫ୍ ଦ୍ୱାରା ସ୍ଥାନୀୟ ଅଂଚଳରେ ଚାରିଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି ଯାହା ଦ୍ୱାରା ୪୦୦ ଲୋକ ଲାଭାନ୍ୱିତ ହୋଇଛନ୍ତି ।

ଦକ୍ଷତା ବିକାଶ ଅନ୍ତର୍ଗତ କାର୍ଯ୍ୟକ୍ରମରେ ସିଲେଇ ତାଲିମ ମାଧ୍ୟମରେ ୧୦ ଜଣ ଉପକୃତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏବଂ ୨୫୦ ଜଣ ମହିଳା ସଶକ୍ତୀକରଣ, ନେତୃତ୍ୱ ଏବଂ ଆୟବୃଦ୍ଧି ସମ୍ପର୍କିତ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ।

ଅନୁରୂପ ଭାବେ, ଯୁବ ସଶକ୍ତୀକରଣ କାର୍ଯ୍ୟକ୍ରମ ଦ୍ୱାରା ୨୫ ଜଣ ଉପକୃତ ହୋଇଥିବା ବେଳେ ବାହ୍ୟ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମରେ ୩୫ ଜଣ ଯୋଗ ଦେଇଛନ୍ତି ।

ପାନୀୟ ଜଳର ଉତ୍କଟ ସମସ୍ୟାକୁ ଦୂର କରିବା ପାଇଁ ସ୍ଥାନୀୟ ଅଂଚଳରେ ୬ଟି ଗଭୀର ନଳକୂପ ଖନନ କରାଯାଇଛି ଯାହା ଦ୍ୱାରା ୪୫୦ ଜଣ ଉପକୃତ ହୋଇଛନ୍ତି ।

ବାୟୋ ଫ୍ଲୋକ୍ ଚାଷ କରିଥିବା ମୁଣ୍ଡା ବସ୍ତିର ଗୁରୁବାରି ମୁଣ୍ଡା କହନ୍ତି, “ଟିଏସ୍‌ଏଫ୍ ପାଇଁ ଆମେ ସମ୍ପୂର୍ଣ୍ଣ ରୂପେ ଆନ୍ତନିର୍ଭରଶୀଳ ହୋଇପାରିଛୁ । ଆମକୁ ରୋଜଗାରର ବାଟ ଦେଖାଇ ସ୍ୱାବଲମ୍ବୀ କରାଯାଇଥିବାରୁ ଟିଏସ୍‌ଏଫ୍‌କୁ ଧନ୍ୟବାଦ ।’’

ସେହିପରି, ଛତୁ ଚାଷ କରିଥିବା କାଳି ବସ୍ତିର ସମିତା ଲୋହାର କହନ୍ତି, “କେବଳ ଚାଷବାସ ନୁହେଁ, ଆମ ଅଂଚଳର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଟିଏସ୍‌ଏଫ୍ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛି, ଯାହାକି ବାସ୍ତବିକ ସ୍ୱାଗତଯୋଗ୍ୟ ।’’

ଟିଏସଏôଫ୍‌ର ଏଭଳି ପଦକ୍ଷେପ ସ୍ଥାନୀୟ ବାସୀଙ୍କ ଜୀବନ ଜୀବିକା ପରିବର୍ତନ ଆଣିବାରେ ସହାୟକ ହେବା ସହ ମହିଳା ଓ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିଛି ।


Share It

Comments are closed.