ଲାରାଙ୍କ ଭବିଷ୍ୟବାଣୀ, ଏହି ଦୁଇ ଦଳ ଖେଳିପାରନ୍ତି ୨୦୧୯ ବିଶ୍ୱ କପ ଫାଇନାଲ


ଇଂଲଣ୍ଡରେ ହେବାକୁ ଥିବା ୨୦୧୯ ବିଶ୍ୱକପକୁ ନେଇ ବର୍ତ୍ତମାନ ଠାରୁ ଚର୍ଚ୍ଚା ଜୋରସେ ଲାଗି ରହିଲାଣି । କିଏ ଏହି ୨୦୧୯ ବିଶ୍ୱ କପ ବିଜେତା ହେବା ତାହାକୁ ନେଇ ବରିଷ୍ଠ ଖେଳାଳୀଙ୍କ ଠାରୁ ଆରମ୍ଭ ଅନେକ ବୁଦ୍ଧିଜୀବିଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗିରହିଲାଣି । ଏହାକୁ ନେଇ ୱେଷ୍ଟଇଣ୍ଡିଜର ପୂର୍ବତ୍ତନ ଖେଳାଳୀ “ବ୍ରେନ ଲାରା” ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ତାଙ୍କ ମତରେ କେଉଁ କେଉଁ ଦେଶ ବିଶ୍ୱ କପ ଫାଇନାଲକୁ ଯାତ୍ରା କରିବେ ।
ସେ କହିଛନ୍ତି ଏହି ବିଶ୍ୱ କପ ଫାଇନାଲରେ , ଭାରତ ଏବଂ ଇଂଲଣ୍ଡ ପରସ୍ପରକୁ ଭେଟି ପାରନ୍ତି । ପ୍ରକାଶ ଥାଉକି ୧୯୭୫ ମସିହା ପର ଠାରୁ ଇଂଲଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ କପ ଜିତି ନାହିଁ । ଇଂଲଣ୍ଡ ୧୯୭୯, ୧୯୮୭ ଏବଂ ୧୯୯୧ ମସିହାରେ ତିନି ଥର ବିଶ୍ୱ କପ ଫାଇନାଲରେ ପ୍ରବେଶ କରିବା ସତ୍ତେ୍ୱ ଟାଇଟେଲ କିନ୍ତୁ ହାସଲ କରିପାରି ନାହିଁ ।
ଲାରା କହିଛନ୍ତି ଯେ, “ଇଂଲଣ୍ଡ ଏକ ଶକ୍ତିଶାଳୀ ଟିମ ହୋଇଥିବା ସତ୍ତେ୍ୱ ବର୍ତ୍ତମାନ ସୁଧା ଦଳ ବିଶ୍ୱ କପ ଟାଇଟେଲ ହାସଲ କରିପାରି ନାହିଁ କିନ୍ତୁ ଏଥର ଇଂଲଣ୍ଡର ଘରୋଇ ମାଟିରେ ବିଶ୍ୱ କପ ଖେଳା ଯିବାକୁ ଅଛି ସେଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରଚେଷ୍ଟା ଲଗାଇଦେବ ଏହି ଟାଇଟେଲ ହାସଲ କରିବା ପାଇଁ । ସେପଟେ ଭାରତୀୟ ଦଳରେ ବିରାଟ ଏବଂ ରୋହିତଙ୍କ ଭଳି ଅନୁଭବୀ ଖେଳାଳୀ ଅଛନ୍ତି । ଉଭୟ ବିଶ୍ୱ ସ୍ତରରେ ନିଜର ଅନେକ ଛାପ ଛାଡି ସାରିଥିବାବେଳେ ବର୍ତ୍ତମାନ ଭଭୟ ନିଜର ବେଷ୍ଟ ଫର୍ମରେ ଅଛନ୍ତି ।
କେବଳ ଏତିକି ନୁହେଁ ଇଂଲଣ୍ଡ ଗସ୍ତ ସମୟରେ ଭାରତର ନୈରାଶ୍ୟଜନକ ପଦର୍ଶନର ପ୍ରତିଶୋଧ ଭାରତ ଏହି ବିଶ୍ୱ କପରେ ନେଇ ପାରିବେ ବୋଲି ଲାରା ଭାବିଷ୍ୟବାଣୀ କରିଛନ୍ତି । ”


Share It

Comments are closed.