ଓଡିଶା ଜଗରନଟସକୁ ୨୯-୨୮ରେ ହରାଇଲା ତେଲୁଗୁ ୟୋଦ୍ଧାସ


କଟକ,୩୧ ଡିସେମ୍ବର, ୨୦୨୩: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୭ମ ଦିନରେ କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୧ମ ମ୍ୟାଚରେ ତେଲୁଗୁ ୟୋଦ୍ଧାସ, ଓଡିଶା ଜଗରନଟସକୁ ୨୯-୨୮ ପଏଂଟ୍ରେ ପରାଜିତ କରିଛି । ଆଜିର ରୋମାଂଚକର ମ୍ୟାଚରେ ତେଲୁଗୁ ୟୋଦ୍ଧାସ, ଓଡିଶା ଜଗରନଟସକୁ ୧ ପଏଂଟରେ ପରାଜିତ କରି ଲିଗରେ ନିଜର ୩ୟ ବିଜୟ ହାସଲ କରିଛି । ସେହିପରି ଚଳିତ ଲିଗରେ ଖେଳିଥିବା ମୋଟ ୫ଟି ମ୍ୟାଚ ମଧ୍ୟରୁ ଓଡିଶାର ଏହା ୨ୟ ପରାଜୟ ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍ୱର୍କର ଚ୍ୟାନେଲ ଓ ସୋନି ଲିଭ୍ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚର ଲାଇଭ କଭରେଜ ସହିତ ଅଲ୍ଟିମେଟ ଖୋ ଖୋ ସିଜନ ୨ର ଆକ୍ସନଗୁଡିକ ସୋନି ସ୍ପୋର୍ଟସ ନେଟୱର୍କର ଚ୍ୟାନେଲ ଓ ସୋନିଲିଭ ଆପରେ ପ୍ରସାରିତ ହେବ । ଆଜିର ୧ମ ମ୍ୟାଚରେ ବିଜୟୀ ଦଳ ତେଲୁଗୁ ୟୋଦ୍ଧାସ୍ ଦଳରେ ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ଆଦି ସାମିଲ ଥିଲେ । ସେହିପରି ଓଡ଼ିଶା ଜଗରନଟସ୍ରେ ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ଆଦି ସାମିଲ ଥିଲେ ।


Share It

Comments are closed.