ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣାଙ୍କୁ ଓଡିଶା ଲିତକଳା ଏକାଡେମୀ ଦ୍ଵାରା ସମ୍ବର୍ଦ୍ଧିତ


ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣାଙ୍କୁ ଓଡିଶା ଲିତକଳା ଏକାଡେମୀ ଦ୍ଵାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ଲଳିତ କଳା ଏକାଡେ଼ମୀ ଦ୍ଵାରା ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଚିତ୍ରଶିଳ୍ପୀ ବିନୋଦ ମହାରଣାଙ୍କୁ ଏକାଡେମୀ କାର୍ଯ୍ୟାଳୟରେ ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଶ୍ରୀ ମହାରଣା ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ନୂତନ ଶୈଳୀ ସୃଷ୍ଟି କରିବା ସହିତ ଅନେକ ପୁରସ୍କାର ତଥା ସମ୍ମାନରେ ସମ୍ମାନିତ ହୋଇଛନ୍ତି । କଳା କ୍ଷେତ୍ରରେ ଏକାଡେମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।ସେ ଦୀର୍ଘ ଦିନ ଓଡ଼ିଶା ଲଳିତ କଳା ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ରହି ସୁଚାରୁରୂପେ କାର୍ଯ୍ୟ ତୁଲାଇଛନ୍ତି । ବର୍ତ୍ତମାନ ସେ ସାଧାରଣ ପରିଷଦର ସଦସ୍ୟ ରହି ମଧ୍ୟ କଳାର ପ୍ରଚାର,ପ୍ରସାର ତଥା ଉନ୍ନତି କରି ଆସୁଛନ୍ତି । ଶ୍ରୀ ମହାରଣାଙ୍କ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଇଁ ଗର୍ବର ବିଷୟ ବୋଲି ସଭାପତି ପ୍ରକାଶ କରିଥିଲେ । ଏହି ଅବସରରେ ଏକାଡେମୀ ସଚିବ ପଞ୍ଚାନନ ସାମଲ ଏବଂ ସମସ୍ତ କର୍ମଚାରୀ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।


Share It

Comments are closed.