ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ‌ଦ୍ୱାରା ଚଳିତ ସପ୍ତାହରେ ୧୩ବୁଟ କ୍ୟାମ୍ପ ମାଧ୍ୟମରେ ୧୯୦ରୁ ଉର୍ଦ୍ଧ ଆଇଡିଆ ସଂଗ୍ରହ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି । ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୯୭ଟି ଆଇଡିଆ ସଂଗ୍ରହ କରିଛି । ଏହି ସମୟ ମଧ୍ୟରେ ଯାତ୍ରା ଦ୍ୱାରା ଜଗତସିଂହପୁର, ବୌଦ୍ଧ, ନୟାଗଡ଼, ସୋନପୁର, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବୁଟ୍ କ୍ୟାମ୍ପ ଆୟୋଜିତ ହୋଇଥିଲା।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୦ରୁ ଉର୍ଦ୍ଧ୍ବ କଲେଜ୍ ଏବଂ ୬୦ରୁ ଉର୍ଦ୍ଧ ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୧,୦୦୦ ରୁ ଅଧିକ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଶନିବାର ଯାତ୍ରାର ୩୪ତମ ଦିବସ ଅବସରରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କଟକ, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି(ଖୋର୍ଦ୍ଧା) ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର(ନୟାଗଡ଼)ରେ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ପକ୍ଷରୁ ଆଗାମୀ ଦିନରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ନୟାଗଡ଼ର +୨ କଲେଜ ଓ କୋରାପୁଟର ମାଲୁଶାନ୍ତ ସରକାରୀ ହାଇସ୍କୁଲରେ ତୃଣମୂଳ ସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନଭେମ୍ବର ୬ ତାରିଖ (ସୋମବାର) ୩ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରି ବୁଟକ୍ୟାମ୍ପ ଓ ଭ୍ୟାନ କ୍ୟମ୍ପେନ ମାଧ୍ୟମରେ ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆଇଡ଼ିଆ ସଂଗ୍ରହ କରାଯାଉଛି ।


Share It

Comments are closed.