ମ୍ୟାକ୍ସ ଫେଶନର କଟକରେ ଦ୍ୱିତୀୟ ଷ୍ଟୋର ଅର୍ଚ୍ଚିତା ସାହୁଙ୍କ ଦ୍ୱାରା ଉଦ୍ଘାଟିତ


ଭାରତର ଅଗ୍ରଣୀ ଫେଶନ୍ ବ୍ରାଣ୍ଡ୍ ମ୍ୟାକ୍ସ୍ ପକ୍ଷରୁ ଏହାର ୨୦୧୮ ରଜକୁ ଦୃଷ୍ଟିରେ ଏହାର କଟରେ ଦ୍ୱିତୀୟ ଶୋ’ରୁମ୍ ଏସ୍ ଜିବିଏଲ୍ ସ୍କୋୟାର ମଲ୍ଠାରେ ଲୋକପ୍ରିୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଦ୍ୱାରା ଉଦଘାଟିିତ ହୋଇଛି । ଏହି ଅବସରରେ ଆନନ୍ଦମାର୍ଗ ଏନଜିଓର ପିଲାମାନେ ଏବଂ ମଡେଲମାନେ ଉପସ୍ଥିତ ଥିଲେ । ଏଠାରେ ସମର କଲେକସନ୍ ମଧ୍ୟ ମହଜୁଦ୍ ରହିଛି । ଏହି ଷ୍ଟୋର ରୁମ୍ ୧୦୫୦୫ ବର୍ଗଫୁଟ ପରିମିତ ଅଂଚଳରେ ପରିବ୍ୟାପ୍ତ । ଏଠାରେ ପରିବାର ଉପଯୋଗୀ ବିଭିନ୍ନ ପାରମ୍ପରିକ ପୋଷାକ ଉପଲବ୍ଧ ହେଉଛି ।

ଏହି ଅବସରରେ ମାକ୍ସ ପକ୍ଷରୁ ନିକିତା କୁମାରୀ କହିଲେ, “ ସହରରେ ଆମେ ଗ୍ରାହକଙ୍କଠାରୁ ବେଶ୍ ଉଲ୍ଲେଖନୀୟ ପ୍ରତିକ୍ରିୟା ଉପଲବ୍ଧି କରିପାରିଛୁ । ତେଣୁ ଆମେ ଏଠାରେ ଦ୍ୱିତୀୟ ଶୋ’ରୁମ୍ ସ୍ଥାପନ କରିଛୁ । ମୋର ଆଶା ଏହି ଷ୍ଟୋରରେ ପ୍ରତି ଗ୍ରାହକ ଅନନ୍ୟ ଅଭିଜ୍ଞତା ହାସଲ କରିବାକୁ ସକ୍ଷମ ହେବେ ଏବଂ ମନ ପସନ୍ଦର ଫେଶନ ପୋଷାକ ଉପଲବ୍ଧ କରିପାରିବେ ତଥା ଆମର ପ୍ରୟାସକୁ ସମର୍ଥନ କରିବେ ।”

ଏହି ଅବସରରେ ଅର୍ଚ୍ଚିତା ସାହୁ କହିଲେ, “ମ୍ୟାକ୍ସ୍ ଫେସନ ସହିତ ମିଳିତ ଭାବରେ କାର୍ଯ୍ୟ କରୁଥିବାରୁ ମୁଁ ବେଶ୍ ଆନନ୍ଦିତ । ଭାରତୀୟ ଗ୍ରୀଷ୍ମଋତୁ ଉପଯୋଗୀ ଏହି କମ୍ପାନି ଷ୍ଟୋର୍ରେ ନୂତନ ରେଞ୍ଜ୍ ତଥା ଆକର୍ଷଣୀୟ ଉଜ୍ଜଳ ରଙ୍ଗର ପୋଷାକ ମହଜୁଦ୍ ରହିଛି । ଯାହାକି ଭାରତୀୟ ଫେସନ୍ ତଥା ଷ୍ଟାଇଲ୍କୁ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଏଠାରେ ମହଜୁଦ୍ ଥିବା ସମର୍ କେଲକସନ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହାସହିତ ଏଠାରେ ଅନେକ ନୂତନ ଡିଜାଇନିଂମାନ ଉପଲବ୍ଧ ହେଉଛି ଯାହାକୁ ଗ୍ରାହକ ବେଶ୍ ପସନ୍ଦ କରିବେ ।”

ମହିଳାଙ୍କ ଉପଯୋଗୀ ପୋଷାକ
୨୦୧୮ ମହିଳା ଉପଯୋଗୀ କଲେକସନ୍ ଏଠାରେ ମହଜୁଦ୍ ରହିଛି । ଗ୍ରୀଷ୍ମଋତୁ ଅବସରରେ ମହିଳାଙ୍କ ଉପଯୋଗୀ ପୋଷାକ ମଧ୍ୟରେ ବିଭିନ୍ନ ରଙ୍ଗର ବୋଲ୍ଡ ଟ୍ରପିକାଲ୍ ପ୍ରିଂଟ୍, ଫ୍ଲୋରା ଡିଜାଇନିଂ, ସଫାରୀର ପୋଷାକ ଏଠାରେ ଉପଲବ୍ଧ । ଯାହାକି ଆଧୁନିକ ସମାଜ ଉପଯୋଗୀ ସାବ୍ୟସ୍ତ ହେବ ।

