ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ ଦ୍ୱାରା ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ


ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ, ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜିଠାରୁ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ କରିବା ସହ ଏହାର ଯାତ୍ରା ଆରମ୍ଭ କରିଛି । ଆଜି ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଭ୍ୟାନ୍ ଖୋର୍ଦ୍ଧାର ୧୦ଟି ସ୍କୁଲ୍‌ରେ ପହଁଚି ୧୧୧ଟି ଆଇଡିଆ ସଂଗ୍ରହ କରିବା ସହ ୮୭୬ ଜଣ ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ଉଭୟ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୩୦ଟି ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ପହଂଚିବା ସହ ଯୁବ ବିଦ୍ୟାର୍ଥୀ ମାନଙ୍କୁ ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା ପାଇଁ ଲକ୍ଷ୍ୟ ରଖିଛି ।

ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୨୩ ଖୋର୍ଦ୍ଧା ଜିଲ୍ଲାର ୩୯ଟି କଲେଜ୍ ଏବଂ ୧୦ଟି ବିଦ୍ୟାଳୟ ଭ୍ରମଣ କରିସାରିଥିବାବେଳେ ଏଥିରେ ୪୭୬୦ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୪୭୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।

ଷ୍ଟାର୍ଟଅପ୍ ଏକ୍ସପ୍ରେସର ଏକ ଉତ୍ସାହଜନକ ଆରମ୍ଭ ସହ ଏହା ଆଜି ଖୋର୍ଦ୍ଧାର ବିଭିନ୍ନ ବିଦ୍ୟାଳୟ ଯେପରିକି, କେନ୍ଦ୍ରୀୟ ବିଦ୍ୟାଳୟ ଜଟଣୀ, ଡୁନ୍ ଇଂଟରନ୍ୟାସନାଲ ସ୍କୁଲ, ଡିଏଭି କଳିଙ୍ଗ ନଗର, ଏପିଜେ ସ୍କୁଲ, ପ୍ରଭୁଜି ସ୍କୁଲ, କେ.ଭି. ୧, କ୍ୟାପିଟାଲ ବଏଜ ହାଇସ୍କୁଲ, ମଦର ପବ୍ଲିକ ସ୍କୁଲ, ଓଡିଏମ୍ ଗ୍ଲୋବାଲ ସ୍କୁଲ, ସେଂଟ ଜାଭିଅର ଇଂଟରନ୍ୟାସନାଲ ସ୍କୁଲ ଭ୍ରମଣ କରିଛି । ଏହି ଯାତ୍ରରେ ଛାତ୍ର ସମ୍ପ୍ରଦାୟ ତରଫରୁ ସେମାନଙ୍କ ସୃଜନାତ୍ମକ ଆଇଡ଼ିଆ ମାନଙ୍କରୁ ସେମାନଙ୍କର ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।

ଯାତ୍ରା ଆଗକୁ ବଢ଼ୁଥିବାବେଳେ ଏହା କଟକ ୧୦ଟି କଲେଜ୍ ଏବଂ ବିଦ୍ୟାଳୟ ପରିଭ୍ରମଣ କରିବ । ଯାତ୍ରା ଆଗକୁ ଅଜୟ ବିନୟ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏବିଆଇଟି), ରେଭେନସା ୟୁନିଭର୍ସିଟି, ଶୈଳବାଳା ମହିଳା ମହାବିଦ୍ୟାଳୟ, ଉଦୟନାଥ ଅଟୋନମସ୍ କଲେଜ୍ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ସରକାରୀ ଆଇଟିଆଇ କଟକ, ଡ୍ରିମସ୍ କଲେଜ୍‌, ଗଣପତି ଇନଷ୍ଟିଚ୍ୟୁଟ ଅଫ୍ ଇଅଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ପଲିଟେକନିକ୍‌) ଏବଂ ମଧୂସୁଧନ ଆଇନ ମହାବିଦ୍ୟାଳୟ । ଯେତେବେଳେକି ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ କେମ୍ବ୍ରିଜ୍ ସ୍କୁଲ୍ ଏବଂ ବିଡ଼ାନାସୀ ମ୍ୟୁନିସିପାଲିଟି ହାଇସ୍କୁଲ୍ ଯାତ୍ରା କରିବ ।


Share It

Comments are closed.