ସ୍ୱାଧୀନତା ଦିବସରେ ଟାଟା ଟି’ ପ୍ରିମିୟମ୍ ପକ୍ଷରୁ ‘ଦେଶ କେ ଧାଗେ’ ଅଭିଯାନ ସହ ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ


ଓଡ଼ିଶା ଟାଟା ଟି’ ପ୍ରିମିୟମ୍‌ର ସ୍ୱତନ୍ତ୍ର ଲିମିଟେଡ୍ ଏଡିସନ୍ ପ୍ୟାକ୍ କୋଟପାଡ୍ ଦ୍ୱାରା ଅନୁପ୍ରାଣିତ
ଭୁବନେଶ୍ୱର: ଟାଟା ଟି’ର ପ୍ରମୁଖ ବ୍ରାଣ୍ଡ୍ ଟାଟା ଟି’ ପ୍ରିମିୟମ୍ ପକ୍ଷରୁ ଏହାର ଦେଶ କା ଗର୍ଭ ଅଭିଯାନ ଜରିଆରେ ସ୍ୱାଧୀନତା ଦିବସରେ ଭାରତ ଓ ଏହାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରତିଫଳନ ସ୍ୱରୁପ ଗୌରବମୟ ଉପାଦାନଗୁଡ଼ିକୁ ପାଳନ କରାଯାଇଛି । ଗତବର୍ଷ ଏହା ଭାରତର ୭୫ତମ ସ୍ୱାଧୀନତା ଦିବସ ଯାତ୍ରାକୁ ପାଳନ କରିଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଟାଟା ଟି’ ପ୍ରିମିୟମ୍ ଦେଶ କେ ଧାଗେ ଅଭିଯାନ ଜରିଆରେ ଭାରତର ସମୃଦ୍ଧ ହସ୍ତତନ୍ତକୁ ଏକ ଗୌରବମୟ ଯାତ୍ରା ଆଡ଼କୁ ବଢ଼ାଉଛି ।
ସ୍ଥାନୀୟ ସାଂସ୍କୃତିକୁ ସନ୍ମ।ନ ସ୍ୱରୂପ ଟାଟା ଟି’ ପ୍ରିମିୟମ୍ ପ୍ୟାକ୍‌କୁ ଓଡ଼ିଶାର ସ୍ଥାନୀୟ କୋଟପାଡ ତନ୍ତରେ ପ୍ରଦର୍ଶିତ କରାଯାଇଛି । ଏହା ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ କାରିଗରୀକୁ ପ୍ରଦର୍ଶିତ କରୁଛି ଯାହା ଏହାର ପ୍ରାକୃତିକ ରଙ୍ଗ କରିବା ପଦ୍ଧତି ପାଇଁ ପରିଚିତ ।
ଭାରତର ସମୃଦ୍ଧ ଓ ସାଂସ୍କୃତିକ ଐତିହ୍ୟ, ଏହାର ବିବିଧ କଳା, କଳାକୃତି ଏବଂ ସଙ୍ଗୀତ ପରମ୍ପରାରେ ପ୍ରତିଫଳିତ ହେଉଛି । ସେହି ବିବିଧ ଐତିହ୍ୟ ବୋଧହୁଏ ଭାରତର ହସ୍ତତନ୍ତରେ ସବୁଠୁ ଭଲ ଭାବେ ବାନ୍ଧି ହୋଇଛି । ସମୟ ଗଡ଼ିବା ସହିତ ତାହା ଭାରତର ସାଂସ୍କୃତିକ ଭାବ ସହିତ ଯୋଡ଼ିହୋଇ ଭାରତୀୟ ଐତିହ୍ୟର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି । ସେଥିପାଇଁ ସ୍ୱାଧୀନତା ଦିବସ ଅବସରରେ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ଏହି ବିବିଧ ଓ ସ୍ୱତନ୍ତ୍ର କଳାକୃତିକୁ ଭାରତର ହସ୍ତତନ୍ତରୁ ଅନୁପ୍ରାଣିତ ଏହାର ଲିମିଟେଡ୍‌-ଏଡିସନ୍ ପ୍ୟାକ୍ ସମ୍ଭାର ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ପ୍ରତି କ୍ରାଫ୍‌ଟରେ କାନ୍‌ଭାସ୍‌ର ଚମତ୍କାର ପ୍ରତିଫଳନ ରହିଛି ଯାହା ଭାରତୀୟ କଳାକୃତି ଓ ଅସୀମ ସୃଷ୍ଟିକୁ ଜୀବନ୍ତ କରିପାରିଛି । ଉତରପ୍ରଦେଶର ବନାରସୀ ସିଲ୍କଠାରୁ ଆରମ୍ଭ କରି ତାମିଲନାଡୁର କାଞ୍ଜିବରମ୍‌, ଆସାମର ମୁଗ ସିଲ୍କଠାରୁ ମହାରାଷ୍ଟ୍ରର ପୈଠାନି ପର୍ଯ୍ୟନ୍ତ ପ୍ରତିଟି ହସ୍ତତନ୍ତରେ ସାଂସ୍କୃତିକ ଗୌରବ ଭରି ରହିଛି ।
ଏହି ପ୍ୟାକ୍‌ଗୁଡ଼ିକୁ ନେଇ ମୁଲେନ୍ ଲିଂଟାସ୍ ପକ୍ଷରୁ ଏକ ଟିଭି ବିଜ୍ଞାପନର ପରିକଳ୍ପନା କରାଯାଇଛି ଯାହା ଭାରତର ଜୀବନ୍ତ ହସ୍ତତନ୍ତ ପରମ୍ପରାକୁ ପାଳନ କରୁଛି । ଭାରତୀୟ ହସ୍ତତନ୍ତକୁ ଭଲ ପାଉଥିବା କଣ୍ଠଶିଳ୍ପୀ ଉଷା ଉଥୁପ୍ ଏଥିପାଇଁ କଣ୍ଠ ଦାନ କରିଥିବା ବେଳେ ଏହି ସିନେମାଟି ଭାରତର ବିବିଧ ହସ୍ତତନ୍ତକୁ ପ୍ରଦର୍ଶିତ କରି ଖୁସି ଓ ଭଲ ପାଇବା ବାଂଟୁଥିବା ବେଳେ ଅତି ସୁନ୍ଦର ଭାବେ ଭାରତର ଗୌରବମୟ ଭାବନାକୁ ବାନ୍ଧି ରଖିପାରିଛି । ପ୍ରତିଟି ଫ୍ରେମ୍‌ରେ ବୁଣାକାରମାନଙ୍କ କାରିଗରୀକୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ଯେଉଁମାନେ ସୂକ୍ଷ୍ମ ଭାବେ ଆମ ସାଂସ୍କୃତିକ ପରିଚୟକୁ ସୃଷ୍ଟି କରିଛନ୍ତି । ଉତରପ୍ରଦେଶର ବନାରସୀ ସିିଲ୍କଠାରୁ ପଞ୍ଜାବର ଫୁଲକାରୀ ପର୍ଯ୍ୟନ୍ତ ଏହି ସିନେମାଟି ଏଭଳି କାହାଣୀ ବୁଣିଛି ଯାହା ସାରା ଭାରତର ପ୍ରତିଟି ହସ୍ତତନ୍ତକୁ ପାଳନ କରୁଛି ।
