ଇଡି ଅଫିସରେ ହାଜର ହେଲେ ସୋନିଆ, କହିଲେ- ମୁଁ ଇନ୍ଦିରା ଗାନ୍ଧିଙ୍କ ବୋହୂ, କାହାକୁ ଡରେନି


କଂଗ୍ରେସର ଆଭ୍ୟନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ନ୍ୟାସନାଲ ହେରାଲ୍ଡ ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ରେ ପହଁଞ୍ଚିଛନ୍ତି। ଇଡି ପକ୍ଷରୁ ତାଙ୍କୁ ପଚରା ଉଚରା ପାଇଁ ଡକାଯାଇଥିଲା। ସୋନିଆ ଗାନ୍ଧିଙ୍କୁ ପଚରା ଉଚରାକୁ ନେଇ କଂଗ୍ରେସ ପାର୍ଟି ପକ୍ଷରୁ ସଂସଦରୁ ସଡକ ପର୍ଯ୍ୟନ୍ତ ହଙ୍ଗାମା କରାଯାଉଛି। କଂଗ୍ରେସର ବହୁ ବଡ ନେତା ଇଡି ଅଫିସ ପହଁଞ୍ଚିଛନ୍ତି। ସେଭଳି ସୋନିଆ ଗାନ୍ଧି ନିଜର ବାସଭବନ ୧୦ ଜନପଦରୁ ବାହାରିବା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ, ମୁଁ ଇନ୍ଦିରା ଗାନ୍ଧିଙ୍କ ବୋହୂ, କାହାକୁ ଡରେନି।’

ଇଡି ପକ୍ଷରୁ ଡକାଯିବା ପରେ ସୋନିଆ ମୋଦି ସରକାରଙ୍କୁ ନେଇ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ଇଡିର ଦୂରୁପଯୋଗ କରି କଂଗ୍ରେସ ମୁକ୍ତ ଭାରତ କରିପାରିବ ନାହିଁ, ବଂର ବିପକ୍ଷ ମୁକ୍ତ ଭାରତ ଚାହେଁ।’ ସୋନିଆ ଇଡି ଅଫିସ ଆସିବା ବେଳେ ତାଙ୍କ ସହ ପୁଅ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଅଛନ୍ତି। ଏନଡିଟିଭିର ସୂଚନା ଅନୁସାରେ, ସୋନିଆ ଗାନ୍ଧିଙ୍କୁ ପଚରା ଉଚରା ବେଳେ ଅତି କମ୍‌ରେ ୫ ଜଣ ଅଧିକାରୀ ଉପସ୍ଥିତ ରହିବେ। ଏହି ଟିମ୍‌ର ନେତୃତ୍ବ ଅତିରିକ୍ତ ନିର୍ଦେଶକ ସ୍ତରର ମହିଳା ଅଧିକାରୀ ରହିବେ। ପ୍ରବର୍ତ୍ତନ ନିର୍ଦେଶାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯଦି କଂଗ୍ରେସ ଅଧ୍ୟକ୍ଷା ପଚରା ଉଚରା ବେଳେ ଥକି ଯାଆନ୍ତି ତେବେ ତାଙ୍କୁ ବିଶ୍ରାମ ନେବାକୁ ମଧ୍ୟ ସମୟ ଦିଆଯିବ।

ସୋନିଆ ଇଡି ନିକଟରେ ହାଜର ହେବା ପୂର୍ବରୁ ୧୩ ବିରୋଧୀ ଦଳ କଂଗ୍ରେସ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗ ନେଇଥିଲେ। ଏହାର ପ୍ରସଙ୍ଗ ଥିଲା, କେନ୍ଦ୍ର ସରକାରଙ୍କ ପ୍ରତିଶୋଧର ରାଜନୀତି।’ ବିରୋଧୀଙ୍କ ଅଭିଯୋଗ ଥିଲା ଯେ, ତଦନ୍ତକାରୀ ଏଜେନ୍ସିର ବ୍ୟବହାର କରି ବିରୋଧୀ ଦଳ ନେତାଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରାଯାଉଛି।


Share It

Comments are closed.