ଓଡିଶାରେ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ସମାଧାନ ପ୍ରଦାନ


ଭୁବନେଶ୍ୱର, ୧୭ ଜାନୁଆରୀ ୨୦୨୪: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ୱାସ୍ଥ୍ୟ ବୀମା କମ୍ପାନୀ ମଣିପାଲସିଗ୍‌ନା ସକ୍ରିୟ ଭାବେ ଓଡିଶା ଓ ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରୁଛି । କମ୍ପାନୀ ଓଡିଶାରେ ବିଭିନ୍ନ ଗ୍ରାହକ ବର୍ଗ ସମ୍ମୁଖୀନ ହେଉଥିବା ବିବିଧ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ଏବଂ ସେମାନଙ୍କୁ ଜୀବନକାଳ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ପ୍ରଦାନ କରିବା ପାଇଁ ଅଭିନବ ଓ କଷ୍ଟମାଇଜ୍‌ଡ ସ୍ୱାସ୍ଥ୍ୟ ବୀମା ସମାଧାନ ପ୍ରଦାନ କରିବା ଲାଗି ଉତ୍ସର୍ଗୀକୃତ ରହିଛି ।

ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ନିଜର ବିଶେଷଜ୍ଞତାକୁ ବ୍ୟବହାର କରି ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପୂର୍ବାଂଚଳ ଭାରତରେ ଏକ ଦ୍ରୁତ ଅଭିବୃଦ୍ଧି ପରିଲକ୍ଷିତ କରିଛି । କମ୍ପାନୀର ଦେଶରେ ଥିବା ୯୦୦୦ରୁ ଅଧିକ ସର୍ବଭାରତୀୟ ସ୍ତରର ହସ୍ପିଟାଲ ମଧ୍ୟରୁ କେବଳ ପୂର୍ବାଂଚଳ ଭାରତରେ ପ୍ରାୟ ୧୦୦୦ ହସ୍ପିଟାଲର ଏକ ନେଟ୍‌ୱର୍କ ରହିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ମଜଭୁତ କରିବା ଓ ରୋଗୀମାନଙ୍କୁ ସେବା ପ୍ରଦାନ କରିବା ପାଇଁ ୨୦୨୩ରେ ମଣିପାଲ ହସ୍ପିଟାଲ୍ସ ଆମ୍ରି (ଆଡ୍‌ଭାନ୍ସଡ୍ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌)ରେ ଅଂଶଧନ ଅଧିଗ୍ରହଣ କରିଥିଲା । ଏହା ମଣିପାଲ ହସ୍ପିଟାଲ୍ସକୁ ପୂର୍ବାଂଚଳ ଭାରତରେ ତୃତୀୟ ସ୍ତରୀୟ ଓ ଚତୁର୍ଥାଂଶ ସ୍ୱାସ୍ଥ୍ୟସେବା ପାଇଁ ବଢୁଥିବା ଚାହିଦାକୁ ପ୍ରଭାବୀ ରୂପେ ପୂରଣ କରିବା ପାଇଁ ପୂର୍ବାଂଚଳ ଭାରତରେ ସବୁଠାରୁ ବଡ ହସ୍ପିଟାଲ ଶୃଙ୍ଖଳାରେ ପରିଣତ କରୁଛି ।

