ଭିଡିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ “ଓଡିଶା ଫୁଡ ପ୍ରୋ ୨୦୨୨” କାର୍ଯ୍ୟକ୍ରମ


ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସି ମାଧ୍ୟମରେ “ଓଡିଶା ଫୁଡ ପ୍ରୋ ୨୦୨୨”ର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରାଜ୍ୟରେ ଖାଦ୍ୟ ପ୍ରକିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ମୁଖ୍ୟ ମୁନ୍ତ୍ରୀ ଏହି ଉଦାଘଟନ ଅବସରରେ କହିଛନ୍ତି ଯେ, ଜାତୀୟ ଏବଂ ଆର୍ନ୍ତଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ ଭାବେ ପରିଗଣିତ ହୋଇପାରିବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବ । ଦେଶ ଓ ବିଦେଶର କମ୍ପାନୀମାନଙ୍କୁ ଖାଦ୍ୟ ପ୍ରକିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ଆକୃଷ୍ଟ କରିବ । ସେଥିପାଇଁ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ଏହା ଭରଣା କରିବ ।
ଏହି କାର୍ଯ୍ୟକ୍ରମରେ ଶକ୍ତି ଓ ଏମଏସଏମଇ ମନ୍ତ୍ରୀ ପ୍ରତାବ ଦେବ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପ୍ରିନସିପାଲ ସେକ୍ରେଟାରୀ ରଞ୍ଜନ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ ।


Share It

Comments are closed.