କୋଭିଡ -୧୯ ସଂକ୍ରମଣ ପାଇଁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଖେଳିବେନି କେ .ଏଲ ରାହୁଲ


ଭାରତୀୟ ଓପନର କେ.ଏଲ ରାହୁଲ କୋଭିଡ -୧୯ ସଂକ୍ରମଣ ହୋଇଥିବାରୁ ଭାରତ-ୱେଷ୍ଟଇଣ୍ଡିଜର ମ୍ୟାଚ ଖେଳିପାରିବେ ନାହିଁ । ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଉପ -ଅଧିନାୟକଭାବେ ମଧ୍ୟ ନିଯୁକ୍ତି କରାଯାଇଥିଲା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ତାଙ୍କର କୋଭିଡ-୧୯ ପଜିଟିଭକୁ ନିଶ୍ଚିନ୍ତ କରିଛନ୍ତି ।
ଅସ୍ତ୍ରୋପଚାର ପରେ ରାହୁଲ ସୁସ୍ଥ ହୋଇ ବାଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ)ରେ ଅଭ୍ୟାସ କରୁଥିଲେ । ରାହୁଲ ପୂର୍ବରୁ ଜର୍ମାନୀରେ ହାର୍ଣ୍ଣିଆ ଅପରେସନ ପରେ ସ୍ପେନରେ ହେବାକୁ ଥିବା ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ବିଶ୍ରାମ କରୁଥିଲେ ।


Share It

Comments are closed.