ପୁରୁଷଙ୍କ ଉପଯୋଗୀ ପୋଷାକ
ସହର ଉପଯୋଗୀ ପୋଷାକ ମଧ୍ୟରେ କ୍ଲାସିକ୍ ସିଲୋହଟସ୍, କ୍ଳାସିକ୍ ନ୍ୟୁଟିକାଲ ଷ୍ଟାଇଲ ସମେତ ବିଭିନ୍ନ ଗ୍ରୀଷ୍ମ଼ଋତୁ ଉପୋଯାଗୀ ପୋଷାକ ମହଜୁଦ୍ ରହିଛି ଯାହାକି ପିନ୍ଧିବାକୁ ବେଶ୍ ଆରାମ୍ ଦାୟକ ହେବ ।

ଭାରତୀୟ ପୋଷାକ
ଭାରତୀୟ ଗ୍ରୀଷ୍ମ ଋତୁ ଉପଯୋଗୀ ପାରମ୍ପରିକ କ୍ଲାସିକ୍ ସିଲୋହଟସ୍, ଟ୍ରପିକାଲ୍ ପ୍ରିଂଟ୍, ଫ୍ଲୋରା ଡିଜାଇନିଂ, ସଫାରୀ,ଜମଦାନୀ ୱେଭସ୍ ଏବଂ ଚିକେନ୍କାରୀ ଏମ୍ବ୍ରୋଡରୀ ଆଦି ପୋଷାକ ମହଜୁଦ୍ ରହିଛି ।

ଛୋଟପିଲାଙ୍କ ଉପଯୋଗୀ ପୋଷାକ
୨-୮ ବର୍ଷ ବାଳିକା
ଗ୍ରୀଷ୍ମଋତୁରେ ଛୋଟପିଲାଙ୍କ ପିନ୍ଧିବା ଉପଯୋଗୀ ବିସ୍ତୃତ ବର୍ଗର ପୋଷାକ ଏଠାରେ ମହଜୁଦ୍ ଥିବାବେଳେ ପୋଷାକ ଗୁଡିକ ନେଭି, ରେଡ୍, ବେବି ପିଙ୍କ୍, ମିଂଟ୍, ଗ୍ରେ ଆଦିରେ ରଙ୍ଗରେ ଉପଲବ୍ଧ ହେଉଛି । ଏଥିରେ ,ମ୍ବ୍ରୋଡୋରୀ. ପୋମ୍ପୋମ୍ ଏôଂ ଟାସେଲ୍ ଟ୍ରିମ୍ ଆଦି କଲେକସନ୍ ରହିଛି ।

ବାଳକ
ଋତୁ ଉପଯୋଗୀ ସୁଥିଂ ବ୍ଲୁ, ଜଙ୍ଗଲ ଜୀବଜନ୍ତୁ,ଆର୍ମି ବ୍ୟାଡଜ୍, କାମୋ ନିଅନ୍ ଆଦି ପୋଷାକ ମହଜୁଦ୍ ରହିଛି । ଏହା ଛଟେ ବାଳକଙ୍କ ପାଇଁ ଉପଯୋଗୀ ହେବା ସହିତ ଗ୍ରୀଷ୍ମ ଅବକାଶ ପାଇଁ ସହାୟକ ହେବ ।

ମ୍ୟାକ୍ସ୍ ସମ୍ପର୍କରେ
ଏକ ଅଗ୍ରଣୀ ଫେଶନ୍ ବ୍ୟାଣ୍ଡ୍ ଭାବରେ ମ୍ୟାକ୍ସ୍ ବେଶ୍ ଲୋକପ୍ରିୟ ହୋଇପାରିଥିବାବେଳେ ଏହା ସମଗ୍ର ପରିବାର ଉପଯୋଗୀ କ୍ଲଥିଂ, ଆସେସୋରିଜ୍ ଏବଂ ଫୁଟ୍ୱେର ସାମଗ୍ରୀ ଉପଲବ୍ଧ କରାଇଥାଏ । ମ୍ୟାକ୍ସ୍୍ର ଲାଇଫ୍ ଷ୍ଟାଇଲ୍ ଇଂଟରନ୍ୟାସନାଲ୍ ପ୍ରା. ଲିଃ. ପକ୍ଷରୁ ଦେଶରେ ‘ଲାଟେଷ୍ଟ୍ ଫେଶନ୍ ଆଟ୍ ଗ୍ରେଟ୍ ପ୍ରାଇସ୍’ ଆଧାରରେ ଅନ୍ତର୍ଜାତୀୟ େ‘ସନ୍ ଏବଂ ଗୁଣବର୍ତାଯୁକ୍ତ ଉତ୍ପାଦ ଉପଲବ୍ଧ କରାଇଥାଏ । ବିଶ୍ୱର ୧୬ଟି ଦେଶରେ ମ୍ୟାକ୍ସ୍୍ର ୪୦୦ରୁ ଅଧିକ ଷ୍ଟୋର୍ ଥିବାବେଳେ ଭାରତର ୮୦ଟି ସହରରେ ୨୦୦ରୁ ଅଧିକ ଷ୍ଟୋର୍ ରହିଛି ।


Share It

Comments are closed.