କରୋନା ବିରୋଧୀ ଲଢେଇରେ ହାରିଗଲେ ଥାନା ଅଧିକାରୀ


କୋରାପୁଟ ଟାଉନ ଥାନାରେ କାର୍ଯ୍ୟରତ ଆଈଆଈସି ପିତବାସ ଧାରୁଆ ଙ୍କ ର ଗୁରୁବାର ସକାଳେ ମୃତ୍ୟୁ ହୋଇଛି । ଗତ ୨୦ ଦିନ ତଳେ ସେ କରୋନା ଆକ୍ରାନ୍ତ ହେବା ପରେ କୋରାପୁଟରେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା । ଚାରିଦିନ ତଳେ ସେ ପୁଣି ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ।

ଚିକିତ୍ସାଧିନ ଅବସ୍ଥାରେ ଗୁରୁବାରରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ବିଭାଗର ଜଣେ ବରିଷ୍ଠ କରୋନା ଯୋଦ୍ଧାଙ୍କୁ ହରାଇବା ପରେ କୋରାପୁଟ ଜିଲ୍ଲା ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ପୀତବାସ ଧାରୁଆଙ୍କ ଗାଁ ନବରଙ୍ଗପୁର ଜିଲା କୋଡିଙ୍ଗା ନିକଟସ୍ଥ ଶଙ୍କରଡା ବୋଲି ଜଣାପଡିଛି ।


Share It

Comments are closed.