ଅଲଟିମେଟ ଖୋ ଖୋ ସିଜନ-୨ : ୩ୟ ବିଜୟ ସହ ଓଡିଶା ଜଗରନଟ୍ସର ପ୍ଲେଅଫ୍‌କୁ ଯିବା ସମ୍ଭାବନା ଉଜ୍ଜୀବିତ


ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ରାଜସ୍ଥାନ ୱାରିୟର୍ସ ବିରୋଧରେ ୩୨-୨୧ ପଏଂଟର ବଡ ବିଜୟ ହାସଲ କରିଛି । ଓଡିଶା ଜଗରନଟ୍ସର ପ୍ରତିରକ୍ଷାପୂର୍ଣ୍ଣ ପ୍ରଦର୍ଶନର ସମର୍ଥନରେ ଦଳ ଏହି ବିଜୟ ହାସଲ କରିପାରିଛି ଯେଉଁଥିରେ ଦଳକୁ ୧୦ଟି ଡ୍ରିମ ରନ ବୋନସ ପଏଂଟ ମିଳିଥିଲା । ପ୍ରଥମ ଟର୍ଣ୍ଣରେ ଓଡିଶାର ବିଶାଳ, ଗୌଥମ ଏମକେ ଓ ଦିଲ୍ଲୀପ ଖାଣ୍ଡଭି ୬ ମିନିଟ୍ ୨୨ସେକେଣ୍ଡ ପର୍ଯ୍ୟନ୍ତ ମ୍ୟାଟରେ ରହି ୭ଟି ଡ୍ରିମ ରନ ପଏଂଟ ହାସଲ କରିଥିଲେ । ସେହିପରି ଆଜିର ୧ମ ମ୍ୟାଚ୍‌ରେ ତେଲୁଗୁ ୟୋଦ୍ଧାସ, ମୁମ୍ବାଇ ଖିଲାଡିସକୁ ୪୦-୨୨ ପଏଂଟ୍‌ରେ ପରାଜିତ କରିଛି । ଏହା ଚଳିତ ସିଜନରେ ସବୁଠାରୁ ବଡ ମାର୍ଜିନରେ ହାସଲ କରାଯାଇଥିବା ବିଜୟ ଅଟେ  ଆସନ୍ତାକାଲି (ଗୁରୁବାର) ତେଲୁଗୁ ୟୋଦ୍ଧାସ, ଚେନ୍ନାଇ କ୍ୱିକ ଗନ୍ସ ବିରୋଧରେ ଏବଂ ଗୁଜରାଟ ଜିଆଂଟ୍ସ, ରାଜସ୍ଥାନ ୱାରିୟର୍ସ ବିରୋଧରେ ପ୍ରତିଦ୍ୱନ୍ଦିତା କରିବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି ।  ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଆଜିର ୨ୟ ମ୍ୟାଚରେ ବିଜୟୀ ଦଳ ଓଡ଼ିଶା ଜଗରନଟ୍ସରେ ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ଆଦି ସାମିଲ ଥିଲେ । ସେହିପରି ରାଜସ୍ଥାନ ୱାରିୟର୍ସ ଦଳରେ ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍‌, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ୍ ସାମିଲ ଥିଲେ ।


Share It

Comments are closed.