ଟାଟା ଷ୍ଟିଲ ପ୍ରଦତ୍ତ ଯାନ୍ତ୍ରୀକ ସଫେଇ ମେସିନ୍ ବିଧାୟିକାଙ୍କ ଦ୍ୱାରା ଲୋକାର୍ପିତ


ଯୋଡା: ମାନ୍ୟବର ଚମ୍ପୁଆ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ମଙ୍ଗଳବାର ଯାନ୍ତ୍ରୀକ ସଫେଇ ମେସିନ କୁ ଯୋଡା ବାସିନ୍ଦାଙ୍କ ଙ୍କ ଉଦ୍ଦେଶ୍ୟ ରେ ଲୋକାର୍ପିତ କରିଛନ୍ତି I ଟାଟା ଷ୍ଟିଲ ପକ୍ଷରୁ ପ୍ରଦତ୍ତ ଏହି ମେସିନ୍ ଟି ଯୋଡା ସହର କୁ ଆବର୍ଜନାମୁକ୍ତ ତଥା ନିର୍ମଳ ରଖିବାରେ ସହାୟକ ହେବ I

ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ମହାନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୋଡା ମୁନିସିପାଲିଟି ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର, ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର, ଟାଟା ଷ୍ଟିଲ ମାଙ୍ଗାନିଜ ଗ୍ରୁପ ମୁଖ୍ୟ ଅବନୀଶ କୁମାର, ବିଧାୟିକା ଙ୍କ ଯୋଡା ପ୍ରତିନିଧି ବାବୁଲାଲ ସାହୁ, ଯୋଡା ଟ୍ରକ୍ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ପୂର୍ବତନ କାଉନସିଲର ଜିତୁ ଜେସୱାଲ଼୍ ଏବଂ ମୁନିସିପାଲିଟି ର ସମସ୍ତ କାଉନସିଲର ଙ୍କ ସହ ସ୍କୁଲ ପିଲାମାନେ ଯୋଗ ଦେଇଥିଲେ I

ମେସିନ୍ ଟିକୁ ସବୁଜ ପତାକା ଦେଖାଇ ଲୋକାର୍ପିତ କରି ଶ୍ରୀମତୀ ମହାନ୍ତ କହିଲେ, “ଯୋଡା କୁ ସବୁଜ ସୁନ୍ଦର କରି ରଖିବା ପାଇଁ ଟାଟା ଷ୍ଟିଲ ର ସହଯୋଗ ପ୍ରଶଂସନିୟ I ଏଥିପାଇଁ କମ୍ପାନୀ କୁ ଧନ୍ୟବାଦ ଦେଉଛି ଏବଂ ଆଗାମୀ ଦିନରେ ଏଭଳି ଆହୁରି ଅନେକ ଜନହିତକର ପଦକ୍ଷେପ ନେବାପାଇଁ ମୁଁ କମ୍ପାନୀ କୁ ସ୍ଵାଗତ କରୁଛି I”

ଜଗଦୀଶ ପ୍ରସାଦ ସାହୁ ତାଙ୍କ ସମ୍ଭାଷଣରେ ଯୋଡା କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ I

ଉଚ୍ଚ କ୍ଷମତା ସମ୍ପନ୍ନ ଏହି ମେସିନ୍ ଟି ଯୋଡା ମୁନିସିପାଲିଟି ର ପ୍ରତ୍ୟେକ ୱାର୍ଡ କୁ ସଫI ସୁତୁରା ରଖିବାରେ ସହାୟକ ହେବ I

ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲା ମାନଙ୍କ ଦ୍ଵାରା ପରିବେଶ ସଚେତନତା ସମ୍ପର୍କରେ ଏକ ନାଟକ ପରିବେଶିତ ହୋଇଥିଲା I

ଏତଦବ୍ୟତୀତ, ନିକଟରେ ଫୁଟବଲ ଖେଳରେ 15-ବର୍ଷ ରୁ କମ୍ ବିଭାଗ ରେ କୃତିତ୍ଵ ଲାଭ କରିଥିବା ପାଞ୍ଚ ଜଣ ବାଳିକା ଖେଳାଳୀ ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ I


Share It

Comments are closed.