କର୍ଣ୍ଣାଟକରେ ୨୨୪ ଆସନ ପାଇଁ ମତଦାନ ଆରମ୍ଭ


କର୍ଣ୍ଣାଟକରେ ୨୨୪ ଆସନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୫ କୋଟି ୨୧ ଲକ୍ଷ ୭୩ ଲକ୍ଷ ମତଦାତା ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୫୮ ହଜାର ୨୮୨ଟି ମତଦାନ କେନ୍ଦ୍ର ସ୍ଥାପନ ହୋଇଛି। ପ୍ରଥମ ଥର ୮୦ବର୍ଷରୁ ଅଧିକ ଓ ଭିନ୍ନକ୍ଷମ ମତଦାତାଙ୍କୁ ଘରୁ ମତଦାନ କରିବାର ଅଧିକାର ପାଇଛନ୍ତି। ତିନି ପ୍ରମୁଖ ଦଳ ବିଜେପି ସମସ୍ତ ୨୨୪, କଂଗ୍ରେସ ୨୨୩ ଓ ଜେଡି(ଏସ୍‌) ୨୦୯ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।


Share It

Comments are closed.