କର୍ଣ୍ଣାଟକର ଏମ୍‌କେ ଆଗ୍ରୋଟେକ୍ ଓ ଏମ୍‌୧୧ ଇଷ୍ଟ୍ରୀଜ୍ ପ୍ରା.ଲିଃ ପକ୍ଷରୁ ଓଡିଶାରେ ଏକ ବିସ୍ତୃତ ଅଏଲ୍ ପାମ୍ ପ୍ଲାଂଟେଶନ ପ୍ରୋଗ୍ରାମର ଶୁଭାରମ୍ଭ


ଭୁବନେଶ୍ୱର : ଭାରତର ଏକ ଅଗ୍ରଣୀ ଏଡିବୁଲ ଅଏଲ୍ ଓ ଫୁଡ୍ କମ୍ପାନୀ କର୍ଣ୍ଣାଟକ-ସ୍ଥିତ ଏମ୍‌କେ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏମ୍‌୧୧ ଇଷ୍ଟ୍ରୀଜ୍ ପକ୍ଷରୁ ଓଡିଶାରେ ଏହାର ଅଏଲ୍ ପାମ୍ ପ୍ଲାଂଟେଶନ ପ୍ରୋଗ୍ରାମର ଆରମ୍ଭ ଘୋଷଣା କରାଯାଇଛି । ଏହି କର୍ଣ୍ଣାଟକ-ଆଧାରିତ କମ୍ପାନୀଗୁଡିକ ନ୍ୟାଶନାଲ ମିଶନ ଅନ୍ ଏଡିବୁଲ ଅଏଲ୍‌ସ-ଅଏଲ୍ ପାମ୍ (ଏନ୍‌ଏମ୍‌ଇଓ-ଓପି) ଅଧିନରେ ଓଡିଶା ସରକାରଙ୍କ ସହିତ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଅଏଲ୍ ପାମ୍ ପ୍ଲାଂଟେଶନ ପ୍ରୋଗ୍ରାମ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରେ କୃଷକଙ୍କ ସହଯୋଗରେ ଆରମ୍ଭ ହୋଇଛିି । ୨୦୨୯-୩୦ ସୁଦ୍ଧା ପ୍ରାରମ୍ଭିକ ପର୍ଯ୍ୟାୟରେ ଘଂଟା ପିଛା ୧୦ ମେଟ୍ରିକ ଟନ୍ (ଟିପିଏଚ୍‌)ର ଏଫ୍‌ଏଫ୍‌ବି ପ୍ରୋସେସିଂ କ୍ଷମତା ସହିତ ରାଜ୍ୟରେ ଏକ ପାମ୍ ଅଏଲ୍ ମିଲ୍ ଆରମ୍ଭ କରିବା ପାଇଁ ଯୋଜନା ରହିଛି । ଏମ୍‌୧୧ ଇଷ୍ଟ୍ରୀଜ୍ ପ୍ରାଇଭେଟ୍ ଲିମିଟେଡ୍‌ର ଟିମ୍ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଛି, ଓଡିଶାର ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ଅଏଲ୍ ପାମ୍ ପ୍ଲାଂଟେଶନ ପାଇଁ ପ୍ରଗତିଶୀଳ ଓ ଇଚ୍ଛୁକ କୃଷକମାନଙ୍କୁ ଚିହ୍ନଟ କରୁଛି ।

ଓଡିଶାରେ ଅଏଲ୍ ପାମ୍ ପ୍ଲାଂଟେଶନ କ୍ଷେତ୍ରରେ ପ୍ରବେଶ କରିବା ପାଇଁ କମ୍ପାନୀର ନିଷ୍ପତି ସମ୍ପର୍କରେ ବ୍ୟାଖ୍ୟା କରି ଏମ୍‌କେ ଆଗ୍ରୋଟେକ୍ ପ୍ରାଇଭେଟ୍ ଲିଃର ର୍ନିେଶକ ମନ୍ନନ ଖାନ୍ କହିଛନ୍ତି, ମୂଳ ରୂପେ ପଶ୍ଚିମ ଆଫ୍ରିକାରୁ ଆସିଥିବା ଅଏଲ୍ ପାମ୍ ଭାରତରେ ଏକ ନୂତନ ଫସଲ ଅଟେ ଏବଂ ପ୍ରତିବର୍ଷ ପ୍ରାୟ ୯ ମିଲିୟନ ଟନ୍ କିମ୍ବା ତାହାଠାରୁ ଅଧିକ ପରିମାଣର ପାମ୍ ଅଏଲ୍ ଆମଦାନୀ କରାଯାଉଛି । ଏହା ଉଲ୍ଲେଖ କରିବା ପ୍ରଯୁଜ୍ୟ ଯେ ପାମ୍ ଅଏଲ୍‌ରେ ପ୍ରତିବର୍ଷ ହେକ୍ଟର ପିଛା ସର୍ବାଧିକ ତେଲ ଉତ୍ପାଦନ କରିବାର କ୍ଷମତା ରହିଛି । ତୁଳନାତ୍ମକ ଦୃଷ୍ଟିରୁ ଏହାର ଅମଳ ଆମେ ପାରମ୍ପରିକ ଘରୋଇ ତୈଳବୀଜରୁ ବର୍ଷକୁ ହେକ୍ଟର ପିଛା ଅମଳ କରୁଥିବା ହାରାହାରି ତେଲ ତୁଳନାରେ ୩ ଗୁଣ ଅଧିକ ରହିଛି । ବିଗତ ଦଶନ୍ଧିଗୁଡିକରେ ଭାରତ ସରକାର ଖାଇବା ତେଲର ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଆମଦାନୀ ଉପରେ ଅତ୍ୟଧିକ ନିର୍ଭରକୁ ହ୍ରାସ କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ପାମ୍ ଅଏଲ୍ ଚାଷ ଅଧିନରେ ଏହି କ୍ଷେତ୍ରକୁ ବିସ୍ତାର କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛନ୍ତି ।

ଏହାପରେ ଉର୍ଗୀକୃତ ପ୍ରଶିକ୍ଷଣ, ବୈଷୟିକ ସହଯୋଗ ଓ କ୍ଷମତା ନିର୍ମାଣ କରାଯିବ ଏବଂ ନର୍ସରୀ ସ୍ଥାପନାରେ ଓ କୃଷକଙ୍କୁ ଗୁଣାତ୍ମକ ଚାରାରୋପଣ ସାମଗ୍ରୀ ଯୋଗାଣ କରିବାରେ ସହଯୋଗ ପ୍ରଦାନ କରାଯିବ । ଅଣୁ ଜଳସେଚନ ଗେମ୍ ଚେଞ୍ଜର ହେବ ଏବଂ କୃଷକଙ୍କ ଚାଷଜମିରେ ଜଳସେଚନ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯିବ । ଅଭିଜ୍ଞତା ସହ ବୈଷୟିକ କ୍ଷେତ୍ରରେ ଦକ୍ଷ ଟିମ୍ ଅଏଲ୍ ପାମ୍ ଏକ୍ସଟେନ୍‌ଶନ ଓ ବିକାଶ କ୍ଷେତ୍ରରେ ଦିନରାତି ନିଷ୍ଠାର ସହ ସେମାନଙ୍କର ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଏହି ଅଏଲ୍ ପାମ୍ ପ୍ଲାଂଟେଶନ ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ବହୁମାତ୍ରାରେ ଫଳପ୍ରଦ ହେବ କାରଣ ସେମାନେ ପ୍ରାୟତଃ ସମାନ ଜଳବାୟୁ ଓ ମୃତିକା ସ୍ଥିତି ଥିବା ପଡୋଶୀ ବରଗଡ ଜିଲ୍ଲାରୁ ଅଏଲ୍ ପାମ୍ ଚାଷୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ବରଗଡର ଚାଷୀମାନେ ଅଏଲ୍ ପାମ୍ ପ୍ଲାଂଟେଶନକୁ ନେଇ ଅତ୍ୟଧିକ ଖୁସି ଅଛନ୍ତି, ଏଥିପାଇଁ ସେମାନେ କରୁଥିବା ଲାଭ, ସୀମିତ ବଜାରୀକରଣ, କମ୍ ପରିଶ୍ରମ ଓ ଅଧିକ ଅମଳ, ଧାନ ଚାଷ ତୁଳନାରେ ୩ ଗୁଣ ଅଧିକ ଲାଭ ଆଦି ମୁଖ୍ୟ କାରଣ ଅଟେ । ବର୍ତମାନ ଭାରତ ହେଉଛି ବିଶ୍ୱରେ ଏଡିବୁଲ ଅଏଲ୍ ବା ଖାଇବା ତେଲର ସବୁଠାରୁ ବଡ ଆମଦାନୀକାରୀ । ୨୦୨୦-୨୧ରେ ଭାରତ ୮୦,୦୦୦ କୋଟି ଟଙ୍କା ମୂଲ୍ୟର ୧୩.୩୫ ମିଲିୟନ ଟନ୍‌ର ଖାଇବା ତେଲ ଆମଦାନୀ କରିଥିଲା । ଆମଦାନୀ ହେଉଥିବା ଖାଇବା ତେଲ ମଧ୍ୟରେ ପାମ୍ ଅଏଲ୍‌ର ହାର ସର୍ବାଧିକ ୬୦% ଥିବା ବେଳେ ଏହାପରେ ସୋୟାବିନ୍ ଅଏଲ୍‌ର ହାର ୨୫% ଓ ସନ୍‌ଫ୍ଲାୱାର ଅଏଲ୍‌ର ହାର ୧୫% ରହିଛି । ଘରୋଇ ଖାଇବା ତେଲ ଉତ୍ପାଦନ ବାର୍ଷିକ ଉପଯୋଗ କ୍ଷେତ୍ରରେ ଅଭିବୃଦ୍ଧି ସହିତ ସମାନ ବେଗରେ ବିକଶିତ ହେବାକୁ ସକ୍ଷମ ହେଉନାହିଁ, ଯାହା ୨୫ ମିଲିୟନ ଟନ୍ ଅତିକ୍ରମ କରିଛି ।


Share It

Comments are closed.