ଏସମ୍ପର୍କରେ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସର ଚିଫ୍ ମାର୍କେଟିଂ ଅଫିସର ସପ୍ନା ଦେସାଇ କହିଛନ୍ତି, ‘ ଓଡିଶା ରାଜ୍ୟ ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ୱାସକ୍ରିୟା ସମ୍ବନ୍ଧିତ ଅସୁସ୍ଥତା, ହଜମ ସମ୍ପନ୍ଧିତ ରୋଗ ଓ ସ୍ନାୟୁଗତ ରୋଗ ଭଳି ପ୍ରମୁଖ ନନ୍‌-କମ୍ୟୁନିକେବୁଲ ଡିଜିଜ (ଏନ୍‌ସିଡି)ଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ୨୭.୧୯% ପ୍ରାଦୁର୍ଭାବ ସହିତ ମୁକାବିଲା କରୁଛି । ଆସୋସିଏଟେଡ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଅଫ୍ ଇଣ୍ଡିଆ (ଆସୋଚାମ) ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଏହି ପ୍ରତିଶତ ୧୧.୬୩%ର ଜାତୀୟ ହାରକୁ ଅତିକ୍ରମ କରୁଛି । ବର୍ଦ୍ଧିତ ରୋଗ ଓ ଚିକିତ୍ସା ଖର୍ଚ୍ଚକୁ ଦୃଷ୍ଟିରେ ରଖି ମଣିପାଲସିଗ୍‌ନା ଓଡିଶାର ଲୋକମାନଙ୍କ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ଉତ୍ପାଦ ପ୍ରଦାନ କରୁଛି । ମଣିପାଲସିଗ୍‌ନା ଲାଇଫ୍‌ଟାଇମ ହେଲ୍‌ଥ ଭଳି ଉତ୍ପାଦ ସମାଧାନ ସହିତ ଆମେ ଗ୍ରାହକଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ଲାଗି ଅନେକ ଅଭିନବ ଫିଚର ପ୍ରଦାନ କରୁଛୁ । ସୁଲଭତା ଓ ଉଚ୍ଚ ସମ୍ ଇନ୍‌ସ୍ୟୋର୍‌ଡ କଭରେଜ ପାଇଁ ପରିଚିତ ଏହି ଉତ୍ପାଦ ଜୀବନୀ ଅପ୍ରତ୍ୟାଶିତ ପରିସ୍ଥିତିଗୁଡିକ ବିରୋଧରେ ଏକ ସାମଗ୍ରିକ ପ୍ରତିରକ୍ଷା ପ୍ରଦାନ କରୁଛି ।’

ଦେସାଇ ଆହୁରି ମଧ୍ୟ କହିଛନ୍ତି, ‘ ସ୍ୱାସ୍ଥ୍ୟ ବୀମା ବିଶେଷଜ୍ଞ ଭାବେ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପୂର୍ବାଂଚଳରୁ ଏକ ମଜଭୁତ ଅଭିବୃଦ୍ଧି ପରିଲକ୍ଷିତ କରୁଛି । କମ୍ପାନୀ ୨୦୨୨-୨୩ରେ ୩୮%ର ଗ୍ରସ୍ ରିଟେନ ପ୍ରିମିୟମ (ଜିଡବ୍ଲ୍ୟୁପି) ହାସଲ କରିଛି ଏବଂ ଆମେ ପୂର୍ବାଂଚଳ ଭାରତରେ ଆସନ୍ତା ଦୁଇ ବର୍ଷରେ ବ୍ୟବସାୟରେ ଦୁଇ ଗୁଣ ବୃଦ୍ଧିର ଆଶା ରଖିଛୁ । ଆମର ପୂର୍ବାଂଚଳ ଭାରତରେ ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ ଓ ୧୨ଟି ବ୍ରାଂଚ ଅଫିସ ମାଧ୍ୟମରେ ଏହି ଅଂଚଳରେ ପ୍ରାୟ ୧୫୦୦ ପଏଂଟ୍ ଅଫ୍ ସେଲ୍‌ସ ଲୋକେଶନରେ ୮୦୦୦ ପରାମର୍ଶଦାତା ଓ ପ୍ରମୁଖ ସହଯୋଗୀ ରହିଛନ୍ତି । ଆମର ସମ୍ପ୍ରସାରଣ ଯୋଜନାର ଅଂଶ ଭାବେ ଆମେ ୨୦୨୪ ଆର୍ଥିକ ବର୍ଷରେ ପୂର୍ବ ଭାରତ ପାଇଁ ନୂଆ ବ୍ରାଂଚ ଅଫିସ୍‌ର ଶୁଭାରମ୍ଭ କରିବା ଏବଂ ଅଧିକ କର୍ମଚାରୀ ଓ ଏଜେଂଟ୍‌ଙ୍କୁ ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ।

ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପାଇଁ ଓଡିଶା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ ଏବଂ କମ୍ପାନୀ ସୁଲଭ ସମାଧାନ, ସ୍ୱାସ୍ଥ୍ୟବୀମାର ବର୍ଦ୍ଧିତ ଅନ୍ତର୍ଭୁକ୍ତୀକରଣ ଏବଂ ନିଜର ଗ୍ରାହକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ସହଜ ଓ ଜୀବନକାଳର ପହଂଚ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି । ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସର ପ୍ରଡକ୍ଟ ପୋର୍ଟଫୋଲିଓ ସମ୍ପର୍କରେ ଅଧିକ ସୂଚନା ପାଇଁ କମ୍ପାନୀର ଅଫିସିଆଲ ୱେବ୍‌ସାଇଟ୍ https://www.manipalcigna.com/health-insurance ଭିଜିଟ କରନ୍ତୁ ।


Share It

Comments are closed.