ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ, ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ


ଆଜି ହେଉଛି ଦେଶ ତଥା ରାଜ୍ୟର ଅନ୍ତିମ ପର୍ଯ୍ୟାୟ ମତଦାନ। ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ରାଜ୍ୟ ଚତୁର୍ଥ ପର୍ଯ୍ୟାୟ ରେ ମତାଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି।

ବିଧାନସଭା ନିର୍ବାଚନ ବ୍ୟତୀତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନରେ ମଧ୍ୟ ଆଜି ମତଦାନ ଚାଲିଛି। ରାଜ୍ୟରେ ଏକକାଳୀନ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୧୦,୮୮୨ଟି ବୁଥରେ ପାଖାପାଖି ୧ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ଆଇନଶୃଙ୍ଖଳା ରକ୍ଷା ପାଇଁ ୩୬ ହଜାର ସୁରକ୍ଷାକର୍ମୀ ଓ ୭୨ ହଜାର ପୋଲିଂ ଅଫିସର ଙ୍କୁ ନିୟୋଜିତ କରାଯାଇଛି।

 


Share It

Comments are closed.