ଏହି ଅଭିଯାନର ଅଂଶ ସ୍ୱରୂପ ଏକ ସ୍ୱତନ୍ତ୍ର ସମ୍ଭାର ପ୍ରସ୍ତୁତ କରାଯାଇଛି ଯାହା କିଣିବା ଲାଗି ଓଖାଇରେ ଉପଲବ୍ଧ ରହିଛି । ଗ୍ରାହକମାନେ ଙ୍ଗଙ୍ଗଙ୍ଗ.ଙକଐଇଓ.କ୍ଟକ୍ସଶ ରୁ ଏହି ହସ୍ତତନ୍ତ ସାମଗ୍ରୀଗୁଡ଼ିକୁ କିଣିପାରିବେ । ଏହି ସମ୍ଭାରର ଏକ ନିର୍ଦ୍ଦିଷ୍ଟ ଅଂଶକୁ ଟାଟା ଟି’ ପ୍ରିିମିୟମ୍ ପକ୍ଷରୁ ବୁଣାକାର ଗୋଷ୍ଠୀଙ୍କ କଲ୍ୟାଣ ପାଇଁ ବ୍ୟୟ କରାଯିବ ।
ଏହି ଅବସରରେ ଟାଟା କଂଜ୍ୟୁମର ପ୍ରଡକ୍ଟସ୍‌ର ଭାରତ ଓ ଦକ୍ଷିଣ ଏସିଆର ପ୍ୟାକେଜଡ୍ ବେଭରେଜେସ୍ ବିଭାଗର ସଭାପତି ପୁନିତ ଦାସ କହିଛନ୍ତି ଯେ, “ଦେଶ କା ଗୌରବ ଅଭିଯାନ ସହିତ ଏହି ସ୍ୱାଧୀନତା ଦିବସରେ ଆମେ ଏହି ଉଲ୍ଳେଖନୀୟ ଯାତ୍ରାରେ ଆଗକୁ ବଢ଼ୁଥିବା ବେଳେ ଆମ ଦେଶର ପ୍ରତିଭାବାନ ବୁଣାକାରମାନଙ୍କ ସମର୍ପଣ ଭାବ, କାରିଗରୀ ଏବଂ ଆମ ସାଂସ୍କୃତିକ ଐତିହ୍ୟ ପ୍ରତି ଅତୁଲ୍ୟ ଅବଦେନ ସହିତ ମିଳିତ ଭାବେ ସେମାନଙ୍କ ଗୌରବକୁ ଟାଟା ଟି ପ୍ରିମିୟମ୍ ପାଳନ କରୁଛି । ଏହି ହୃଦୟସ୍ପର୍ଶୀ ଅଭିଯାନ ଜରିଆରେ ଆମ ବିବିଧ ଆଂଚଳିକ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା ଓ ଗ୍ରହଣ କରିବା ପାଇଁ ପ୍ରତିଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବାକୁ ଆମେ ଆଶା ରଖିଛୁ ଯାହା ଆମ ଦେଶର ଗୌରବକୁ ବାନ୍ଧି ରଖିପାରିଛି । ଟାଟା ଟି’ ପ୍ରିମିୟମ୍‌ର ପ୍ରତିଟି ବୁନ୍ଦା ଉତ୍କର୍ଷର ସ୍ୱାଦ ସହିତ ଦେଶର ଚା’ ଭାବ ପ୍ରଦାନ କରି ଭଲ ପାଇବା, ଏକତା ଓ ଗୌରବରେ ଆମ ସମସ୍ତକୁ ବାନ୍ଧି ରଖିପାରିଛି ।’’
ଟ୍ରି ଡିଜାଇନ୍‌ର ସହ ପ୍ରତିଷ୍ଠାତା ଅର୍ନବ ଚାଟାର୍ଜୀ କହିଛନ୍ତି ଯେ, “ଦେଶ କା ଗର୍ଭ ଅଭିଯାନ ଜରିଆରେ ଟାଟା ଟି ପ୍ରିମିୟମ୍ ପ୍ରତିବର୍ଷ ଭାରତର ଭାବକୁ ପାଳନ କରୁଛି ଏବଂ ଚଳିତ ବର୍ଷ ଭାରତର ଐତିହ୍ୟ ଉପାଦାନ ଜରିଆରେ ତାହାକୁ ଆହୁରି ଭବ୍ୟ କରାଯାଇଛି । ତେଣୁ ଚଳିତ ବର୍ଷ ଆମେ ଭାରତର ସମୃଦ୍ଧ ଓ ଜୀବନ୍ତ ହସ୍ତତନ୍ତ ସଂସ୍କୃତି ବ୍ୟବହାର କରିବାକୁ ଉଦ୍ୟମ କରିଥିଲୁ । ଶତାଧିକ ବର୍ଷ ପୂର୍ବରୁ ଭାରତର ସବୁଠୁ ବଡ଼ ବିଷୟ ଥିଲା ବିବିଧତା ଏବଂ ପ୍ରତିଭା ଯେଉଁମାନେ ଏବେବି ହସ୍ତତନ୍ତ ବୁଣାବୁଣି ଅଭ୍ୟାସ ଜରିଆରେ ସେହି କଳାକୃତିକୁ ଜୀବନ୍ତ ରଖିଛନ୍ତି ଏବଂ ସଫଳ କରିଛନ୍ତି । ଟାଟା ଟି ପ୍ରିମିୟମ୍ ଟିମ୍ ସହିତ ସହଯୋଗିତା ଜରିଆରେ ଆମେ ସାରା ଦେଶର ଏଗାର ବୁଣାକାରଙ୍କୁ ଚୟନ କରି ସେମାନଙ୍କ ସହିତ ସହଯୋଗିତା ଜରିଆରେ ଚମତ୍କାର ଲିମିଟେଡ୍ ଏଡିସନ୍ ପ୍ୟାକ୍ ପ୍ରସ୍‌ତୁତ କରିଛୁ ଯାହା ଭାରତର ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣର ହସ୍ତତନ୍ତ ପରମ୍ପରାକୁ ପ୍ରତିଫଳିତ କରୁଛି ।’’
ମୁଲେନ୍ ଲିଂଟାସ୍‌ର ସିଇଓ ହରି କ୍ରିଷ୍ଣନ କହିଛନ୍ତି ଯେ, “କିଛି ସ୍ୱତନ୍ତ୍ର କାମ କରିବା ବେଶ ଆକର୍ଷଣୀୟ ଥିଲା । ଏହି କଳାକୃତି ପ୍ରତି ପ୍ୟାକେଜିଂ ଜରିଆରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଥିବା ବ୍ରାଣ୍ଡ୍ ବେଶ ବିରଳ । ସ୍ୱାଧୀନତା ଦିବସରେ ହସ୍ତତନ୍ତ ଅନୁପ୍ରାଣିତ ଲିମିଟେଡ୍ ଏଡିସନ୍ ପ୍ୟାକ୍ ଜରିଆରେ ଭାରତର ଅନ୍ୟତମ ସବୁଠୁ ସ୍ୱତନ୍ତ କଳାକୃତି ହସ୍ତତନ୍ତକୁ ପାଳନ କରିବା ଭାବନା ବେଶ ସ୍ପଷ୍ଟ ଥିଲା । ଏହା ପଛର ଚିନ୍ତାଧାରା ଥିଲା ଯେ, ଯଦି ଏହାକୁ ଦେଖିବେ ତାହା ସାରା ଭାରତର ସ୍ୱତନ୍ତ୍ର କଳାକୃତି ପ୍ରତିଫଳିତ କରିବ । ଏହି ସିନେମା ସ୍ୱତନ୍ତ୍ର କାହାଣୀକୁ ପ୍ରଦର୍ଶିତ କରିଛି ଏବଂ ପ୍ରତିଟି ଫ୍ୟାବ୍ରିକ୍ ପଛର ପ୍ରେରଣାକୁ ଆଖିଦୃଶିଆ ଆନିମେସନ ଓ ସଙ୍ଗୀତର ମିଶ୍ରଣ ଜରିଆରେ ପ୍ରଦର୍ଶିତ କରି ତାହାକୁ ଦେଖିବା ଲାଗି ଉଲ୍ଳାସପୂର୍ଣ୍ଣ କରାଯାଇଥିବା ବେଳେ ପ୍ରଭାବଶାଳୀ ଢଙ୍ଗରେ ବାର୍ତାକୁ ମଧ୍ୟ ପ୍ରଦାନ କରାଯାଇଛି ।’’


Share It

Comments are closed.