ସାହି ଏକ୍ସପୋର୍ଟସ୍ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସଷ୍ଟେନେବିଲିଟି ରିପୋର୍ଟ ଉନ୍ମୋଚିତ


ଭୁବନେଶ୍ୱର: ଭାରତର ସର୍ବବୃହତ ପୋଷାକ ନିର୍ମାତା ଓ ରପ୍ତାନିକାରୀ ସାହି ଏକ୍ସପୋର୍ଟସ୍ ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସଷ୍ଟେନେବିଲିଟି ରିପୋର୍ଟର ଶୁଭାରମ୍ଭ କରାଯାଇଛି । ଏହି ବ୍ୟାପକ ରିପୋର୍ଟରେ ଶକ୍ତି ଓ ନିର୍ଗମନ ପରିଚାଳନା, ଜଳ ଦକ୍ଷତା, ରସାୟନ ଓ ମାଟେରିଆଲ, ବର୍ଜ୍ୟ ପରିଚାଳନା, ସଶକ୍ତ ଶ୍ରମଶକ୍ତି, କର୍ମଚାରୀ ସ୍ୱାସ୍ଥ୍ୟ ଓ କଲ୍ୟାଣ, ନ୍ୟାୟୋଚିତ ଓ ସମ୍ମାନଜନକ କର୍ମକ୍ଷେତ୍ର ଓ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଅଭିଯାନର ବିବରଣୀ ରହିଛି ।
ସାହି ଏକ୍ସପୋର୍ଟର ଇଏସଜି ମୁଖ୍ୟ ଅନନ୍ତ ଆହୁଜା କହିଛନ୍ତି ଯେ, “ଗତ ବର୍ଷ ଫେସନରେ ସ୍ଥାୟିତ୍ୱର କାହାଣୀ, ଦୃଷ୍ଟିକୋଣ ଏବଂ ବ୍ୟବସାୟରେ ଉଲ୍ଲେଖନୀୟ ପରିବର୍ତନ ଆସିଛି । ଶିଳ୍ପର ବିକାଶ ହେବା ସହିତ ସାହି ଏହାର ବ୍ୟବସାୟକୁ ଏପରି ଭାବରେ ପରିଚାଳନା କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ଯାହା ନକାରାତ୍ମକ ପ୍ରଭାବକୁ ହ୍ରାସ କରିବ ଏବଂ ଆମ ଲୋକ ଏବଂ ପୃଥିବୀ ଉପରେ ସକାରାତ୍ମକ ପ୍ରଭାବକୁ ସର୍ବାଧିକ କରିବ । ସଷ୍ଟେନେବିଲିଟି (ସ୍ଥାୟିତ୍ୱ) ରିପୋର୍ଟ ହେଉଛି ଆମର ଅଗ୍ରଗତିକୁ ଅନୁଧ୍ୟାନ କରିବାରେ ଏବଂ ଯେଉଁ କ୍ଷେତ୍ରରେ ଆମେ ଅଧିକ ଉନ୍ନତି କରିପାରିବା ତାହା ଚିହ୍ନଟ କରିବାରେ ସାହାଯ୍ୟ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ । ବିଗତ ଦୁଇ ବର୍ଷ ମଧ୍ୟରେ ପ୍ରକାଶିତ ତଥ୍ୟ ଆମର ଅଭିବୃଦ୍ଧି ଯାତ୍ରାରେ ଦୀର୍ଘମିଆଦୀ ଭାବନା ସହିତ ମେଳଖାଉଥିବା ରଣନୀତିକୁ ବିକାଶ କରିବାରେ ଆମ ପାଇଁ ସହାୟକ ହୋଇଛି ।’’
ପରିବେଶ ପରିଚାଳନା ପ୍ରତି ପ୍ରତିବଦ୍ଧତା ପାଇଁ ସାହିକୁ ଅନେକ ଅନ୍ତର୍ଜାତୀୟ ଏବଂ ଜାତୀୟ ପୁରସ୍କାର ମିଳିଛି । ଯେଉଁଥିରେ ସାମିଲ ରହିଛି ଗ୍ରୀନ୍ ଅର୍ଗାନାଇଜେସନ୍ ଦ୍ୱାରା ଅନ୍ତର୍ଜାତୀୟ ଗ୍ରୀନ୍ ଆପଲ୍ ପରିବେଶ ପୁରସ୍କାର ଏବଂ ଗ୍ରାଉଣ୍ଡ-ମାଉଟେଂଡ୍ ସୌର ବର୍ଗରେ ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଉତ୍କର୍ଷତା ପୁରସ୍କାର ।
ସାହି ଏକ୍ସପୋର୍ଟର ପରିଚାଳନା ନିର୍ଦେଶକ ତଥା ଅଧ୍ୟକ୍ଷ ହରିଶ ଆହୁଜା କହିଛନ୍ତି ଯେ, “ବର୍ଷ ବର୍ଷ ଧରି ସାହି ସର୍ବଦା ଆମ ପରିବେଶର ପରିବର୍ତିତ ପରିଦୃଶ୍ୟ ଏବଂ ଏହି ପରିବର୍ତନରେ ଏକ ଧାରଣା ଭାବରେ ସ୍ଥାୟୀତ୍ୱର ଭୂମିକା ବିଷୟରେ ଗଭୀର ବୁଝାମଣା ପ୍ରଦର୍ଶନ କରିଛି । ଆସନ୍ତା ବର୍ଷ ସାହି ୫୦ ବର୍ଷରେ ପଦାର୍ପଣ କରୁଥିବାବେଳେ, ଆମେ ବିଶ୍ୱାସ କରୁ ଯେ ସ୍ଥାୟିତ୍ୱ ପ୍ରୟାସ ଆମର ସଫଳତାକୁ କ୍ରମଶଃ ପ୍ରୋତ୍ସାହିତ କରିବ ଏବଂ ଶିଳ୍ପବ୍ୟାପୀ ପରିବର୍ତନକୁ ତ୍ୱରାନ୍ୱିତ କରିବ । ଆମେ ସହଯୋଗର ଭାବନା ଜାରି ରଖିବୁ, ଆମର ସର୍ବୋତମ ଅଭ୍ୟାସଗୁଡ଼ିକୁ ଅଂଶୀଦାର କରିବୁ ଏବଂ ସାମୂହିକ କାର୍ଯ୍ୟ ପାଇଁ ସମର୍ଥନ କରିବୁ ।’’


Share It

Comments are closed.