ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ


ଓସ୍କାରରେ ଭାରତର ଡବଲ ଧମାକା। ଫିଲ୍ମ RRRର ‘ନାଟୁ ନାଟୁ’କୁ ମିଳିଲା ଓସ୍କାର ଆଓ୍ଵାର୍ଡ । ବେଷ୍ଟ ଓରିଜିନାଲ ସଙ୍ଗ୍‌ କାଟାଗୋରୀରେ ଜିତଲା ଓସ୍କାର । ଫିଲ୍ମ RRRର ନାଟୁ ନାଟୁ ୨୦୨୨ର ହିଟ୍‌ ଟ୍ରାକ୍ସ ମଧ୍ୟରୁ ଗୋଟିଏ । ‘ତେଲୁଗୁ ଭର୍ସନରେ ଏହାକୁ କମ୍ପୋଜ କରିଛନ୍ତି ଭେଟେରାନ୍‌ ମ୍ୟୁଜିକ ଡାଇରେକ୍ଟର ଏମଏମ କିରାଭାନୀ । ଗୀତକୁ ଲେଖିଛନ୍ତି ଚନ୍ଦ୍ରାବୋଷ । ଏହାକୁ ଗାଇଛନ୍ତି କାଲା ଭୈରବ ଓ ରାହୁଲ ସିପ୍ଲିଗୁଞ୍ଜ ।

ଏହା ପୂର୍ବରୁ ଗୋଲଡେନ ଗ୍ଲୋବ ଆଓ୍ଵାର୍ଡ ପାଇ ଇତିହାସ ରଚିଥିଲା ନାଟୁ ନାଟୁ ସଙ୍ଗ । ଗୋଲଡେନ ଗ୍ଲୋବରେ ବେଷ୍ଟ ଅରିଜିନାଲ ସଙ୍ଗ ମୋସନ ପିକ୍‌ଚର କ୍ୟାଟାଗୋରୀରେ ମିଳିଥିଲା ପୁରସ୍କାର । ସୂଚନା ଥାଉକି ସମ୍ମାନଜନକ ୨୦୨୩ ଉତ୍ସବ ଚାଲିଛି । ଆଜି ଆମେରିକାର ଲସ୍‌ ଆଞ୍ଜେଲସସ୍ଥିତ ଡୋଲବୀ ଥିଏଟରରେ ଚାଲିଛି ଏହି ୯୫ ତମ ଓସ୍କାର ପୁରସ୍କାର ।


Share It

Comments are closed.