୨୦୧୯ରେ ନିଜ ଆସନ ହରାଇପାରେ ବିଜେପି – ‘ମୁଡ ଅଫ ଦି ନେସନ ସର୍ଭେ’


୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଯେଉଁ ଚମତ୍କାର ଦେଖାଇଥିଲା ତାହା ସାଢେ ୪ ବର୍ଷି ମଧ୍ୟରେ ଧିରେ ଧିରେ ବଦଳିବାରେ ଲାଗିଛି ।  ମୋଦିଙ୍କ ଯେଉଁ ଲୋକପ୍ରିୟତା ଯୋଗୁଁ ବିଜେପି ଦେଶରେ ସରକାର ଗଢିବାରେ ସକ୍ଷମ ହୋଇଥିଲା ତାହା ବର୍ତ୍ତମାନ କମିବାରେ ଲାଗିଛି । ବର୍ତ୍ତମାନ କଂଗ୍ରେସ ନେତୃତ୍ୱରେ ସମସ୍ତ ବିରୋଧୀ ଦଳ ଏକାଠି ହେଉଛନ୍ତି । ତେବେ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି ।
ବିଜେପିର ସିଟ ସଂଖ୍ୟା ଏବଂ ଭୋଟ ପ୍ରତିଶତ କମିବ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ‘ମୁଡ ଅଫ ଦି ନେସନ ସର୍ଭେ’ରେ ଏହା ପ୍ରକାଶ ପାଇଛି । ଏନଡିଏ ଅଧିକ ସିଟ ପାଇଲେ ମଧ୍ୟ ମ୍ୟାଜିକ ନମ୍ବର ଠାରୁ ଦୂରେଇ ରହିବ । ସେହିପରି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପରେ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବାରେ କଂଗ୍ରେସର ଏକ ମାତ୍ରା ବିକଳ୍ପ ହେଉଛନ୍ତି ରାହୁଲ ଗାନ୍ଧୀ ।

ସେହିଭଳି ୨୦୧୯ ନିର୍ବାଚନରେ ବିଜେପି ୨୦୧୪ରେ ଦେଇଥିବା ପ୍ରତିଶ୍ରୃତି ଏବଂ ସଫଳତାକୁ ଦୋହରାଇ ପାରିବା ନାହିଁ । ଏହା ସହ ବିଜେପି ଦଳ ନିଜର ସିଟ ସଂଖ୍ୟା ହରାଇବା ସହ ଭୋଟ ପ୍ରତିଶତ କମିବ ବୋଲି ପୂର୍ବନୁମାନ କରିଛି ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ । ତେବେ ଏଇ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ‘ମୁଡ ଅଫ ଦି ନେସନ ସର୍ଭେ’ରେ ଏକ ଚମକେଇଦେଲା ଭଳି ତଥ୍ୟ ସାମନାକୁ ଆସିଛି । ସର୍ଭେ ମୁତାବକ – ଦେଶରେ ବର୍ତ୍ତମାନ ନିର୍ବାଚନ ହେଲେ ଏନଡିଏ ବର୍ତ୍ତମାନ ୨୮୧ ଆସନରେ ସୀମିତ ରହିବେ । ସେହିଭଳି ୟୁପିଏକୁ  ୧୨୨ ଆସନ ମିଳିବା ବେଳେ ଅନ୍ୟାନଙ୍କୁ ୧୪୦ ଟି ଆସନ ମିଳିବ । ୨୦୧୪ରେ କଂଗ୍ରେସକୁ ଗାଦିଚ୍ୟୁତ କରିଥିବା ବିଜେପିର ସିଟ ସଂଖ୍ୟା କମିବ ବୋଲି ସର୍ଭେରେ ପ୍ରକାଶ ପାଇଛି । ୫୪୩ ସଦସ୍ୟତା ବିଶିଷ୍ଟ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୨୮୨ ଆସନ ଦାଖଲ କରିଥିବାବେଳେ କ୍ଷମତାଷିନ୍ନ ସରକାର ୩୩୬ଟି ଲୋକସଭା ଆସନ ଦାଖଲ କରିଥିଲା ।
୨୦୧୯ ସାଧାରଣ ନିର୍ବାଚନରେ ବିଜେପି କେବଳ ନିଜର ସିଟ ହରାଇବ ନାହିଁ ବରଂ ନିଜର  ଭୋଟ ପ୍ରତିଶତ ମଧ୍ୟ କମିବ ବୋଲି ଆକଳନ କରିଛି ଇଣ୍ଡିଆ ଟୁଡେର ‘ମୁଡ ଅଫ ଦି ନେସନ ସର୍ଭେ’ ।
ତେବେ ଆସନ୍ତୁ ଦେଖିବା ସର୍ଭେ ମୁତାବକ କାହା ସପକ୍ଷରେ କେତେ ଭୋଟଯିବେ
ବର୍ତ୍ତମାନ ନିର୍ବାଚନ ହେଲେ ୨୦୧୪ ସାଧାରଣ ନିର୍ବାଚନ
ଏନଡିଏ-୩୬%                          ଏନଡିଏ-୩୮.୫%
ୟୁପିଏ-୩୧%                              ୟୁପିଏ-୨୩%
ଅନ୍ୟାନ୍ୟ-୩୩%                           ଅନ୍ୟାନ୍ୟ-୩୯%

ତେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରୂପେ ଏବଂ ମୋଦି ପ୍ରମୁଖ ପ୍ରତିଦ୍ୱନ୍ଧି ରୂପେ ରାହୁଲଙ୍କ ଲୋକପ୍ରିୟତାକୁ ମଧ୍ୟ ସର୍ଭେ କରାଯାଇଥିଲା । ପ୍ରଶ୍ନ ଏହା ଥିଲା, ୨୦୧୯ରେ ବିରୋଧୀ କ୍ୟାମ୍ପରୁ କିଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଳ୍ପ ହୋଇପାରିବ ।
୧- ରାହୁଲ ଗାନ୍ଧୀ – ୪୬%
୨- ମମତା ବାନାର୍ଜୀ – ୮%
୩- ପି. ଚିତାମ୍ବରମ – ୬%
୪- ପ୍ରିୟଙ୍କା ଗାନ୍ଧୀ – ୬%
ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଳ୍ପ ହୋଇପାରନ୍ତି ରାହୁଲ ଗାନ୍ଧୀ ।


Share It

Comments are closed.