ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ପିସ ପୁରସ୍କାର ବିଜେତା ମଲାଲା


ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ନିଜ ଜୀବନ ନୂଆ ଇଂନିସ ଆର୍ଭ କରିଛନ୍ତି । ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମଲାଲା ।

ସୋସିଆଲ ମିଡିଆରେ ଟ୍ୱିଟ କରି ମଲାଲା ଏହି ସୂଚନା ଦେଇଛନ୍ତି । ପୋଷ୍ଟ କରି ମଲାଲା ଲେଖିଛନ୍ତି ଯେ ସେ ଘରେ ବିବାହ କରିଛନ୍ତି ଏବଂ ତାଙ୍କ ଜୀବନର ନୂଆ ଅୟମାରମ୍ଭ ବୋଲି ସେ କହିଛନ୍ତି ।


ମଲାଲା ଟ୍ୱିଟରରେ ଲେଖିଛନ୍ତି, “ଆଜି ମୋ ଜୀବନର ଏକ ବିଶେଷ ଦିନ । ଅସର୍‌ ଏବଂ ମୁଁ ବିବାହ କରିଛୁ । ଆମେ ବର୍ମିଂହାମ ଠାରେ ପରିବାର ସହ ନିକାହ ସମାରୋହରେ ସାମିଲ ହୋଇିଥିଲୁ । ଦୟାକରି ଆପଣମାନେ ଆମପାଇଁ ପ୍ରାର୍ଥନା କରନ୍ତୁ । ଆଗାମୀ ଯାତ୍ରାରେ ଆମେ ଏକାଠି ଯିବାକୁ ଉତ୍ସାହିତ ଅଛୁ ।


Share It

Comments are closed.