ବ୍ଲୁହ୍ୱେଲ ଗେମ ପରେ ଏବେ ଆରମ୍ଭ ହୋଇଛି ମୋମୋ ଚ୍ୟାଲେଞ୍ଜର ତାଣ୍ଡବ


ବ୍ଲୁହ୍ୱେଲ ଗେମର ଭୟାବହତା ସାରା ଦୁନିଆ ଦେଖିସାରିବା ପରେ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ମୋମୋ ଚ୍ୟାଲେଞ୍ଜ ।  ଭାରତରେ ଏହାର ପ୍ରଥମ ଶୀକାର ହୋଇଛନ୍ତି ଜଣେ ୧୦ମ ଶ୍ରେଣୀର ଛାତ୍ରୀ । ରାଜସ୍ଥାନର ଜଣେ ୧୦ମ ଶ୍ରେଣୀର ଛାତ୍ରୀ ଏହି ଭୟଙ୍କର ଖେଳର କବଳରେ ଆସି ଆତ୍ମହତ୍ୟା କରିନେଇଛନ୍ତି । ଏହି ଘଟଣାଟି ହେଉଛି ୩୧ ଜୁଲାଇର । ପୋଲିସ ଏହି ସଂପର୍କରେ ତନାଘନା ଆରମ୍ଭ କରିଦେଇଥିବାବେଳେ, ଏହି ମୋମୋ ଚ୍ୟାଲେଞ୍ଜ ସହିତ ଅନ୍ୟ କେତେ ଜଣ ଛାତ୍ରଛାତ୍ରୀ ଯୋଡି ହୋଇ ରହିଛନ୍ତି, ସେହି ସଂପର୍କରେ ଯାଞ୍ଚ ଚଳାଇଛି ।
ମିଳିଥିବା ସୂଚନା ଅନୁଯାୟୀ ହ୍ୱାଟସଆପ ଦ୍ୱାରା ଭାଇରାଲ ହେଉଥିବା ବ୍ଲୁହ୍ୱେଲ ଗେମର ଏହା ହେଉଛି ନୂଆ ଭରସନ । ଏହି ଘଟଣାଟି ହେଉଛି ଆଜମେର ଜିଲ୍ଲାର ବୋଆ ଅଞ୍ଚଳର, ଯେଉଁଠାରେ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ସ୍କୁଲରୁ ଘରକୁ ଆସିବା ପରେ ନିଜ ହାତର ଶୀରାକୁ କାଟିଦେଇଥିବା ବେଳେ ବେକରେ ଦଉଡୀ ଲଗାଇ ଆତ୍ମହତ୍ୟା କରିଥିଲା । ଉକ୍ତ ନାବାଳିକାଟି ଆତ୍ମହତ୍ୟା କରିବା ସମୟରେ କେବଳ ତା ଜେଜମା ଘରେ ଉପସ୍ଥିତ ଥିଲେ । ନାବାଳିକାଟି ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ମଧ୍ୟ ଲେଖିଥିଲା, ଯେଉଁଥିରେ ନାବାଳିକାଟି ଏକ ସ୍ମାଇଲର ଚିତ୍ର ଆଙ୍କିବା ସହ “ଆଇ ମିସ ୟୁ ଅଲ” ବୋଲି ମଧ୍ୟ ଦର୍ଶାଇଥିଲା । ମୋମୋ ଚ୍ୟାଲେଞ୍ଜ ଦ୍ୱାରା ଭାରତରେ କେହି ଜଣେ ଆତ୍ମହତ୍ୟା କରିଥିବାର ଏହା ହେଉଛି ପ୍ରଥମ ଘଟଣା ।
ଆତ୍ମହତ୍ୟା କରିବାର ତିନି ଚାରି ଦିନ ପୂର୍ବରୁ ଝିଅ ବହୁତ ଦୁଃଖୀ ଏବଂ ଚିଡଚିଡା ସ୍ୱଭାବର ହୋଇଯାଇଥିଲା ବୋଲି ନାବାଳିକାର ପିତା ଭୁପିନ୍ଦର ଶର୍ମା ସୂଚନା ଦେଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଝିଅ ଆତ୍ମହତ୍ୟା କରିବା ପରେ ଆମେ ଭାବୁଥିଲୁ ସେ ମାନସିକ ଚିନ୍ତାଗ୍ରସ୍ତ ଯୋଗୁଁ ଏହି ଭଳି ପଦକ୍ଷେପ ନେଇଥିବ କିନ୍ତୁ ପରେ ଯେତବେଳେ ତାହାର ଫୋନକୁ ଯାଞ୍ଚ କଲୁ ତେବେ ଏହି ମୋମୋ ଗେମ ସମ୍ବନ୍ଧିୟ କେତେକ କୋଡ ୱାର୍ଡକୁ ଆମେ ଦେଖିବାକୁ ପାଇଥିଲୁ ।
ଭୁପିନ୍ଦର ଏହା ମଧ୍ୟ କହିଥିଲେ ଯେ, ସମ୍ପୂର୍ଣ୍ଣ ତନାଘନା କରିବା ଏହା ଜଣାପଡିଲା ଏଇ ମୋମୋ ଚ୍ୟାଲେଞ୍ଜ ହେଉଛି ବ୍ଲୁହ୍ୱେଲ ଗେମର ନୂଆ ଭରସନ । ଏଥିରେ ବ୍ଲୁହ୍ୱେଲ ଗେମ ପରି ଷ୍ଟେପ ମଧ୍ୟ ରହିଛି । ଏହା ସହ ସ୍ୱିସାଇଟ ନୋଟରେ ରହିଥିବା ସ୍ମାଇଲ ଚିତ୍ର ହେଉଛି ମୋମୋ ଚ୍ୟାଲେଞ୍ଜର ଏକ ସିମ୍ବଲ ବୋଲି ପିତା ଭୁପିନ୍ଦର ପୋଲିସକୁ ସୂଚନା ଦେଇଥିଲେ ।


Share It

Comments are closed.