ଦେଶରେ କରୋନା ସଂକ୍ରମଣ ୫୬ ଲକ୍ଷ ପାର, ଗତ ୨୪ ଘଂଟା ଭିତରେ ୧,୦୮୫ ଜଣଙ୍କ ମୃତ୍ୟୁ


ଭାରତର କରୋନାର ଗତିରେ ଲଗାମ ଲାଗିବାର ନାମ ହିଁ ନେଉନାହିଁ | ପ୍ରତିଦିନ କରୋନା ମାମଲା ବୃଦ୍ଧି ପାଉଛି | ବୁଧବାର ଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୫୬ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଗତ ୨୪ ଘଟା ମଧ୍ୟରେ ୮୩,୩୪୭ ଟି ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧,୦୮୫ ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୯୦,୦୨୦କୁ ବୃଦ୍ଧି ପାଇଛି । ସେହିଭଳି ଦେଶରେ କରୋନା ସଂକ୍ରମଣର ସଂଖ୍ୟା ମଧ୍ୟ ୫୬,୪୬,୦୧୧କୁ ବୃଦ୍ଧି ପାଇଛି | ଏଥିମଧ୍ୟରୁ ୯,୬୮,୩୭୭ ସକ୍ରିୟ ମାମଲା ରହିଛି ଏବଂ ୪୫,୮୭,୬୧୪ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି କିମ୍ବା ଚିକିତ୍ସା ପରେ ଘରକୁ ଫେରିଛନ୍ତି ।


Share It

Comments are closed.