ମେଫେୟାରରେ ଅକ୍ଟୋବର ୧୦ରୁ ଦାଣ୍ଡିଆ ମହୋତ୍ସବ


ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ରୁହନ୍ତୁ । ନିଜର ମୁଡ ଠିକ୍ କରି ମେଫେୟାର ଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଚଳିତ ବର୍ଷ ମେଫେୟାର ପକ୍ଷରୁ ୧୦ ଅକ୍ଟୋବରରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ମେଫେୟାର କନଭେନସନରେ ଦାଣ୍ଡିଆ ମହୋତ୍ସବର ଆୟୋଜନ କରାଯାଉଛି । ଲୋକପ୍ରିୟ ଚାର୍ଟବଷ୍ଟରଙ୍କୁ ପରାସ୍ତ କରି, ରିଭଲରମାନେ ସେଲିବ୍ରିଟିମାନଙ୍କ ସହିତ ଦାଣ୍ଡିଆ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ମେ ଫେୟାର ଲାଗୁନ ପକ୍ଷରୁ ଉକ୍ତ ପରିସରରେ ଦୀର୍ଘ ୯ ବର୍ଷ ଧରି ଦାଣ୍ଡିଆ ରାସ ପାଳନ କରାଯାଇଆସୁଛି ଏବଂ ପୁର୍ନବାର ଚଳିତ ବର୍ଷ ମେଫେୟାର ଲାଗୁନରେ ସମାନ କାର୍ଯ୍ୟକ୍ରମ, ଦାଣ୍ଡିଆ ମହୋତ୍ସବ ନାମରେ ଆସୁଛି । ଉକ୍ତ କାର୍ଯ୍ୟକ୍ରମ ଆରଆର ଇଭେଣ୍ଟ ଦ୍ୱାରା ଆୟୋଜିତ ଏବଂ ବଲିଉଡ ଏବଂ ଓଲିଉଡର ବିଭିନ୍ନ ବୃହତ ସେଲିବ୍ରିଟିଙ୍କ ସହିତ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୧୦ରୁ ୧୯ ପର୍ଯ୍ୟନ୍ତ ହେବାକୁଥିବା ଦାଣ୍ଡିଆ ମହୋତ୍ସବ ପାଇଁ ପ୍ରସ୍ତୁତ ରୁହନ୍ତୁ । ଉତ୍ସବ ପାଳନ ଏହି କାର୍ଯ୍ୟକ୍ରମର ଏକ ପ୍ରତିକ୍ରିୟା ଏବଂ ଜୀବନକାଳର ସ୍ମୃତିଭାବେ ଆନନ୍ଦ ପ୍ରଦାନ କରିବ ଏବଂ ଆମ୍ଭେମାନେ ଦାଣ୍ଡିଆ ମହୋତ୍ସବ ୨୦୧୮ର ଆୟୋଜନ କରି ଏହିପରି ଅଭୁଲା ସ୍ମୃତି ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛୁ । ହୋଟେଲ୍ ମେଫେୟାରରେ ଏ ନେଇ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ସମିରନ୍ ଦାସ, ଜେନେରାଲ ମ୍ୟାନେଜର, ଏଫ୍ ଆଣ୍ଡ୍ ବି ଏବଂ ଶ୍ରୀଯୁକ୍ତ ପ୍ରଦିପ୍ତ ମହାପାତ୍ର, ସହ-ଉପସଭାପତି (ଏସ୍ ଆଣ୍ଡ ଏମ୍) ପ୍ରମୂଖ ଉପସ୍ଥିତ ଥିଲେ ।

ମାତ୍ର କିଛି ବର୍ଷ ମଧ୍ୟରେ ଭୁବନେଶ୍ୱରବାସୀଙ୍କ ନିକଟରେ ଦାଣ୍ଡିଆ ନାଇଟ୍ସ ଖୁବ ଲୋକପ୍ରିୟ ହୋଇପାରିଛି । ନବରାତ୍ରି ସମୟରେ ବହୁ ଦାଣ୍ଡିଆପ୍ରେମୀ ମେ ଫେୟାରରେ ଦାଣ୍ଡିଆ ଖେଳିବା ପାଇଁ ଆସିଥାନ୍ତି । ଦାଣ୍ଡିଆ ମହୋତ୍ସବ ପାଇଁ ଭୁବନେଶ୍ୱରବାସୀଙ୍କର ସ୍ୱତନ୍ତ୍ର ଭଲପାଇବା ଏବଂ ଶ୍ରଦ୍ଧା ଦେଖି ଚଳିତ ବର୍ଷ ମେଫେୟାର ପକ୍ଷରୁ ଆରଆର ଇଭେଣ୍ଟସ ଏବଂ ପ୍ରମୋସନ ସହିତ ମିଳିତହୋଇ ଏହି କାର୍ଯ୍ୟକ୍ରମର ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।
ବଲିଉଡ ଏବଂ ଓଲିଉଡର ବହୁ ଲୋକପ୍ରିୟ ଗାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେମାନେ ସେଠାରେ ସେମାନଙ୍କର ପସନ୍ଦର ଗୀତ ଗାଇବେ । ବିଭିନ୍ନ ଲୋକପ୍ରିୟ ଗାୟକ ଯେପରିକି ସାଗର ତ୍ରିପାଠୀ, ଅର୍ପିତା ଚୌଧୁରି, ନାଭ୍ୟା ଜେଟଲି, ମନିସା କର୍ମାକର, ଦର୍ଶି ବାରେଦିଆ, କପିଲ ଥାପ୍ପା, ପ୍ରିୟା ପତିଦାର ଏବଂ ତରବ ଖାନ୍ ପ୍ରମୁଖ ଆଗାମୀ ଦାଣ୍ଡିଆ ମହୋତ୍ସବରେ ଉପସ୍ଥିତ ରହିବେ ।


Share It

Comments are closed.